www.samajalive.in
Monday, December 8, 2025
27.1 C
Bhubaneswar

ଆଦିବାସୀ ହରିଜନଙ୍କ ଆବାସ ଭାଙ୍ଗି ଦେଲେ: ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୁଲିସ ଚଢଉ, ହାତ ଖାଲି

ବଲାଙ୍ଗିର: ଆଗଲପୁର ବ୍ଲକ ସାଲେଭଟା ଗାଈଖାଇ ଗିରିଗୋବର୍ଦ୍ଧନ ନିକଟରେ ସରକାରୀ ଜମି ରହିଛି। ଏହି ଜମିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଭୂମିହୀନ ମାଷ୍ଟର ବାଗ, ସୁଶ୍ରୀ ଶବର, ଝିଣ୍ଟ ଶବର, ନାରାୟଣ ଶବର, ଦଶରଥ ଶବରଙ୍କୁ ସାଲେଭଟା ସରପଞ୍ଚ, ଜିଆର୍‍ଏସ୍‍, ଆରଆଇ, ଇଓ ପ୍ରମୁଖ ସରକାରୀ ଜମିରେ ଘର ତିଆରି ପାଇଁ ଅନୁମତି ଦେଇଥିଲେ। ଆବାସ ଯୋଜନାର ହିତାଧିକାରୀମାନେ ଘର ଉଠାଇଲେ। ଛାତ ପକାଇବା ପୂର୍ବରୁ ପଲିଥିନ୍‍ ଟାଣି ସେଠାରେ ରହୁଥିଲେ। ଗତ ୧୧ ତାରିଖ ଦିନ ପୂର୍ବତନ ସାଂସଦ ବାଳଗୋପାଳ ମିଶ୍ରଙ୍କ ପୁଅ ଆକାଶ ମିଶ୍ର, ସରପଞ୍ଚଙ୍କ ସ୍ୱାମୀ ମୋହନ ମୁଣ୍ଡା, ପ୍ରଫୁଲ୍ଲ ସାହୁ, ସୁଶୀଲ ଗୁରୁ, ସୁରେଶ ପଣ୍ଡା, ସର୍ଭେ ମେହେର, ଅରବିନ୍ଦ ଶତପଥୀ, ଦାମ ହୋତା, ବିଜୟ ବେହେରା ପ୍ରମୁଖ ସେଠାରେ ପହଞ୍ଚି ଗଣ୍ଡଗୋଳ କରିଥିଲେ।

ହିତାଧିକାରୀଙ୍କୁ ଜାତିଆଣ ଆକ୍ଷେପ କରିବା ସହ ଜେସିବି ଲଗାଇ ଘରଗୁଡ଼ିକୁ ଭାଙ୍ଗି ଦେଇଥିଲେ। ଏନେଇ ପଡ଼ାର ତୀର୍ଥ ଦୀପ ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଉ ଅଭିଯୋଗରେ ସେ ଯୋଡିଥିଲେ ଯେ, ସରପଞ୍ଚ ହେମକାନ୍ତି ମୁଣ୍ଡା ମଧ୍ୟ ଘଟଣାସ୍ଥଳକୁ ଯାଇ ଗାଳିଗୁଲଜ କରିବା ସହ ଘର ଭାଙ୍ଗୁଥିବା ଲୋକଙ୍କୁ ଉସୁକାଇ ଥିଲେ। ୨୩୮ ନମ୍ବର ମାମଲା ରୁଜୁ ଉପରେ ୯ଟି ଦଫା ଲଗାଯାଇଥିଲା। ଜେସିବି ଗାଡିକୁ ପୁଲିସ ଜବତ କରିଛି। ହେଲେ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଦାବିରେ ଜିଲା ଆଦିବାସୀ କଲ୍ୟାଣ ସଂଘ, ଭୂମିହୀନ ସଂଘ, ଦଳିତ ସଂଗଠନମାନେ ଅଣ୍ଟା ଭିଡିଛନ୍ତି। କାର୍ୟ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି।

- Advertisement -

ଲୋଇସିଂହା ପୁଲିସ ଏହି ମାମଲାରେ ବିଭିନ୍ନ ଦଫା ଲଗାଇଥିଲେ ମଧ୍ୟ ବାସଗୃହ ଧ୍ୱଂସ କରି ସମ୍ପତ୍ତି ନଷ୍ଟ କରିବା ଅପରାଧ ପାଇଁ ଆଇପିସିର ଦଫା ୪୩୬ ଲଗା ଯାଇ ନଥିବା ଜିଲା ଆଦିବାସୀ କଲ୍ୟାଣ ସଂଘ ଅଭିଯୋଗ କରିଛି। ପୀଡିତ ପରିବାରଙ୍କୁ ଆର୍ଥିକ ସହାୟତା, କ୍ଷତିପୂରଣ, ଥଇଥାନ କରାଯାଇ ନାହିଁ। କ୍ଷତିଗ୍ରସ୍ତ ପରିବାର ସୁରକ୍ଷା ପାଇଁ ପୁଲିସ ମୂତୟନ କରାଯାଇ ନାହିଁ ବୋଲି ସଂଘ ମୁଖ୍ୟମନ୍ତ୍ରୀଙ୍କ ଠାରେ ଲିଖିତ ସ୍ମାରକପତ୍ର ପ୍ରଦାନ କରିଛି। ଅଭିଯୁକ୍ତମାନେ ପ୍ରଭାବଶାଳୀ ଓ ରାଜନୈତିକ ବ୍ୟକ୍ତି। ତେଣୁ ଆଦିବାସୀମାନଙ୍କ ଧନ ଜୀବନ ପ୍ରତି ବିପଦ ରହିଛି। ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସଂଘ ବଲାଙ୍ଗିର ଏସ୍‍ପିଙ୍କୁ ମଧ୍ୟ ଲିଖିତ ସ୍ମାରକପତ୍ର ଦେଇଛି। ନଚେତ ୪୮ ଘଣ୍ଟା ପରେ ଜିଲା ସାରା ରାସ୍ତାରୋକ ଆନ୍ଦୋଳନ କରିବାକୁ ସଂଘ ଚେତାବନୀ ଦେଇଛି। ଏସ୍‍ପି ଓ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ବେଳେ ସଂଘର ଉପାଧ୍ୟକ୍ଷା ବନଲତା ମାଝି, ଉପସଭାପତି ଶ୍ୟାମ ସୁନ୍ଦର ଭୋଇ, ମୁଖ୍ୟ ଉପଦେଷ୍ଟା ସତ୍ୟନାରାୟଣ ଭୋଇ, ବ୍ଲକ ସଭାପତି ବଳଦେବ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପଟେ ଲୋଇସିଂହା ଥାନାରେ ଅବସ୍ଥାପିତ ଡିଏସ୍‍ପି ସୁମନ ରଞ୍ଜିତା ସିଂ ନିଜେ ଏହି ମାମଲା ରୁଜୁ କରିଥିବା ବେଳେ ଡିଏସ୍‍ପି ପୁରୁଷୋତ୍ତମ ସେଠୀ ମାମଲାର ତଦନ୍ତକାରୀ ଅଧିକାରୀ ରହିଛନ୍ତି। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ମହଲରୁ ଚାପ ପଡୁଥିବା ବେଳେ ପୁଲିସ ଚଢଉ ଜାରି ରଖିଛି। ସମସ୍ତଙ୍କ ଘରେ ଚଢଉ କରି ସେମାନଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି। ୫ ଦିନ ବିତି ଯାଇଥିଲେ ବି କାହାରିକୁ ଗିରଫ କରାଯାଇ ପାରି ନାହିଁ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories