ବଡ଼ ଖବର :
# ଆମେରିକାର ଲୌଡରହିଲ୍ ସହରରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳାଯିବ
# ଜମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ୍ ମଲିକ୍ କହିଛନ୍ତି, ଅମରନାଥ ଯାତ୍ରୀ ଓ ପର୍ୟ୍ୟଟକମାନଙ୍କ ପାଇଁ ଜାରି ସୁରକ୍ଷା ଉପଦେଷ୍ଟା ଏକ ନିରାପତ୍ତା ପଦକ୍ଷେପ।
# ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀରେ ବି.ଜେ.ପି. ସାଂସଦମାନଙ୍କର ଦୁଇଦିନିଆ କର୍ମଶାଳାକୁ ଉଦଘାଟନ କରିଛନ୍ତି।
# ଛତିଶଗଡ଼ ରାଜନାନ୍ଦଗାଁଓରେ ଆଜି ସକାଳେ ଡିଷ୍ଟ୍ରିକ୍ଟ ରିଜର୍ଭ ଗ୍ରୁପ (ଡିଆରଜି) ଯବାନଙ୍କ ସହ ସଂଘର୍ଷରେ ୭ ଜଣ ନକ୍କଲ ନିହତ ହୋଇଛନ୍ତି। ଅନ୍ୟ କେତେକ ନକ୍ସଲ ଆହତ ହୋଇଛନ୍ତି। ଯବାନମାନେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଅଭିଯାନ ଚଳାଇଛନ୍ତି।
# ଜମ୍ମୁ-କାଶ୍ମୀରର ସୋପୋର୍ ଜିଲ୍ଲା ଅନ୍ତର୍ଗତ ମଲ୍ମାପାନପୋରା ୱାର୍ପୋରା ଅଞ୍ଚଳରେ ଆଜି ସକାଳୁ ନିରାପତ୍ତା ବାହିନୀ ସହ ସଂଘର୍ଷରେ ଜଣେ ସନ୍ତ୍ରାସବାଦୀର ମୃତ୍ୟୁ ଘଟିଛି।
# ମୁମ୍ବଇରେ ଶୁକ୍ରବାର ରାତିରୁ ମୂଷଳ ଧାରାରେ ବର୍ଷା ଜାରି ରହିଛି। ମୁମ୍ବଇ ସହରରେ ଶନିବାର ବର୍ଷା ଜନିତ ପୃଥକ ପୃଥକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩ ଜଣ ନିଖୋଜ ଅଛନ୍ତି। ସେହପରି ନଭୀ ମୁମ୍ବଇ ଡ୍ରାଇଭିଙ୍ଗ ରେଂଜ ନିକଟ ଝରଣାରେ ୪ ଜଣ ଛାତ୍ରୀ ଭାସିଯାଇଛନ୍ତି।
# ଉନ୍ନାଓ ବଳାତ୍କାର ମାମଲାରେ ଅଭିଯୁକ୍ତ ବିଧାୟକ କୁଳଦୀପ ସିଂହ ସେନଗରଙ୍କ ସମେତ ଅନ୍ୟ ୩ ଜଣଙ୍କୁ ଜେରା ପାଇଁ ନିଜ ହାଜତକୁ ନେବାକୁ ସିବିଆଇ ଶୁକ୍ରବାର ଲକ୍ଷ୍ନୌର ସ୍ବତନ୍ତ୍ର କୋର୍ଟରେ ଆବେଦନ କରିଛି। ଅନ୍ୟ ତିନି ଅଭିଯୁକ୍ତ ହେଲେ ସେନଗରଙ୍କ ଭାଇ ଅତୁଲ ସେନଗର, ବୀରେନ୍ଦ୍ର ସିଂହ ଏବଂ ଶୈଳେନ୍ଦ୍ର ସିଂହ।
# ଦୃଢ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଓ ଆତ୍ମବିଶ୍ୱାସ ଥିଲେ ମଣିଷ ଅସମ୍ଭବକୁ ସମ୍ଭବ କରିପାରେ। ଏକଥା ପ୍ରମାଣିତ କରିଛନ୍ତି ଲକ୍ଷ୍ନୌର ଜଣେ ୮ ବର୍ଷର ବାଳକ ରାଷ୍ଟ୍ରମ ଆଦିତ୍ୟ ଶ୍ରୀକୃଷ୍ଣ। ଦୃଢ ଅଧ୍ୟବସାୟ ବଳରେ ସେ ମାତ୍ର ୮ ବର୍ଷ ବୟସରେ ନବମ ଶ୍ରେଣୀରେ ନାମ ଲେଖାଇବାକୁ ଯୋଗ୍ୟ ହୋଇଛନ୍ତି।
ଆଞ୍ଚଳିକ :
