www.samajalive.in
Sunday, December 7, 2025
15.1 C
Bhubaneswar

ଅନିଶ୍ଚିତତା ମଧ୍ୟରେ ଜଳାଶୟ ପୁନରୁଦ୍ଧାର କାର୍ଯ୍ୟ

ବ୍ରଜରାଜନଗର: ଗତ ୨୦୧୮ ମସିହାରେ ବ୍ରଜରାଜନଗର ପୌରାଞ୍ଚଳର ରେମଜା ଓ ନୂଆଡ଼ିହି ଅଞ୍ଚଳରର ଜଳାଶୟ ଗୁଡିକର ପୁନରୁଦ୍ଧାର ଓ ସୌନ୍ଦର୍ୟ୍ୟକରଣ ପାଇଁ ଟେଣ୍ଡର ହୋଇଥିଲା। ହେଲେ ଏହା ଭିତରେ ପ୍ରାୟ ୨ ବର୍ଷ ବିତି ଯାଇଛି। କୌଣସି ଅସୁବିଧା କାରଣରୁ ଜଳାଶୟ ଗୁଡିକର ପୁନରୁଦ୍ଧାର କାର୍ଯ୍ୟ ବିଳମ୍ବିତ ହୋଇଥିଲେ ହେଁ ଗତ ମାର୍ଚ୍ଚ ମାସ ୦୩ ତାରିଖ ଦିନ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା। ହେଲେ ତିନୋଟି ପୋଖରୀର ଜଳକୁ ନିଷ୍କାସନ କରା ଯାଇଥିବାରୁ ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ବ ସମୟ ଧରି ସମସ୍ତ ପୋଖରୀ ଶୁଷ୍କ ହୋଇ ପଡି ରହିଛି। ପ୍ରତି ବର୍ଷ ପ୍ରଚଣ୍ଡ ଖରାର ପ୍ରଭାବରେ ଖଣି ଖଦାନ ସମୃଦ୍ଧ ବ୍ରଜରାଜନଗର ଅଞ୍ଚଳର ନଦୀ, ନାଳ, ପୋଖରୀ, କୂଅ ଆଦି ସୁଖୀ ଯାଇ ଉତ୍କଟ ଜଳ ସଙ୍କଟ ଦେଖାଦେଇଥାଏ। ବର୍ତ୍ତମାନ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଓ ଲୋକେ ମଧ୍ୟ ଜଳ କଷ୍ଟ ଅନୁଭବ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଅଧାପନ୍ତରିଆ ଭାବେ ପଡି ରହିଥିବା ରେମଜାର ତିନି ତିନୋଟି ପୋଖରୀର ମାଟି ଖନନ କାର୍ଯ୍ୟ ଆରମ୍ଭ ହୋଇ ନ ଥିବାରୁ ଜଳାଶୟ ଉପରେ ନିର୍ଭର କରୁଥିବା ଲୋକେ ଚିନ୍ତା ପ୍ରକଟ କରିଛନ୍ତି।

ସୂଚନା ଅନୁଯାୟୀ,  ଜିଲା ଖଣିଜ ପାଣ୍ଠି, ବ୍ରଜରାଜନଗର ପୌର ପରିଷଦ ପାଣ୍ଠି ଓ ଓୟୁଆଇଡିଏଫ ପାଣ୍ଠିର ଅନୁଦାନରେ ରେମଜାଠାରେ ୮୭,୫୪,୦୦୦ ଟଙ୍କା ବ୍ୟୟ ଅଟକଳରେ ସୁଖା ବନ୍ଧ, ୩,୪୩,୬୩,୦୦୦ ଟଙ୍କା ବ୍ୟୟ ଅଟକଳରେ ଗୁଡିଆଲୋଇ କଟା, ୨,୧୬,୨୭,୦୦୦ ଟଙ୍କା ବ୍ୟୟ ଅଟକଳରେ ବଡ଼କା ବନ୍ଧ ଓ ୧,୮୯,୬୦,୦୦୦ ଟଙ୍କା ବ୍ୟୟ ଅଟକଳରେ ନୂଆଡ଼ିହି ନିକଟରେ ଥିବା ସୁଖା ବନ୍ଧର ପୁନରୁଦ୍ଧାର ଓ ସୌନ୍ଦର୍ୟ୍ୟକରଣ କରାଯିବା ପାଇଁ କାର୍ଯ୍ୟାଦେଶ ମଧ୍ୟ ପ୍ରଦାନ କରାଯାଇଛି।

- Advertisement -

ଅପରପକ୍ଷେ ଜଳାଶୟ ପୁନରୁଦ୍ଧାର କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ବ୍ରଜରାଜନଗର ପୌରପରିଷଦ ସ୍ପଷ୍ଟ କରିଛି। ତାଲା ବନ୍ଦ ଯୋଗୁଁ ପୁନରୁଦ୍ଧାର କାର୍ଯ୍ୟ ବାଧା ପ୍ରାପ୍ତ ହୋଇଥିଲା। ହେଲେ ବର୍ତ୍ତମାନ ଉକ୍ତ କାର୍ଯ୍ୟ ପାଇଁ ଦୁଇ ଦିନ ତଳେ ଟେକନିକାଲ ଏକ୍ସପାର୍ଟଙ୍କ ସହିତ କଥାବାର୍ତ୍ତା ସରଛି। ସେମାନେ ଆସିବା ପରେ କାମ ଆରମ୍ଭ ହେବ ବୋଲି ବ୍ରଜରାଜନଗର ପୌର ନିର୍ବାହୀ ଅଧିକାରୀ ଦିଲୀପ ପଟେଲ ସୂଚନା ପ୍ରଦାନ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories