www.samajalive.in
Monday, December 8, 2025
20.1 C
Bhubaneswar

ଥାନା ହାଜତରେ ମୃତ୍ୟୁ ମାମଲା -ନିଜ ଆଡୁ ମାମଲା କଲେ ମାନବାଧିକାର ଆେୟାଗ

ଭୁବନେଶ୍ୱର: ବଡ଼ଗଡ଼ ଥାନା ପୁଲିସ ହେପାଜତରେ ଜଣେ ଅଭିଯୁକ୍ତର ମୃତ୍ୟୁ ଘଟଣାକୁ ନେଇ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ରାଜ୍ୟ ମାନବାଧିକାର ଆେୟାଗ। ମାମଲା ରୁଜୁ ସହ ପୁଲିସ ଆୟୁକ୍ତଙ୍କୁ ରିପୋର୍ଟ ତଲବ କରିଛନ୍ତି। ଆସନ୍ତା ମେ ୨୦ ତାରିଖ ସୁଦ୍ଧା ସବିେଶଷ ବିବରଣୀ ଦାଖଲ କରିବାକୁ କୁହାଯାଇଛି। ଅଭିଯୁକ୍ତଙ୍କୁ ଘଟଣାସ୍ଥଳରୁ କାବୁ କରିବାଠାରୁ ଆରମ୍ଭ କରି ଶବ ବ୍ୟବଚ୍ଛେଦ ସମ୍ପର୍କରେ ସମସ୍ତ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି।  ସୂଚନାେଯାଗ୍ୟ େୟ  ରବିବାର ସନ୍ଧ୍ୟାରେ ବ୍ରହ୍ମେଶ୍ବରପାଟଣା ଛକରୁ ପ୍ରଦୀପ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ପୁଲିସ ସାଇକଲ ଚୋରି ଅଭିଯୋଗରେ ଉଠାଇ ନେଇଥିଲା। ଥାନାରେ କିଛି ଘଣ୍ଟା ରହିବା ପରେ େସ ଅସୁସ୍ଥ ହୋଇପଡିଥିଲେ। ଚିକିତ୍ସା ପାଇଁ  ରାଜଧାନୀ ଚିକିତ୍ସାଳୟ ନିଆଯାଇଥିଲା ବେଳେ େସଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

 

- Advertisement -

ମୃତ ପ୍ରଦୀପ ଏୟାରଫିଲ୍ଡ ଥାନା ଅନ୍ତର୍ଗତ କପିଳପ୍ରସାଦ  ହରିଆ ଛକରେ ରହୁଥିବା ବେଳେ ତାଙ୍କ ନିଜ ଘର ଖୋର୍ଦ୍ଧା ଜିଲା ଟାଙ୍ଗି ଥାନା ଅଧୀନ ଭୁଷଣ୍ଡପୁର ବାଲିପାଟପୁର େବାଲି ଜଣାପଡିଥିଲା। ଅନ୍ୟପକ୍ଷରେ ମୃତ ବ୍ୟକ୍ତିଙ୍କ ପତ୍ନୀ ବନିତା ଚୌଧୁରୀ ଅଭିଯୋଗ କରିଥିଲେ େଯ ପୁଲିସ ପ୍ରଦୀପଙ୍କ ବଦଳରେ ତାଙ୍କ ସ୍ବାମୀ ଦେବେନ୍ଦ୍ର ଚୌଧୁରୀଙ୍କୁ ଉଠାଇ ନେବାପରେ ହାଜତରେ ନିର୍ଯାତନା ଦେଇ ମାରିଦେଇଛି। େସାମବାର ରାଜଧାନୀ ଚିକିତ୍ସାଳୟ ଶବ ବ୍ୟବଚ୍ଛେଦ ଗୃହ ନିକଟରେ ଦେବେନ୍ଦ୍ରଙ୍କ ପ୍ରଥମ ପତ୍ନୀ ମନୋରମା ସାହୁ ପହଞ୍ଚି ମୃତ ବ୍ୟକ୍ତି େଦବେନ୍ଦ୍ର ନୁହଁ ବରଂ ପ୍ରଦୀପ େବାଲି କହିଥିଲେ। ତେବେ ମୃତକଙ୍କ ନାମରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ଥିବା ପୁଲିସ କହିଛି। ମାମଲାର ତଦନ୍ତ କରିବା ଲାଗି କମିସନରେଟ ପୁଲିସର ଏଚଆରପିସି (ହ୍ୟୁମାନ ରାଇଟ ପ୍ରୋଟେକ୍ସନ େସଲ)କୁ ଦାୟିତ୍ବ ପ୍ରଦାନ କରାଯିବା ସହ ତଦନ୍ତକାରୀ ଅଧିକାରୀ ସଞ୍ଜିତ କୁମାର େବହେରାଙ୍କଠାରୁ ତଦନ୍ତ ଭାର କଢାଯାଇ ଇନ୍ସପେକ୍ଟର ପି.କେ.ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories