www.samajalive.in
Monday, December 8, 2025
27.1 C
Bhubaneswar

ବାର୍ଦ୍ଧକ୍ୟ ଭତ୍ତା ପାଇଁ ବ୍ଲକର ଦ୍ୱାରସ୍ଥ ହେଲେ ଦମ୍ପତି

ବଙ୍ଗୋମୁଣ୍ଡା : ସରକାର ସାମାଜିକ ସୁରକ୍ଷା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ୬୦ ବର୍ଷର ସମସ୍ତ ବୃଦ୍ଧ ବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ସାମିଲ କରାଯିବା ପାଇଁ ସରକାର ଡିଣ୍ଡିମ ପିଟୁଥିବା ବେଳେ ପ୍ରଶାସନିକ ଅବହେଳା ଏବଂ ରାଜନୈତିକ ଆନ୍ତରିକତା ଅଭାବରୁ ଏବେ ମଧ୍ୟ ବଙ୍ଗୋମୁଣ୍ଡା ବ୍ଲକର ଅନେକ ବୃଦ୍ଧ, ବୃଦ୍ଧା ବାର୍ଦ୍ଧକ୍ୟ ଭତ୍ତା ଯୋଜନାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି।

ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଧ ପଞ୍ଚାୟତର ଜଏରପଡା ଗ୍ରାମର ବୃଦ୍ଧ ଦମ୍ପତି ମତି ରୟତି(୭୫)ଏବଂ ତାଙ୍କ ସ୍ତ୍ରୀ ଛିନ୍ଦରେ ରୟତି (୬୭)ବାର୍ଦ୍ଧକ୍ୟ ଭତ୍ତା ପାଇଁ ବ୍ଲକର ଦ୍ୱାରସ୍ଥ ହୋଇ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବା ପାଇଁ ଗୁହାରୀ କରିଛନ୍ତି। ବ୍ଲକ କାର୍ଯ୍ୟାଳୟ ରେ ମୋ ସରକାର କ୍ୟାବିନରେ ବସିଥିବା ଏବିଡିଓ ଦୀକ୍ଷିତ ବେହେରାଙ୍କୁ ନିଜ ଗୁହାରୀ କରିଥିଲେ। ବାରମ୍ବାର ଭତ୍ତା ପାଇଁ ଆବେଦନ ଦେଇଥିଲେ ମଧ୍ୟ ବର୍ଷ ବର୍ଷ ଧରି ବାର୍ଦ୍ଧକ୍ୟ ଭତ୍ତା ପାଇନଥିବା ବେଳେ ଶିଘ୍ର ଭତ୍ତା ଦିଆଯାଉ ବୋଲି ଗୁହାରୀ କରିଥିଲେ।ବାରମ୍ବାର ପଞ୍ଚାୟତର ସରପଞ୍ଚ,ଇଓ ଙ୍କୁ ଭତ୍ତା ପାଇଁ କହିଥିଲେ ମଧ୍ୟ କେହି ଶୁଣୁ ନଥିବା ବୃଦ୍ଧ ଦମ୍ପତି ଦ୍ୱୟ ପ୍ରକାଶ କରିଥିଲେ। ଏବିଡିଓ ଶ୍ରୀ ବେହେରା ଅଭିଯୋଗ ପଞ୍ଜିକୃତ କରିବା ସହିତ ଭତ୍ତା ପ୍ରଦାନ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ।ବ୍ଲକ ର ଅନେକ ବୃଦ୍ଧ ବୃଦ୍ଧା ଏବେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ରୁ ବଞ୍ଚିତ ହୋଇ ରହିଥିବା ବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବୃଦ୍ଧ, ବୃଦ୍ଧାଙ୍କୁ ଭତ୍ତା ଯୋଜନା ରେ ସାମିଲ କରାଯିବା ପାଇଁ ଦାବି ହେଉଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories