www.samajalive.in
Monday, December 8, 2025
20.1 C
Bhubaneswar

କ୍ରିକେଟ୍ ବିଶ୍ବକପ୍‌ ନିମନ୍ତେ ବାଂଲାଦେଶ ଦଳ

ଢାକା : ଇଂଲଣ୍ଡରେ ମେ’ ୩୦ରୁ ଖେଳାଯିବ କ୍ରିକେଟ୍‌ ବିଶ୍ବକପ୍‌ । ଏହି ବିଶ୍ବକପ୍‌ ନିମନ୍ତେ ମଙ୍ଗଳବାର ୧୫ ଜଣିଆ ବାଂଲାଦେଶ ଦଳ ଘୋଷିତ ହୋଇଛି। ମୁଖ୍ୟ ମନୋନୟନକାରୀ ମିନାଝୁଲ୍‌ ଆବେଦିନ୍‌ ଓ ମନୋନୟନକାରୀ ହବିବୁଲ୍‌ ବସର୍‌ ଦଳ ମନୋନୟନ କରିଛନ୍ତି।
ଦ୍ରୁତ ବୋଲର ମୁସରଫେ ମୋର୍ତ୍ତାଜାଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରାଯାଇଥିବା ବେଳେ ତାରକା ଅଲରାଉଣ୍ଡର ସାକିବ୍‌ ଅଲ୍‌ ହସନ୍‌ ଉପଅଧିନାୟକ ଦାୟିତ୍ବ ନିର୍ବାହ କରିବେ। ସୂଚନାଥାଉକି ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିବା ବେଳେ ସାକିବ୍‌ ଆହତ ହୋଇଥିଲେ। ତେବେ ତାଙ୍କୁ ଆଇପିଏଲ୍‌ରେ ଖେଳିବାକୁ ସୁଯୋଗ ଦେଇଥିଲା ବାଂଲାଦେଶ କ୍ରିକେଟ୍‌ ବୋର୍ଡ। ସେ ସନ୍‌ରାଇଜର୍ସ ହାଇଦରାବାଦ୍‌ ଦଳ ତରଫରୁ ଆଇପିଏଲ୍‌ରେ ଗୋଟିଏ ମ୍ୟାଚ୍‌ ଖେଳିଥିଲେ। ବିଶ୍ବକପ୍ ଦଳରେ ବ୍ୟାଟସମ୍ୟାନ୍ ମୋସାଦେକ୍‌ ହୁସେନଙ୍କୁ ସାମିଲ କରାଯାଇଛି। ହୁସେନ୍‌ ସାମୟିକ ଭାବେ ଅଫ୍‌ସ୍ପିନ ବୋଲିଂ କରୁଥିବାରୁ ଦଳ ଏହାର ଫାଇଦା ହାସଲ କରିବ ବୋଲି ମନୋନୟକାରୀ ମତ ଦେଇଛନ୍ତି। ଆହତ ତସକିନ୍‌ ଅହମ୍ମଦଙ୍କୁ ଦଳରୁ ବାଦ୍‌ ଦିଆଯାଇଥିବା ବେଳେ ନୂଆ ମୁହଁ ଭାବେ ଅବୁ ଜାୟଦ୍‌ଙ୍କୁ ସ୍ଥାନ ମିଳିଛି। ନ୍ୟୁଜିଲାଣ୍ଡ ଗସ୍ତରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ମଧ୍ୟ ଲିଟନ୍ ଦାସଙ୍କୁ ବିଶ୍ବକପ୍ ଦଳରେ ସ୍ଥାନ ମିଳିଛି। ମଧ୍ୟଭାଗ ବ୍ୟାଟସମ୍ୟାନ୍‌ ଭାବେ ସୌମ୍ୟ ସରକାର ଓ ସବିର ରେହମାନ୍‌ ଦଳରେ ରହିଛନ୍ତି। ଦଳରେ ସ୍ଥାନ ପାଇଥିବା ମହମ୍ମଦ ମିଥୁନ୍, ମହମ୍ମଦ ସୌଫୁଦ୍ଦିନ୍‌ ଓ ମେହଦି ହସନ୍‌ ପ୍ରଥମଥର ପାଇଁ ବିଶ୍ବକପ୍‌ ଖେଳିବାକୁ ଯାଉଛନ୍ତି। ବିଶ୍ବକପ୍‌ରେ ବାଂଲାଦେଶ ଦଳ ମୁଖ୍ୟତଃ ସାକିବ୍‌, ତମିମ୍‌ ଇକବାଲ୍‌, ମୁସଫିକୁର ରହିମ୍‌, ମୁସରଫେ ମୋର୍ତ୍ତାଜା ଓ ମହମ୍ମଦୁଲ୍ଲାଙ୍କ ଉପରେ ନିର୍ଭରଶୀଳ ରହିଛି। ବାଂଲାଦେଶ ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜୁନ୍‌ ୨ରେ ଖେଳିବ।

ବାଂଲାଦେଶ ବିଶ୍ବକପ୍‌ ଦଳ :  ମୁସରଫେ ମୋର୍ତ୍ତାଜା (ଅଧିନାୟକ), ତମିମ୍‌ ଇକବାଲ୍‌, ଲିଟନ୍ ଦାସ, ସୌମ୍ୟ ସରକାର, ମୁସ୍‌ଫିକୁର ରହିମ୍‌ (ୱିକେଟରକ୍ଷକ), ମହମ୍ମଦୁଲ୍ଲା, ସାକିବ ଅଲ୍ ହସନ୍‌ (ଉପଅଧିନାୟକ), ମହମ୍ମଦ ମିଥୁନ୍, ସବିର ରେହମାନ୍‌, ମୋସାଦେକ୍ ହୁସେନ୍, ମହମ୍ମଦ ସୌଫୁଦ୍ଦିନ, ମେହଦି ହସନ୍‌ ମିରାଜ୍‌, ରୁବେଲ୍‌ ହୁସେନ୍, ମୁସ୍ତାଫିଜୁର ରହିମ୍‌ ଓ ଅବୁ ଜାୟଦ୍‌।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories