www.samajalive.in
Monday, December 8, 2025
14.1 C
Bhubaneswar

ତହସିଲ କାର୍ଯ୍ୟାଳୟ ସମ୍ମୁଖରେରେ ଧାନବସ୍ତା ରଖି ଚାଷୀଙ୍କ ପ୍ରତିବାଦ

ବରପାଲି: ବରପାଲି ତହସିଲ କାର୍ଯ୍ୟାଳୟରେ ଧାନବସ୍ତା ଓ ଟ୍ରାକ୍ସର ବୋଝେଇ ଧାନରଖି ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଧାନବିକ୍ରିର ଅନୁମୋଦନ ସହ ଟୋକନ ବ୍ୟବସ୍ଥାରେ ସରଳିକରଣ ଦାବି ସହ ଧାରଣାରେ ବସିରହିଛନ୍ତି। ଗତ ବୁଧବାର ପୁର୍ବାହ୍ନରେ ଚାଷୀ ମାନେ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ମୂଖ୍ୟଦ୍ୱାର ସମ୍ମୁଖରେ ଧାନବସ୍ତା ଗଦା କରିବା ସହ ଧାରଣାରେ ବସିଥିଲେ। ଯୋଗାଣ ବିଭାଗିୟ କର୍ମକର୍ତ୍ତାଙ୍କ ପୁର୍ବ ପ୍ରତିଶ୍ରୁତିରେ ଅବହେଳା ଓ ସଠିକ ଟୋକନ ପ୍ରଦାନରେ ଟାଳଟୁଳ ନୀତିକୁ ନେଇ ପ୍ରତିବାଦ ଜଣାଇଥିଲେ।

ଖବରପାଇ ଉପଜିଲାପାଳ ଧାରଣାସ୍ଥଳରେ ପହଞ୍ଚି ଚାଷୀମାନଙ୍କୁ ବୁଝାସୁଝା କରିବା ସହିତ ଖୁବ ଶୀଘ୍ର ସେମାନଙ୍କର ସମସ୍ୟାର ସମାଧାନ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ପ୍ରତିଶୃତିର ୨୪ଘଣ୍ଟା ବିତିଗଲା ପରେ ମଧ୍ୟ କୌଣଷି ସମାଧାନ କିମ୍ବା ପ୍ରସାସନିକ କର୍ମକର୍ତ୍ତାଙ୍କ ପତ୍ତା ନମିଳିବାରୁ ଚାଷୀମାନେ ବାଧ୍ୟ ହୋଇ ଧାରଣାରେ ବସିରହିଥିବା ଦେଖିବାକୁ ମିଳିଥିଲା। ଗତ ୪ତାରିଖରୁ ଧାନ ବିକ୍ରି ପାଇଁ ଟୋକନ ବ୍ୟବସ୍ଥାରେ ଦେଖାଦେଇଥିବା ସମସ୍ୟାର ଉଚିତ ସମାଧାନ ଓ ସରଳିକରଣ କରାଯାଉ ବୋଲି  ସ୍ଥାନୀୟ ଧାନମଣ୍ଡିରେ ତାଲାପକାଇ ସେମାନେ ପ୍ରତିବାଦ ଜଣାଇଥିଲେ। ପରେ ବ୍ଲକ ଯୋଗାଣ ଅଧିକାରୀ ଓ ପେକ୍ସବାଲା ଆସନ୍ତା ପାଞ୍ଚଦିନ ମଧ୍ୟରେ ସମାଧାନ କରାଯିବ ବୋଲି କଥା ଦେଇଥିଲେ। ହେଲେ ପରବର୍ତ୍ତି ସମୟ ବିତିଗଲା ପରେ ମଧ୍ୟ କୌଣଷି ସମାଧାନ ହୋଇପାରିନଥିଲା। ବର୍ତ୍ତମାନ ବର୍ଷାର ପ୍ରକୋପରୁ ରକ୍ଷା ପାଇଆା ପାଇଁ ଟ୍ରାକ୍ଟର ମାଧ୍ୟମରେ ଧାନବସ୍ତା ବିକ୍ରି ଲାଗି ମାର୍କେଟ ପରିସରକୁ କେବଳ ଆସିବା ସାର ହୋଇଛି। ଚାଷୀ ରାତିଦିନ ଖଟି ବହୁ କଷ୍ଟରେ ନିଜ ଉପାର୍ଜିତ ଧାନ ଗଣ୍ଡାକ ବିକିବା ପାଇଁ ମଣ୍ଡିର ସହାୟତା ନେଇ ହଟହଟା ହେଉଥିବା ସମସ୍ୟାକୁ ନେଇ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି କରୁଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories