www.samajalive.in
Sunday, December 7, 2025
15.1 C
Bhubaneswar

ବାଙ୍କୀରେ ବନ୍ୟା: ରିଲିଫ୍ ଏବଂ ଡଙ୍ଗା ବ୍ୟବସ୍ଥା ପାଇଁ ଦାବି କଲେ ପିସିସି ଉପସଭାପତି

କଳାପଥର: ଉପରମୁଣ୍ଡ ଛତିଶଗଡରେ ଲଗାଣ ବର୍ଷ ପ୍ରଭାବରେ ମହାନଦୀରେ ବନ୍ୟା ପାଣି ଆସି ତଳିଆ ଅଞ୍ଚଳ ଭାବେ ପରିଚିତ ବାଙ୍କୀରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଅନେକ ଗାଁ ଜଳବନ୍ଦୀ ଘେରରେ ରହିଥିବା ବେଳେ ଅନେକ ସ୍ଥାନରେ ବାସଗୃହକୁ ପାଣି ମାଡିଯାଇଥିବା ଦେଖିବାକୁ ମଳିଛି। ଶହ ଶହ ହେକ୍ଟର ଜମିରେ ବନ୍ୟାଜଳ ମାଡିଯିବା ଫଳରେ ବ୍ୟାପକ ପରିମାଣରେ ଧାନ ଏବଂ ଫସଲ ନଷ୍ଟ ହେଇଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଙ୍କୀର ପୂର୍ବତନ କଂଗ୍ରେସ ବିଧାୟକ ତଥା ରାଜ୍ୟ ପିସିସି ଉପସଭାପତି ଡ.ଦେବାଶିଷ ପଟ୍ଟନାୟକ ବାଙ୍କୀର ବିଭିନ୍ନ ବନ୍ୟାଞ୍ଚଳ ଗସ୍ତ କରି ଜନସାଧାରଣଙ୍କ ସହିତ ଆଲୋଚନା କରିଛନ୍ତି। ଡ.ପଟ୍ଟନାୟକ ବାଙ୍କୀ ଗୟଳବାଙ୍କ ଠାରେ ମହାନଦୀର ବନ୍ଧରେ ସୃଷ୍ଟି ହୋଇଥିବା ଘାଇ ବୁଲି ଦେଖିବା ସହିତ କଇଁମୁଣ୍ଡି, ଘୋଡାବର ହୁଳୁହୁଳା ପୋଲ, ଓସ୍ତିଆ, ନଦୀକୁଣ୍ଡା ପୋଲ, ଚନ୍ଦ୍ରପା ସେତୁ ଆଦି ଅଞ୍ଚଳ ବୁଲି ଦେଖିବା ସହିତ ବନ୍ୟା ସ୍ଥିତି ସଂପର୍କରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହିତ ଆଲୋଚନା କରିଥିଲେ। ସୂଚନା ଥାଉକି ରଣନଦୀରେ ପାଣି ପ୍ରବାହିତ ହେବା ଫଳରେ ବାଙ୍କୀ ବିଲିପଡା-ତାଳବସ୍ତ, ବାଙ୍କୀ-ଖୋର୍ଦ୍ଧା ରାସ୍ତା, ଭେଡାରାମଚନ୍ଦ୍ରପୁର-ବୈଦେଶ୍ୱର ଆଦି ଅଞ୍ଚଳରେ ଜଳସ୍ତର ବୃଦ୍ଧି ପାଇବା ହେତୁ ଯାତାୟତ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇ ପଡିଛି। ସେହିପରି ଉତ୍ତର କୁଲାଟ ଅଞ୍ଚଳର ହୁଳୁହୁଳା ପୋଲ ଉପରେ ୬ ଫୁଟରୁ ଊର୍ଦ୍ଧ୍ବ ଜଳ ପ୍ରବାହିତ ହେବା ଫଳରେ ବାଙ୍କୀ ନିର୍ବାଚନ ମଣ୍ଡଳୀର ୬ ଗୋଟି ପଂଚାୟତ ଏବଂ ତିଗିିରିଆ ଅଞ୍ଚଳର ୪ ଗୋଟି ପଂଚାୟତର ଜନସାଧାରଣ ବାହ୍ୟ ଜଗତରୁ ବିଛିନ୍ନ ହୋଇଛନ୍ତି। ହୁଳୁହୁଳା ପୋଲ ଠାରେ ପ୍ରଶାସନ ତରଫରୁ ବୋଟ୍ ବ୍ୟବସ୍ଥା କରାଯାଇ ନଥିବା ବେଳେ ଡ.ପଟ୍ଟନାୟକ କ୍ଷୋଭ ପ୍ରକାଶ କରି ତୁରନ୍ତ ଡଙ୍ଗା ବ୍ୟବସ୍ଥା କରିବାକୁ ବାଙ୍କୀ ପ୍ରଶାସନ ସହ ଫୋନ୍ ଯୋଗେ ଆଲୋଚନା କରିଥିବା ଜଣାଯାଇଛି। ଅନ୍ୟପଟେ ଚାଷ ଜମି ବ୍ୟାପକ ପରିମାଣରେ ପ୍ରଭାବିତ ହୋଇଥିବା ବେଳେ ଚାଷୀଙ୍କୁ କୃଷିଋଣ ଛାଡ ଏବଂ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି ରଖିଛନ୍ତି। ବନ୍ୟା ଘେରରେ ଥିବା ଜନସାଧାରଣଙ୍କୁ ପ୍ରଶାସନ ପହଞ୍ଚି ତୁରନ୍ତ ରିଲିଫ୍ ଯୋଗାଇ ଦେବା ସହିତ ସେମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ପ୍ରଶାସନ ସଜାଗ ରହିବା ସହିତ ପାଟ୍ରୋଲିଂ କଡାକଡି କରିବା ପାଇଁ ଦାବି ରଖିଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories