www.samajalive.in
Monday, December 8, 2025
27.1 C
Bhubaneswar

ପୁଲିସର ଚଢାଉ , ଜବତ ହେଲା ମହୁଲ ପୋଚ ଓ ଦେଶୀ ମଦ

ବରପାଲି: ବରଗଡ ଜିଲା ବରପାଲି ବ୍ଲକ ଆଗଲପୁର ଅଞ୍ଚଳର ବିଭିନ୍ନ ଗ୍ରାମରେ ବରପାଲି ପୁଲିସ ଚଢ଼ାଉ କରି ବ୍ୟାପକ ପରିମାଣର ମହୁଲ ପୋଚ ଓ ରନ୍ଧାମଦ ଜବତ କରିବା ସହ ଏକ ଯୁବକକୁ ଗିରଫ କରଥିବା ଜଣାପଡ଼ିଛି। ଗୁରୁବାର ପୁର୍ବାହ୍ନରେ ବରପାଲି ଥାନାଧିକାରୀ ରୋଜାଲିନ ପଟେଲ ବିଶ୍ୱସ୍ତ ସୂତ୍ରରୁ ଆଗଲପୁର ସିମାନ୍ତ ଅଚଂଳରୁ ଦେଶୀ ମଦ ଚଲାଣ ହେଉଥିବା ଖବର ପାଇଥିଲେ । ପରେ ସବ ଇନ୍ସପେକ୍ଟର ଜ୍ୟୋତି ପ୍ରକାଶ ତାଣ୍ଡିି ଓ ରାଜ କିଶୋର ବାରିକଙ୍କ ନେତୃତ୍ୱରେ ପୁଲିସ ବାହିନୀ ଅଚଂଳରେ ପହଞ୍ଚିବା ସହିତ ପତେଇପାଲି ଗାଁର ଏକ ନିଛାଟିଆ ବାହାଲ ବଣୁଆ ବୁଦା ଉହାଡ଼ରେ ରନ୍ଧନ କାର୍ଯ୍ୟ ପ୍ରସ୍ତୁତ ହେଉଥିବା ଠାବ କରିଥିଲେ । ପୁଲିସ ଚଢ଼ାଉ କରୁଥିବା ଜାଣିପାରି ରନ୍ଧନ କାର୍ଯ୍ୟରେ ଲିପ୍ତ ଦୁର୍ବୃତ୍ତ ମାନେ ଘଟଣାସ୍ଥଳରୁ ଫେରାର ମାରିଥିଲେ । ପୁଲିସ ଘଟଣାସ୍ଥଳରୁ ମୋଟର ଟିୟୁବ ଭର୍ତ୍ତି ୪୦ଲିଟରରୁ ଉର୍ଦ୍ଧ୍ବ ରନ୍ଧାମଦ ଓ ରନ୍ଧନ ପ୍ରକ୍ରିୟାରେ ବ୍ୟବହୃତ ଗଞ୍ଜ, ଡ଼େକଚି ଟିଣ ବସ୍ତା ପାଇପ ସହ ବିପୁଳ ପରିମାଣର ମହୁଲପୋଚ ଜବତ କରିଛି । 

Hot this week

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

Related Articles

Popular Categories