ଢାକା : ବାଂଲାଦେଶରେ ଚଳିତ ବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୧ ହଜାର ଟପି ଯାଇଥିବାର ସୂଚନା ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ଏକ ହଜାର ରୋଗୀ ଢାକାରେ ଚିକିତ୍ସିତ ହେଉଥିବାର ଜଣାପଡ଼ିଛି। ୧୪ ଜଣଙ୍କର ମୃତ୍ୟୁ ଘଟିଲାଣି; କିନ୍ତୁ ଦେଶର ବିଭିନ୍ନ ଅଞ୍ଚଳରୁ ଖବର ମିଳିପାରି ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି।
ଅନ୍ୟପକ୍ଷରେ ଡେଙ୍ଗୁ ପରୀକ୍ଷା ପାଇଁ କିଟର ଅଭାବ ଦେଖାଦେଇଛି। ଯାହା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଦେଶର ବିରୋଧୀଦଳ ପକ୍ଷରୁ ସାର୍ବଜନିକ ସ୍ବାସ୍ଥ୍ୟଗତ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ପାଇଁ ଦାବି କରାଯାଇଛି।



