www.samajalive.in
Sunday, December 7, 2025
15.1 C
Bhubaneswar

ଭୀମଗାଢ ଘାଟୀ ଟ୍ରକ ଲୁଟ ମାମଲାର ରହସ୍ୟ ଉନ୍ମୋଚିତ ; ୪ଗିରଫ,୨ଫେରାର

ବଣାଇ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡର ୧୪୩ ନମ୍ବର ଜାତୀୟ ରାଜପଥ ଟିକାୟତପାଲି ଅଧୀନରେ ଥିବା ଭୀମଗାଢ ଘାଟୀ ନିକଟରେ ଜଣେ ଟ୍ରକ ଚାଳକକୁ ହତ୍ୟା କରି ଲୁହା ବୋଝେଇ ଟ୍ରକକୁ ଲୁଟିନେବା ଘଟଣାର ପୁଲିସ ସୋମବାର ରହସ୍ୟ ଉନ୍ମୋଚନ କରିଛି। ଏହି ଲୁଟ ଘଟଣାରେ ପୁଲିସ ଆଜି ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଅନ୍ୟ ୨ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି।
ଘଟଣାରୁ ପ୍ରକାଶ ଯେ, ଗତ ୨ତାରିଖ ରାତି ୨ଟା ସମୟରେ ରାଉରକେଲା ନିକଟରୁ ଏକ ଲୁହା ବୋଝେଇ ଟ୍ରକ(ଓଅ।।ର/୦୫ଏଏଲ/୮୪୧୩) କଟକ ଅଭିମୁଖେ ଯାଉଥିଲା। ଭୀମଗାଢ ଘାଟୀରେ ଏକ ଇଣ୍ଡିଗୋ କାର (ଓଆର/୦୫ଏଏସ/୧୩୨୧) ଯୋଗେ ୬ରୁ ୭ ଜଣ ଡକାୟତ ଆସି ଲୁହା ବେଝେଇ ଟ୍ରକକୁ ରାସ୍ତାରେ ଅଟକାଇବା ସହିତ ଚାଳକ ଶରତ ଚନ୍ଦ୍ର ସ୍ୱାଇଁଙ୍କୁ ଆକ୍ରମଣ କରି ଲହୁଲୁହାଣ କରିବାରୁ ସେଠାରେ ଚାଳକ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଚାଳକଙ୍କ ଶବକୁ ରାସ୍ତା ପାର୍ଶ୍ବକୁ ଟାଣି ନେଇ ଡାଳପତ୍ରରେ ଘୋଡାଇ ଦେଇଥିଲେ। ପରେ ଟ୍ରକଟିକୁ ଲୁଟ କରି ବାରକୋଟ ଏନଏଚ ଡାକବଙ୍ଗଳା ନିକଟରେ ଛାଡି ପଳାଇଥିଲେ। ଏହାପରେ କଟକ ଜିଲା ପଙ୍କଳ ଗ୍ରାମର ଅନ୍ୟ ଜଣେ ଟ୍ରକ ଚାଳକ ଶରତ ସ୍ୱାଇଁଙ୍କୁ ହତ୍ୟା କରାଯାଇଥିବା ନେଇ ସମୀର କୁମାର ନାୟକ ଟିକାୟତପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାରେ ରାଉରକେଲା ଏସପି ଡାକ୍ତର ଉମାଶଙ୍କର ଦାଶ ଏକ ସ୍ୱତନ୍ତ୍ର ଦଳ ଗଠନ କରି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିଥିଲା। ଘଟଣାସ୍ଥଳରୁ ହତ୍ୟାକାରୀମାନେ ବ୍ୟବହାର କରୁଥିବା ମୋବାଇଲ ପୁଲିସ ପାଇବା ପରେ ହତ୍ୟାକାରୀଙ୍କ ସୁରାକ ମିଳିଥିଲା।

ଏହାକୁ ଆଧାର କରି ପୁଲିସ ବିଭିନ୍ନ ଅଞ୍ଚଳରେ ଚଢାଉ କରି କଟକ ଜିଲା କୂଳକର୍କର ଗ୍ରାମର ବ୍ରହ୍ମାନନ୍ଦ ଖୁଣ୍ଟିଆ ଓରଫ ବ୍ରହ୍ମା, ନିଆଳି ଗ୍ରାମର ଦିପ୍ତିରଞ୍ଜନ ରାଉତ ଓରଫ ଟୁନା, ପୁରୀ ଜିଲା ଖଣ୍ଡାହତା ଗ୍ରାମର ବସନ୍ତ ପରିଡା ଓରଫ ବାପି ଓ କେନ୍ଦ୍ରାପଡା ଜିଲା ଜୟପୁରା ଗ୍ରାମର ଶୁଭେନ୍ଦୁ ରାଉଳ ଓରଫ କାବୁକୁ ଧରିବାରେ ସକ୍ଷମ ହୋଇଥିଲେ। ଏହି ରାକେଟ ବିଭିନ୍ନ ସମୟରେ ରାଜପଥ ଦେଇ ପରିବହନ କରୁଥିବା ବିଭିନ୍ନ ଟ୍ରକଗୁଡିକୁ ଲୁଟ କରିବା ପରେ ସେଗୁଡିକୁ ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗ ରାଜ୍ୟକୁ ନେଇ ସେଠାରେ ଖଣ୍ଡ ଖଣ୍ଡ କରି ଲୁହା ବେପାରୀଙ୍କୁ ବିକ୍ରି କରୁଥିଲେ। ସେମାନଙ୍କ ନାମରେ ବିଭିନ୍ନ ଥାନାରେ ବହୁ ମାମଲା ଥିବାବେଳେ ଘଟଣାରେ ସମ୍ପୃକ୍ତ ଅନ୍ୟ ୨ଜଣ ଫେରାର ଅଛନ୍ତି, ପୁଲିସ ସେମାନଙ୍କୁ ଗିରଫ କରିବାକୁ ଉଦ୍ୟମ ଚଳାଇଛି। ହତ୍ୟାରେ ବ୍ୟବହାର କରାଯାଇଥିବା ୨ଟି ଠେଙ୍ଗା ଜବତ କରାଯାଇଥିବା, ସେମାନେ ବ୍ୟବହାର କରୁଥିବା ୬ଟି ମୋବାଇଲ ମଧ୍ୟ ଜବତ କରିଛି।
ଏ ନେଇ ସୂଚନା ପ୍ରଦାନ ପାଇଁ ବଣାଇ ଥାନା ପରିସର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପଖଣ୍ଡ ପୁଲିସ ଅଧିକାରୀ ଅବକାଶ ରାଉତରାୟ, ଥାନା ଅଧିକାରୀ ଗଗନ ବିହାରୀ ବିଶ୍ୱାଳ,ଏସଆଇ ପ୍ରମୋଦ କୁମାର ଭୋଇ,ବିଶ୍ୱନାଥ ବଳ ପ୍ରମୁଖ ଉପସ୍ଥିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories