www.samajalive.in
Monday, December 8, 2025
27.1 C
Bhubaneswar

ଫୋକସରେ ରହିବ କୋଭିଡ ପରିଚାଳନା ଓ ଲୋକଙ୍କ ଜୀବନ ଜୀବିକା : ବଲାଙ୍ଗିର ଜିଲାପାଳ

ବଲାଙ୍ଗିର : ବଲାଙ୍ଗିର ଜିଲାପାଳ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ନବନିଯୁକ୍ତ ଜିଲାପାଳ ଚଞ୍ଚଲ୍ ରାଣା। କୋଭିଡ୍‌ ପରିଚାଳନା ଫୋକସ୍‌ରେ ରହିବ ଓ ଲୋକଙ୍କ ଜୀବନ ଜୀବିକା ଉପରେ ଗୁରୁତ୍ବ ଦିଆଯିବ ବୋଲି ଜିଲାପାଳ କହିଛନ୍ତି।
ପୂର୍ବତନ ଜିଲାପାଳ ଅରିନ୍ଦମ ଡାକୁଆଙ୍କୁ ପଦୋନ୍ନତି ଦେଇ ରାଜ୍ୟ ସରକାର ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦେଶକ ଦାୟିତ୍ୱ ପ୍ରଦାନ କରିଥିଲେ । ତାଙ୍କ ସ୍ଥାନରେ ୨୦୧୪ ବ୍ୟାଚ ଆଇଏଏସ ଚଞ୍ଚଲ୍ ରାଣାଙ୍କୁ ବଲାଙ୍ଗିର ଜିଲାପାଳ ଭାବେ ବଦଳି କରିଥିଲେ ।

ସୋମବାର ଜିଲାପାଳ ଶ୍ରୀ ରାଣା ନିଜ ପ୍ରଥମ ଦିନ କାମ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ବଲାଙ୍ଗିର ଭଳି ଏକ ସମ୍ବେଦନଶୀଳ ଜିଲାରେ କାମ କରିବା ନିହାତି ଭାବେ ଏକ ବଡ ଆହ୍ବାନ। କୋଭିଡ ଭଳି ବିପତ୍ତି ସମୟରେ ଦେଶ ଗତି କରୁଥିବା ବେଳେ ଏହାକୁ ମୁକାବିଲା କରିବା ଦିଗରେ ଯେଉଁ ପଦକ୍ଷେପ ଗ୍ରହଣ କରାଯାଉଛି ସେ ଉପରେ ନିଜର ଗୁରୁତ୍ବ ଦେବେ ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ କରୋନା ସହ ଲୋକଙ୍କ ଜୀବନ ଜୀବିକା ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ। କିପରି ଲୋକେ ସ୍ୱାବଲମ୍ବୀ ହୋଇପାରିବେ ସରକାରୀ ଯୋଜାନର କିପରି ସଫଳ ରୂପାୟନ ହୋଇପାରିବ ସେ ଉପରେ ଧ୍ୟାନା ଦେବେ ବୋଲି କହିଛନ୍ତି। ଗତ କିଛି ମାସ ତଳେ ଲକ୍ଷାଧିକ ଶ୍ରମିକ ଗାଁକୁ ଫେରିଥିବା ବେଳେ ସେମାନଙ୍କ କର୍ମସଂସ୍ଥାନ ବ୍ୟବସ୍ଥା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଯେଉଁ ଶ୍ରମିକମାନେ ଫେରିଛନ୍ତି ସେମାନେ କେଉଁ କ୍ଷେତ୍ରରେ କୁଶଳୀ, କେଉଁଠାରେ କାମ କରୁଥିଲେ ତାକୁ ଅନୁଧ୍ୟାନ କରି ପଦକ୍ଷେପ ଗ୍ରହଣ କରାଯିବ। ସେହିପରି ବଲାଙ୍ଗିରର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତଲେ ପ୍ରସଙ୍ଗରେ ମଧ୍ୟ ସ୍ୱତନ୍ତ୍ର ଭାବେ ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି ଜିଲାପାଳ କହିଛନ୍ତି। ପ୍ରଥମ ଦିନରେ ଦାୟିତ୍ୱ ଗ୍ରହଣ କରିବା ପରେ ସେ ଜିଲା ମୁଖ୍ୟାଳୟର ବିଭିନ୍ନ ସ୍ଥାନ ବୁଲିଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories