ସମାଜ ଡିଜିଟାଲ ଡେସ୍କ: ଦୁଇ ଘଣ୍ଟାର ଉଦ୍ୟମ ପରେ କୂଅରୁ ହାତୀ ଛୁଆ ଉଦ୍ଧାର ହୋଇଛି । ବଲାଙ୍ଗର ଜିଲା ମୁରିବାହାଲ ରେଞ୍ଜ ଲତାସହଡା ଗାଁର ଏକ କୂଅରେ ହାତୀଟି ଖସିପଡିଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ହାତୀକୁ ଉଦ୍ଧାର କରିଥିଲେ । ବନବିଭାଗ ଓ ପୁଲିସ ପହଞ୍ଚି ଦମକଳ ବିଭାଗର ସହାୟତାରେ ଦୀର୍ଘ ଦୁଇ ଘଣ୍ଟା ପରେ ଜେସିବି ମାଧ୍ୟମରେ ହାତୀକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ଉଦ୍ଧାର ପରେ ହାତୀକୁ ଜଙ୍ଗଲ ଭିତରକୁ ଛଡାଯାଇଛି ।
Popular Categories



