ସୋର : ବାଲେଶ୍ବର ଜିଲା ସୋର ଥାନା ନିଶ୍ଚିନ୍ତପୁର ଗ୍ରାମରେ ଜମିଜମା ବିବାଦକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ । ପଡୋଶିଙ୍କ ଆକ୍ରମଣରେ ବାପ,ପୁଅ ଗୁରୁତର ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ବାଲେଶ୍ବର ସୋର ଥାନା ନିଶ୍ଚିନ୍ତପୁର ଗ୍ରାମର ଜମିଜମା ବିବାଦକୁ ନେଇ ଏହି ଘଟଣା ଘଟିଛି। ନିଶ୍ଚିନ୍ତପୁର ଗ୍ରାମର ଇଶ୍ବର ବେହେରା ଓ ତାଙ୍କ ପୁଅ କାର୍ତ୍ତିକ ବେହେରା ବିଲରେ ହିଡ ଦେଉଥିବା ବେଳେ ପଡୋଶି ଦୁଇ ଭାଇ ଗୋଡାଇ ଗୋଡାଇ ଭୁଜାଲିରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଇଶ୍ବର ବେହେରା ଓ ପୁଅ କାର୍ତ୍ତିକ ବେହେରା ଗୁରୁତର ଭାବେ ଆହାତ ହୋଇଛନ୍ତି। ଉଭୟ ବାପ, ପୁଅଙ୍କ ମୁଣ୍ଡ, ପେଟ, କାନ୍ଧରେ ଗଭୀର ଆହତ ହୋଇଛି। ଉଭୟଙ୍କୁ ବର୍ତ୍ତମାନ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି।
ଜମିଜମା ବିବାଦକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
Popular Categories



