www.samajalive.in
Monday, December 8, 2025
17.1 C
Bhubaneswar

ଧାନ କିଣାରେ ବାଧକ ହେଲାଣି ଟୋକନ

ବରଗଡ: ବରଗଡ ଜିଲାରେ ଚଳିତ ଖରିଫ ଋତୁର ଧାନ କିଣାବିକା ଗତ ୮ ତାରିଖରୁ ଆରମ୍ଭ ହୋଇଯାଇଛି। ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ଚାଷୀମାନଙ୍କ ସୁବିଧା ପାଇଁ ଟୋକନ ବ୍ୟବସ୍ଥାକୁ ଶୃଙ୍ଖଳିତ କରାଯାଇଥିବା କୁହାଯାଉଥିବାବେଳେ ପ୍ରତି ଚାଷୀଙ୍କୁ ଟୋକନ୍ ଆସିବାର ୩୦ ଦିନ ମଧ୍ୟରେ ଧାନ ବିକ୍ରି କରାଯିବାର ବ୍ୟବସ୍ଥା କରାଯାଇଛି । ମାତ୍ର ଗ ଧାନି କିଣା ବିକା ଆରମ୍ଭ ହେବା ର ଏକ ସପ୍ତାହ ହୋଇସାରିଥିଲେ ମଧ୍ୟ ଟୋକନ୍ ବ୍ୟବସ୍ଥା ଶୃଂଖଳିତ ହୋଇ ପାରି ନାହିଁ। ଯେଉଁ ଚାଷୀମାନେ ଧାନ ଧରି ମଣ୍ଡିକୁ ଆସୁଛନ୍ତି ସେମାନଙ୍କ ଟୋକନ ମଣ୍ଡିକୁ ଆସିନାହିଁ । ଅନ୍ୟପକ୍ଷରେ ଯେଉଁ ଚାଷୀମାନଙ୍କ ଧାନ ଅମଳ ହୋଇନାହିଁ କିମ୍ବା ଧାନ ମଣ୍ଡିକୁ ଆସିନାହିଁ ସେମାନଙ୍କୁ ଟୋକନ୍ ଆସିଯାଇଛି । ଗୋଟିଏ ପଟେ ଚଳିତ ଋତୁରେ ଧାନ ବିକ୍ରି କରିବା ପାଇଁ ଚାଷୀମାନଙ୍କୁ ଟୋକନ୍ ବ୍ୟବହାର କରିବା ପାଇଁ ଏକ ମାସ ସମୟ ମିଳିଥିବାରୁ ଚାଷୀମାନେ ଖୁସି ବ୍ୟକ୍ତ କରୁଥିବାବେଳେ ଅନ୍ୟପଟେ ଟୋକନ୍ ଆସିବା ନେଇ ଆରମ୍ଭରୁ ପ୍ରଶାସନ ଓ ଚାଷୀମାନଙ୍କ ମଧ୍ୟରେ ଛକାପଂଝା ଦେଖାଗଲାଣି । ଜିଲାର ମୋଟ୍‌ ୧୮୫ଟି ଧାନ କ୍ରୟ କେନ୍ଦ୍ରରେ ଧାନ ବିକ୍ରି ଆରମ୍ଭ ହୋଇସାରିଛି । ଚଳିତ ବର୍ଷ ୧ଲକ୍ଷ ୩୩ ହଜାର ୪୨ ଜଣ ଚାଷୀ ପଂଜିକରଣ କରିଥିବା ବେଳେ ଗତ ବର୍ଷ ଅପେକ୍ଷା ଅଧିକ ଧାନ ଅମଳ ମଧ୍ୟ ହୋଇଛି । ମାତ୍ର ଟୋକନ୍ ବ୍ୟବସ୍ଥାରେ ଧାନ କିଣାବିକା ହେଉଥିବାବେଳେ କେତେଜଣ ଚାଷୀ ଠିକ୍ ସମୟରେ ଟୋକନକୁ ଉପଯୋଗ କରି ଧାନ କିଣାବିକା କରି ପାରିବେ ତାହାକୁ ନେଇ ଆରମ୍ଭରୁ ଦ୍ବନ୍ଦ ଦେଖାଗଲାଣି । କଳାପାଣି ମାର୍କେଟ ୟାର୍ଡରେ ଆଜି ୭୦୦ କ୍ବିଣ୍ଟାଲ ଧାନ ବିକ୍ରି ହୋଇଛି। ଅନ୍ୟ ପକ୍ଷରେ ଏବେବି ୧୨ଶହ କ୍ବିଣ୍ଟାଲ ଧନ ପଡି ରହିଛି। ଚାଷୀ ମାନଙ୍କଧାନ ଅମଳକୁ ଚାହିଁ ଟୋକ୍ନ ଜେନେରେଟ ହେଉନଥିବାରୁ ଏପରିଅବସ୍ଥା ଦେଖା ଗଲାଣି। ଯେଉଁ ଚାଷୀ ମାନେ ଧାନ ଅମଳ କରି ମଣ୍ଡିକୁ ଆଗତୁରା ଆଣିଛନ୍ତି ସେମାନଙ୍କ ଧାନରେ ଗୋଦାମ ପୁରି ଗଲାଣି। ମାତ୍ର ଟୋକନ୍ ନଥିବାରୁ ଧାନ ଉଠୁ ନାହିଁ। ଅନ୍ୟ ପକ୍ଷରେଯେଉଁ ଚାଷୀ ମାନେ ଟୋକନ୍ ନେଇ ଆସୁଛନ୍ତି ସେମାନଙ୍କ ଧାନ ରଖିବାକୁ ଜଗା ନାହିଁ। ରାସ୍ତ ଉପରେ ଏବେ ଧାନ ଗାଡି ଠିଆ ହେଲାଣି। ଆଉ ଗୋଟିଏ ସପ୍ତାହ ପରେ ଯଦି ପୂର୍ବରୁ ଧାନ ଗଦା ହୋଇଥିବା ସ୍ଥାନ ଖାଲି ନୁହୁଏ ତେବେ​‌େ​ ରାସ୍ଥା ଉପରେ ଧାନ ପଡିବ । ଟୋକନ୍ ଥାଇ ମଧ୍ୟ ଧାନ ମଣ୍ଡକୁ ଆସି ପାରିବ ନାହିଁ। ଏପରିସ୍ଥିତିରେ ଅଭାବି ଧାନ ବିକ୍ରି ନେଇ ପୁଣି ସମସ୍ୟା ଦେଖାଦେବ। ଚାଷୀ ଙ୍କ ଟୋକନ୍ କୁ ସରକାର ଯେତେ ଠିକ୍ ବ୍ୟବସ୍ଥା ବୋଲି କହୁଥିଲେ ମଧ୍ୟ ଏହି ବ୍ୟବସ୍ଥାରେ ଚାଷୀ ଉପକୃତ ହୋଇ ପାରୁ ନାହିଁ। ଯେଉଁ ଚାଷୀଙ୍କ ଟୋକନ୍ ଆସିନାହିଁ ସେମାନେ ଆଗତୁରା ଧାନ ମଣ୍ଡିକୁ ଆଣୁଥିବାରୁ ଏପରି ଅବସ୍ଥା ହେଉଥିବା ମଧ୍ୟ କୁହାଯାଉଛି । ମାତ୍ର ଚାଷୀମାନଙ୍କୁ ଏ ବିଷୟରେ ସଠିକ୍ ସୂଚନା ଦିଆଯାଉ ନଥିବା ବି ଅଭିଯୋଗ ହେଉଛି । ଏପରି ସ୍ଥିତିରେ ଟୋକନ୍ ବ୍ୟବସ୍ଥାରେ ସୁଧାର ନହେଲେ ପୁଣି ଚାଷୀ ଅସନ୍ତୋଷ ଦେଖା ଦେବା ଆଶଙ୍କା ରହିଛି। ବରଗଡ ଜିଲାର ଜଳସେଚିତ ଉପଖଣ୍ଡ ବରଗଡରେଯେଉଁ ସମସ୍ୟା ରହିଛି ଅଣଜଳସେଚିତ ପଦ୍ମପୁର ଉପଖଣ୍ଡରେ ମଧ୍ୟ ସେହି ସମାନ ଟୋକନ୍ ସମସ୍ୟା ରହିଛି। ଚାଷୀ ଧାନ ଅମଲ କଲା ପରେ ଟୋକନ୍ ବିଶୃଙ୍ଖଳା ଯୋଗୁଁ ଧାନ ବିକ୍ରି କରୁ ପାରୁ ନାହାନ୍ତି। ଉଭୟ ଉପଖଣ୍ଡର ଚାଷୀ ସମସ୍ୟା ଭିନ୍ନ ଭିନ୍ନ ଥିବା ବେଳେ ଧାନ ବିକ୍ରି ଓ ଟୋକନ୍ ସମସ୍ୟା କିନ୍ତୁ ସମାନ ରହିଛି। ଏଥିରୁ ବୁଝାପଡୁଛି ଯେ ସରକାରୀ ବ୍ୟବସ୍ଥାରେ ହିଁ କିଛି ତୃଟି ରହି ଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories