ବଣାଇ: ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ଗାଡ଼ି। ଟିକାୟତପଲ୍ଲୀ ଥାନା କୁଲୁପୋତା ଘାଟିରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି। ବରଯାତ୍ରୀ ଗାଡ଼ି ଓଲଟି ପଡ଼ିବାରୁ ୨୦ ବରଯାତ୍ରୀ ଆହତ ହୋଇଛନ୍ତି। ସେଥିମଧ୍ୟରୁ ୨ଜଣ ଗୁରୁତର ଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ ଜଣ୍ଡା ଗାଁରୁ ସରାଗଡିହି ଯାଉଥିବା ବରଯାତ୍ରୀ ଗାଡ଼ି ଘାଟି ରାସ୍ତାରେ ଦୁର୍ଘଟଣା ହୋଇଥିଲା। ଖବର ପାଇ ସ୍ଥାନୀୟ ଲୋକଙ୍କ ସହିତ ଅଗ୍ନିଶମ ବାହିନୀ ଦୁର୍ଘଟଣାଗ୍ରସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଆହତମାନଙ୍କୁ ସ୍ଥାନୀୟ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।