# ଜଳ ଟ୍ରାଇବୁନାଲରେ ଶନିବାର ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦର ଶୁଣାଣି ହୋଇଛି । ବର୍ଷା ଯୋଗୁଁ ଉଭୟ ପକ୍ଷ କ୍ଷେତ୍ର ପରିଦର୍ଶନ କରିପାରିନଥିବା ଦର୍ଶାଇଥିଲେ। ଫଳରେ ଟ୍ରାଇବୁନାଲ ଶୁଣାଣିକୁ ସେପ୍ଟେମ୍ବର ୨୮ ପର୍ୟ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି ।
# ରାଜ୍ୟରେ ଆଉ ଚାରୋଟି ସ୍ଥାନରେ ପ୍ଲାନୋଟେରିୟମ୍ ପ୍ରତିଷ୍ଠା ହେବ । ଗୋପାଳପୁର, ରାୟଗଡ଼ା, କେଉଁଝର ଓ ବାରିପଦାରେ ପ୍ଲାନୋଟେରିୟମ୍ ନିର୍ମାଣ ହେବ । ଏଥିପାଇଁ ୩୦ କୋଟି ବ୍ୟୟ ଅଟ୍ଟକଳ କରାଯାଇଛି ।
# କଟକ ସିଡିଏ ସ୍ଥିତ କୃଷକ ବଜାର ନିକଟରେ ଦୀର୍ଘ ଦନରୁ ଗଢି ଉଠିଥିବା ବସ୍ତିକୁ ଶନିବାର ଜିଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ବସ୍ତି ବାସନ୍ଦା ସ୍ଥାନ ଛାଡିବାକୁ ନାରାଜ ଥିବା ବେଳେ ତହସିଲଦାର, କଟକ ମହାନଗର ନିଗମ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନର ଉପସ୍ଥିତିରେ ଉଚ୍ଛେଦ କାର୍ୟ୍ୟ ଜାରି ରହିଛି ।
ଜାତୀୟ :
# ମୁମ୍ବଇରେ ଶୁକ୍ରବାର ରାତିରୁ ମୂଷଳ ଧାରାରେ ବର୍ଷା ଜାରି ରହିଛି। ମୁମ୍ବଇ ସହରରେ ଶନିବାର ବର୍ଷା ଜନିତ ପୃଥକ ପୃଥକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩ ଜଣ ନିଖୋଜ ଅଛନ୍ତି। ସେହପରି ନଭୀ ମୁମ୍ବଇ ଡ୍ରାଇଭିଙ୍ଗ ରେଂଜ ନିକଟ ଝରଣାରେ ୪ ଜଣ ଛାତ୍ରୀ ଭାସିଯାଇଛନ୍ତି। – ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ରବିବାର ପର୍ୟ୍ୟନ୍ତ ରେଡ ଆଲର୍ଟ ଜାରି କରାଯାଇଛି।
# ଜମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ୍ ମଲିକ୍ କହିଛନ୍ତି, ଅମରନାଥ ଯାତ୍ରୀ ଓ ପର୍ୟ୍ୟଟକମାନଙ୍କ ପାଇଁ ଜାରି ସୁରକ୍ଷା ଉପଦେଷ୍ଟା ଏକ ନିରାପତ୍ତା ପଦକ୍ଷେପ। — ଗୁଜବରେ ବିଶ୍ୱାସ ନ କରିବାକୁ ସେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି।
# ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀରେ ବି.ଜେ.ପି. ସାଂସଦମାନଙ୍କର ଦୁଇଦିନିଆ କର୍ମଶାଳାକୁ ଉଦ୍ଘାଟନ କରିଛନ୍ତି।
# ଛତିଶଗଡ଼ ରାଜନାନ୍ଦଗାଁଓରେ ଆଜି ସକାଳେ ଡିଷ୍ଟ୍ରିକ୍ଟ ରିଜର୍ଭ ଗ୍ରୁପ (ଡିଆରଜି) ଯବାନଙ୍କ ସହ ସଂଘର୍ଷରେ ୭ ଜଣ ନକ୍କଲ ନିହତ ହୋଇଛନ୍ତି। ଅନ୍ୟ କେତେକ ନକ୍ସଲ ଆହତ ହୋଇଛନ୍ତି। ଯବାନମାନେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଅଭିଯାନ ଚଳାଇଛନ୍ତି।
# ଜମ୍ମୁ-କାଶ୍ମୀରର ସୋପୋର୍ ଜିଲ୍ଲା ଅନ୍ତର୍ଗତ ମଲ୍ମାପାନପୋରା ୱାର୍ପୋରା ଅଞ୍ଚଳରେ ଆଜି ସକାଳୁ ନିରାପତ୍ତା ବାହିନୀ ସହ ସଂଘର୍ଷରେ ଜଣେ ସନ୍ତ୍ରାସବାଦୀର ମୃତ୍ୟୁ ଘଟିଛି।
# ମୁମ୍ବଇରେ ଶୁକ୍ରବାର ରାତିରୁ ମୂଷଳ ଧାରାରେ ବର୍ଷା ଜାରି ରହିଛି। ମୁମ୍ବଇ ସହରରେ ଶନିବାର ବର୍ଷା ଜନିତ ପୃଥକ ପୃଥକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩ ଜଣ ନିଖୋଜ ଅଛନ୍ତି। ସେହପରି ନଭୀ ମୁମ୍ବଇ ଡ୍ରାଇଭିଙ୍ଗ ରେଂଜ ନିକଟ ଝରଣାରେ ୪ ଜଣ ଛାତ୍ରୀ ଭାସିଯାଇଛନ୍ତି।
– ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ରବିବାର ପର୍ୟ୍ୟନ୍ତ ରେଡ ଆଲର୍ଟ ଜାରି କରାଯାଇଛି।
# ଉନ୍ନାଓ ବଳାତ୍କାର ମାମଲାରେ ଅଭିଯୁକ୍ତ ବିଧାୟକ କୁଳଦୀପ ସିଂହ ସେନଗରଙ୍କ ସମେତ ଅନ୍ୟ ୩ ଜଣଙ୍କୁ ଜେରା ପାଇଁ ନିଜ ହାଜତକୁ ନେବାକୁ ସିବିଆଇ ଶୁକ୍ରବାର ଲକ୍ଷ୍ନୌର ସ୍ବତନ୍ତ୍ର କୋର୍ଟରେ ଆବେଦନ କରିଛି। ଅନ୍ୟ ତିନି ଅଭିଯୁକ୍ତ ହେଲେ ସେନଗରଙ୍କ ଭାଇ ଅତୁଲ ସେନଗର, ବୀରେନ୍ଦ୍ର ସିଂହ ଏବଂ ଶୈଳେନ୍ଦ୍ର ସିଂହ।
# ଦୃଢ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଓ ଆତ୍ମବିଶ୍ୱାସ ଥିଲେ ମଣିଷ ଅସମ୍ଭବକୁ ସମ୍ଭବ କରିପାରେ। ଏକଥା ପ୍ରମାଣିତ କରିଛନ୍ତି ଲକ୍ଷ୍ନୌର ଜଣେ ୮ ବର୍ଷର ବାଳକ ରାଷ୍ଟ୍ରମ ଆଦିତ୍ୟ ଶ୍ରୀକୃଷ୍ଣ। ଦୃଢ ଅଧ୍ୟବସାୟ ବଳରେ ସେ ମାତ୍ର ୮ ବର୍ଷ ବୟସରେ ନବମ ଶ୍ରେଣୀରେ ନାମ ଲେଖାଇବାକୁ ଯୋଗ୍ୟ ହୋଇଛନ୍ତି।
ଆନ୍ତର୍ଜାତୀୟ:
# ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଗିନି ରାଷ୍ଟ୍ରପତି ନ୍ୟାସନାଲ୍ ଅର୍ଡର ଅଫ୍ ମେରିଟ୍ ସମ୍ମାନ ପ୍ରଦାନ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି, ବିଭିନ୍ନ ବିକାଶ ମୂଳକ କାର୍ୟ୍ୟ ଏବଂ ଉଭୟ ଦେଶର ଲୋକଙ୍କ ମଧ୍ୟରେ ସହାବସ୍ଥାନ କ୍ଷେତ୍ରରେ ଉନ୍ନତି ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଶ୍ରୀ କୋବିନ୍ଦଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
# ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି, ରୁଷିଆ ଓ ଚୀନ୍ ମଧ୍ୟରେ ଏକ ନୂଆ ପରମାଣୁ ରାଜିନାମା ସ୍ୱାକ୍ଷରିତ ହେଉ ବୋଲି ସେ ଚାହାନ୍ତି। ଏ ସଂକ୍ରାନ୍ତରେ ସେ ଉଭୟ ଦେଶ ସହ କଥାବାର୍ତ୍ତା କରିଛନ୍ତି ଓ ସେମାନେ ସହମତ ହୋଇଛନ୍ତି ବୋଲି ରାଷ୍ଟ୍ରପତି ଟ୍ରମ୍ପ୍ କହିଛନ୍ତି।



