www.samajalive.in
Monday, December 8, 2025
20.1 C
Bhubaneswar

ଶାଶୁ ଶ୍ୱଶୁରଙ୍କ ଆକ୍ରମଣରେ ନବବଧୂ ଗୁରୁତର

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଂଚାୟତ ତଣ୍ଡୋ ଗ୍ରାମରେ ଗତ ୧୪ ତାରିଖ ସତ୍ୟନାରାୟଣ ନାଏକଙ୍କ ପତ୍ନି ଜୟନ୍ତୀ ନାଏକ (୨୨)ଙ୍କୁ ତାଙ୍କ ଶାଶୁ ଗୋଲାପ ନାଏକ, ଶ୍ୱଶୁର ଗୋବିନ୍ଦ ନାଏକ ଓ ନଣନ୍ଦ କୁନି ନାଏକ ହାଣି ମାରି ଦେବାକୁ ଚେଷ୍ଟା କରିଥିବା ବେଳେ ଏମାନଙ୍କ ଆକ୍ରମଣରେ ଜୟନ୍ତୀ ଗୁରୁତର ହୋଇଛନ୍ତି। ତାଙ୍କ ମୁଣ୍ଡକୁ ଏକ ଧାରୁଆ ଅସ୍ତ୍ରରେ ହାଣି ଦିଆଯାଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି। ଜୟନ୍ତୀଙ୍କ ଘର ଠାକୁରମୁଣ୍ଡା ଥାନା ଅନ୍ଧାରୀ ଖମଣ ଗ୍ରାମରେ ଓ ସେ ଦେଢ ବର୍ଷ ତଳେ ତଣ୍ଡୋ ଗ୍ରାମର ସତ୍ୟନାରାୟଣ ନାଏକଙ୍କୁ ବିବାହ କରିଥିଲେ।

ସ୍ୱାମୀ ସତ୍ୟନାରାୟଣ ଯୋଡା ଅଂଚଳରେ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ଲକଡାଉନ ଯୋଗୁଁ ସେ ଘରକୁ ଫେରି ନାହାନ୍ତି। ଏପରି ସ୍ଥଳେ ଜୟନ୍ତୀଙ୍କୁ ଅଧିକ ଯୌତୁକ ଆଣିବା ପାଇଁ ଦାବି କରି ନିରାଶ ହୋଇଥିବା ତାଙ୍କ ଶାଶୁ ଶ୍ୱଶୁର ଓ ନଣନ୍ଦ ଗତ ୧୪ ତାରିଖ ପ୍ରବଳ ମାଡ ମାରିବା ସହ ତାଙ୍କୁ ମାଡିବସି ଏକ ଧାରୁଆ ଅସ୍ତ୍ରରେ ମୁଣ୍ଡକୁ ହାଣି ଦେଇଥିବା ଜଣାପଡିଛି। ଏ ନେଇ ଜୟନ୍ତୀଙ୍କ ପକ୍ଷରୁ ଘଟଗାଁ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories