www.samajalive.in
Sunday, December 7, 2025
16.1 C
Bhubaneswar

୨୮ ରୁ ଆରମ୍ଭ ହେବ ଖ୍ରୀଷ୍ଟିୟ ସମାଜର ‘ମୁକ୍ତି ମହୋତ୍ସବ’

ବଲାଙ୍ଗୀର : ସମାଜରେ ଭାଇଚାରା ଓ ସଦ୍‍ଭାବନା ପ୍ରଚାର ଉଦ୍ଦେଶ୍ୟରେ ବଲାଙ୍ଗିର ଖ୍ରୀଷ୍ଟିୟ ସମାଜ ତରଫରୁ ଆସନ୍ତା ୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ମିଶନ ଖେଳ ପଡିଆ ଠାରେ ‘ମୁକ୍ତି ମହୋତ୍ସବ-୨୦୧୯’ ଅନୁଷ୍ଠିତ ହେବ। ଏ ନେଇ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଲନୀରେ ଆୟୋଜକ ଲାଇଫ ଫର୍‍ କ୍ରାଇଷ୍ଟ ମିନିଷ୍ଟ୍ରିଜ୍‍ ତରଫରୁ ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ଏହି ମୁକ୍ତି ମହୋତ୍ସବରେ ଓଡିଶା ତଥା ରାଜ୍ୟବାହାରୁ ପ୍ରତିନିଧିମାନେ ଯୋଗଦେବେ। ତିନିଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ସନ୍ଧ୍ୟା ଉପାସନା ସଭାରେ ପ୍ରାୟ ୭ ହଜାର ରୁ ୮ ହଜାର ଖ୍ରୀଷ୍ଟିୟ ବିଶ୍ୱାସିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଖ୍ରୀଷ୍ଟିୟ ସଭାରେ ବକ୍ତାଭାବରେ ପଂଜାବର ଡ. ସଞ୍ଜିବ ଚୌଧୁରି ଯୋଗଦେଉଥିବା ବେଳେ ଝାରଖଣ୍ଡରୁ ଡ. ରାକେଶ ପାଳ ଓ ମେଘାଲୟରୁ ପାଷ୍ଟର ୱାରି ଡେନ୍‍ ଯୋଗଦେବେ। ଉପାସନା ସମୟରେ ସଂଗୀତ ଦ୍ୱାରା ସମସ୍ତଙ୍କୁ ଉତ୍ସାହିତ ତଥା ମନୋରଂଜନ ଯୋଗାଇ ଦେବା ପାଇଁ ମୁମ୍ବାଇରୁ ପ୍ରଖ୍ୟାଦ ୟେସୁଆ ବେଣ୍ଡ୍‍ ସହିତ ହଲାଣ୍ଡ୍‍ର ଏକ ସଂଗୀତ ଦଳ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories