www.samajalive.in
Monday, December 8, 2025
20.1 C
Bhubaneswar

ଯମ ବି ଡରିବ – ଏମତି ରାସ୍ତାରେ ଯାଉଛନ୍ତି କୋମଳମତି ଶିଶୁ

ମୋହନା : ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା ରହିଛି। ହେଲେ ସରକାରଙ୍କ ପ୍ରକୃତ ବିକାଶ ଲୋକଙ୍କ ପାଖରେ ପହଞ୍ଚି ପାରୁନି। ଭଲ ରାସ୍ତା ଓ ନାଳ ଉପରେ ପୋଲ ନିର୍ମାଣ କରାଯାଉନଥିବାରୁ ଗମନାଗମନରେ ନାହିଁ ନଥିବା ସମସ୍ୟାର ସମୁଖୀନ ହେଉଛନ୍ତି ଦୁଇଖଣ୍ଡ ଗ୍ରାମବାସୀ । କୁନି କୁନି ଛାତ୍ରଛାତ୍ରୀ ଆଣ୍ଠୁଏ କାଦୁଅ ରାସ୍ତାରେ ବହୁ କଷ୍ଟରେ ଯାତାୟତ କରୁଛନ୍ତି । କାଦୁଅ ଭରା ରାସ୍ତା ଯେ କେବଳ ଏମାନଙ୍କ ସମସ୍ୟା ନୁହେଁ, ବରଂ ଏମାନଙ୍କ ପାଇଁ ବଡ଼ ସମସ୍ୟା ସାଜିଛି ରାସ୍ତା ମଧ୍ୟରେ ରହିଥିବା ଭରାନାଳ। ନାଳ ପାର ହୋଇ ଏମିତି ଦୈନନ୍ଦିନ ଯିବାକୁ ବାଧ୍ୟ ହୁଅନ୍ତି ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଗ୍ରାମର ଆବାଳ ବୁଦ୍ଧବନିତା। ବର୍ଷା ସମୟରେ ଯାତାୟାତ କଲାବେଳେ ଦୈବାତ ଜଳସ୍ତର ବୃଦ୍ଧି ପାଇଲେ କଥା ସରିଲା।

ଛାତ୍ରଛାତ୍ରୀ ଭାସିଯିବାର ଭୟ ମଧ୍ୟ ରହିଛି। ହେଲେ ଜରୁରୀ କାର୍ଯ୍ୟରେ ଏଭଳି ବିପଦସଙ୍କୁଳ ସ୍ଥିତିରେ ଲୋକ ଯିବାକୁ ବାଧ୍ୟ ହେଉଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ କର୍ଚ୍ଚବାଡି ପଞ୍ଚାୟତର ବୁଢାପଙ୍କ ଓ ଲୁଦିହୁଏରୀ ଗାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ।
ଏହି ଦୁଇ ଗାଁରେ ୪୦ରୁ ଉର୍ଦ୍ଧ୍ବ ଆଦିବାସୀ ପରିବାର ଚାଷବେଉସା ଓ ଫୁଲଛାଞ୍ଚୁଣୀ ତିଆରି କରି ଜୀବିକା ନିର୍ବାହ କରୁଛନ୍ତି । ଏମାନେ ଯେକୌଣସି ସାମଗ୍ରୀ କିଣାବିକା ହେଉ ଅବା ସ୍ୱାସ୍ଥ୍ୟସେବା ପାଇଁ ମୋହନା ଉପରେ ନିର୍ଭର କରନ୍ତି। ଶିକ୍ଷା ଆହରଣ ପାଇଁ ଦୁଇ ଗଁାର ବିଦ୍ୟାର୍ଥୀ ଏ.ଖଜୁରିପଦା ଓ କନ୍ଧଅଡ଼ବା ବିଦ୍ୟାଳୟକୁ ଯାଆନ୍ତି । ଏମାନେ ପ୍ରଥମେ ନିକଟସ୍ଥ ଖଜୁରିପଦା ଗାଁରେ ପହଞ୍ଚିଲେ ହିଁ ସେଠାରୁ ଅନ୍ୟ କୌଣସି ସ୍ଥାନକୁ ଯାଇପାରୁଛନ୍ତି। କିନ୍ତୁ ଖଜୁରିପଦା ଗାଁକୁ ପହଞ୍ଚିବାକୁ ହେଲେ ପ୍ରାୟ ତିନି କିମି କାଦୁଅ ପଚପଚ ରାସ୍ତାରେ ଚାଲିବାକୁ ପଡୁଛି। ଗର୍ଭବତୀ ମହିଳାମାନେ ପ୍ରସବ ବେଦନାରେ କଷ୍ଟ ଭୋଗିଲେ କଥା ସରିଲା। ଏଭଳି ସ୍ଥିତିରେ ସେମାନଙ୍କୁ ବାହାରକୁ ନେବା କଷ୍ଟକର ବ୍ୟାପାର ହୋଇପଡୁଛି। ରାସ୍ତା ଓ ନାଳ କାରଣରୁ ଆମ୍ବୁଲାନ୍ସ ଗାଁରେ ପହଞ୍ଚି ନପାରି ଖଜୁରିପଦାରେ ଅଟକି ରହୁଛି। ଲୋକେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଖଟିଆରେ ଗର୍ଭବତୀ କିମ୍ବା ଜରୁରୀକାଳୀନ ରୋଗୀଙ୍କୁ ବୋହି ଆଣି ମୋହନା ଡାକ୍ତରଖାନାରେ ପହଞ୍ଚାଇବାକୁ ବାଧ୍ୟ ହେଉଛନ୍ତି। କର୍ଦମାକ୍ତ ରାସ୍ତା ଅତିକ୍ରମ କରିବା ପରେ ପୁଣି ବାଟରେ ବାଧକ ସାଜେ ଭରାନାଳ । ପୋଲ ଓ ରାସ୍ତା ନିର୍ମାଣ ପାଇଁ ନେତା ଓ ଜିଲା ପ୍ରଶାସନ ନିକଟରେ ଗୁହାରି କରି ଲୋକେ ଥକି ଗଲେଣି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories