www.samajalive.in
Monday, December 8, 2025
27.1 C
Bhubaneswar

ସିକିର୍ଡ଼ି ଛକରେ ଟ୍ରକ ଓ ବାଇକ ଦୁର୍ଘଟଣା

ବରପାଲି: ବରପାଲି ବ୍ଲକ ବିଜୟପଲ୍ଲୀ ଫାଣ୍ଡି ଅର୍ନ୍ତଗତ ସିକିର୍ଡ଼ି ଛକରେ ଏକ ମାଲ ବୋଝେଇ ଟ୍ରକ ସହ ବାଇକର ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର ଆହତ ହୋଇଥିଲେ ଏବଂ ତାଙ୍କୁ ଚିକିତ୍ସା ପାଇଁ ବରଗଡ଼ ଡ଼ାକ୍ତରଖାନାକୁ ପଠାଇ ଦିଆଯାଇଛି। ଗୁରୁବାର ପୁର୍ବାହ୍ନରେ ସିଜି୧୫ ଡ଼ିଭି ୭୭୧୪ନମ୍ବର ଏକ ମାଲ ବୋଝେଇ ଭାରିଯାନ ସୋନପୁର ଅଭିମୂଖେ ଯାଉଥିଲା। ସିକିର୍ଡ଼ି ଛକ ନିକଟରେ ସମ୍ମୁଖ ଭାଗରୁ ରାମପୁର ପାଶ୍ୱର୍ରୁ ଆସୁଥିବା ଓଡ଼ିି ୩୧ ୪୭୬୯ ନମ୍ବର ବାଇକ ସହ ଧକ୍କା ହୋଇଥିଲା। ଦୁର୍ଘଟଣାର କାରଣ ସ୍ୱଷ୍ଟ ଭାବେ ଜଣା ପଡ଼ିନଥିଲେ ମଧ୍ୟ ବାଇକ ଚାଳକ ସଜ୍ଞାହିନ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିରହିଥିବା ବେଳେ ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ସ୍ଥାନୀୟ ଯୁବକମାନେ  ବାଇକ ଚାଳକଙ୍କୁ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରିଥିଲେ ଏବଂ ଚିକିତ୍ସା ପାଇଁ ସ୍ଥାନୀୟ ଡ଼ାକ୍ତରଖାନାକୁ ନେଇଥିଲେ। ଏହାପରେ ସେମାନେ ଘଟଣା ସମ୍ପର୍କରେ ନିକଟସ୍ଥ ଫାଣ୍ଡି ପୁଲିସକୁ  ଖବର ପଠାଇଥିଲେ। ପୁଲିସ ଘଟଣାସ୍ଥଳରୁ ବାଇକ ଓ ଟ୍ରକକୁ ଜବତ କରିଛି। ବରପାଲି ଥାନା ପୁଲିସ ଏହି ମାମଲାର ଛାନଭିନ ଜାରି ରଖିଥିବା ଜଣାପଡ଼ିଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories