www.samajalive.in
Tuesday, December 9, 2025
16.1 C
Bhubaneswar

ରାଉରକେଲାରେ ସିକ୍ରେଟ କୋଡ ଦ୍ବାରା ଏଟିଏମରୁ ୩୪ଲକ୍ଷ ଲୁଟ, ଏଟିଏମରେ ଟଙ୍କା ଭର୍ତ୍ତି କଣ୍ଟ୍ରାକ୍ଟ ନେଇଥିବା କର୍ମଚାରୀ ଗିରଫ

ଭୁବନେଶ୍ବର: ରାଉରକେଲା ସହରରେ ଥିବା ବ୍ୟାଙ୍କଗୁଡ଼ିକରେ ଟଙ୍କା ଡିପୋଜିଟ କରୁ କରୁ ଲୁଟ୍‌ କରୁଥିଲେ। ଏଥିପାଇଁ ନିଜ ପାସୱାର୍ଡ ସହ ସହକର୍ମୀଙ୍କ ପାସୱାର୍ଡ ମଧ୍ୟ ବ୍ୟବହାର କରୁଥିଲେ। କରୋନା ମହାମାରୀ ସମୟରେ ପ୍ରାୟ ଏକ ବର୍ଷ ମଧ୍ୟରେ ଏପରି ଅଭିନବ ଉପାୟରେ ୩୪ ଲକ୍ଷ ଟଙ୍କା ଲୁଟ କରିଥିଲେ। ଏ ସମ୍ପର୍କରେ କେହି କିଛି ଜାଣି ପାରୁ ନଥିବା ବେଳେ ଅଡିଟ ବେଳେ ଏଡାର ସତ୍ୟତା ଉନ୍ମୋଚନ ହୋଇଛି। ଅଭିନବ ଢଙ୍ଗରେ ନିଜର ଓ ସହକର୍ମୀଙ୍କ ପାସୱାର୍ଡ ବ୍ୟବହାର କରି ବର୍ଷକ ମଧ୍ୟରେ ୩୪ଲକ୍ଷ ଟଙ୍କା ଲୁଟ କରିଥିବା ଲୁଟେରା ହେଉଛନ୍ତି ଜଣେ ବିଟେକ ଡିଗ୍ରୀଧାରୀ ଯୁବକ। ଏହି ଯୁବକ ଜଣକ ଏଟିଏମରେ ଟଙ୍କା ଭର୍ତ୍ତି କଣ୍ଟ୍ରାକ୍ଟ ନେଇଥିବା କର୍ମଚାରୀ। ଲୁଟେରା ଯୁବକଙ୍କୁ ପୁଲିସ ଗିରଫ କରି ଘଟଣାର ଖୋଳତାଡ଼ କରୁଥିବା ଜଣାପଡ଼ିଛି।

ବିଟେକ ଡିଗ୍ରୀଧାରୀ ହରିଶ୍ଚନ୍ଦ୍ର ଦାସ ରାଇଟର୍ସ ପ୍ରାଇଭେଟ ଲିମିଟେଡ଼ ନାମକ ଏକ କମ୍ପାନୀରେ ଚାକିରି କରିଥିଲେ। ଏହି କମ୍ପାନୀ ତରଫରୁ ହରିଶ୍ଚନ୍ଦ୍ର ରାଉରକେଲା ସେକ୍ଟର-୧୯, ସେକ୍ଟର-୭, ଛେଣ୍ଡ ଥାନା ଅଞ୍ଚଳର ବ୍ୟାଙ୍କ ଅଫ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ଏଚଡିଏଫସି ବ୍ୟାଙ୍କରେ ଟଙ୍କା ଡିପୋଜିଟ କରୁଥିଲେ। ପ୍ରାୟ ବର୍ଷେ ହେବ ନିଜର ଓ ନିଜ ସହକର୍ମୀଙ୍କ ପାସୱାର୍ଡ ବ୍ୟବହାର କରି ସେ ବିଭିନ୍ନ ଏଟିଏମ୍‌ରୁ କିଛି କିଛି ଟଙ୍କା ଉଠାଇବାରେ ସକ୍ଷମ ହୋଇଥିଲେ। ଏନେଇ କୌଣସି ବ୍ୟାଙ୍କ କର୍ତ୍ତୃପକ୍ଷ କିଛି ଟେର ପାଇ ନ ଥିଲେ। କିଛି ଦିନ ହେବ ଏଟିଏମ କାଉଣ୍ଟରଗୁଡ଼ିକର ଅଡିଟ କରାଯାଇଥିଲା। ବ୍ୟାଙ୍କ ଅଫ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ଏଚଡିଏଫସି ବ୍ୟାଙ୍କ ଏଟିଏମରୁ ପ୍ରାୟ ୩୪ ଲକ୍ଷ ଟଙ୍କା କମ୍‌ ଥିବା ଅଡିଟ ସମୟରେ ଜଣାପଡ଼ିଲା। ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷମାନେ ରାଉରକେଲା ସେକ୍ଟର-୧୯, ସେକ୍ଟର-୭, ଛେଣ୍ଡ ଥାନା ଏବଂ ରେଳବାଇ ଅଞ୍ଚଳର ଅନ୍ୟ ଏକ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ଘଟଣାର ଖୋଲତାଡ଼ ଆରମ୍ଭ କରିଥିଲେ ଏବଂ ହରିଶ୍ଚନ୍ଦ୍ର ଦାସଙ୍କ କଳା କାରନାମା ପଦାକୁ ଆସିଥିଲା। ଟଙ୍କା ଲୁଟ୍‌ ଘଟଣାକୁ ହରିଶ୍ଚନ୍ଦ୍ର ସ୍ୱୀକାର କରିଥିଲେ ବି ତାଙ୍କ ଆକାଉଣ୍ଟରୁ କିଛି ଟଙ୍କା ମିଳିପାରି ନାହିଁ। ସେ ସବୁ ଟଙ୍କା ଧାର, ଉଧାରୀ ତଥା ସୁଧ ଲଗାଇଥିବା ଜଣାଯାଇଛି। ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ। ଆବଶ୍ୟକ ପଡ଼ିଲେ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ବୋଲି ରାଉରକେଲା ଏସପି ମୁକେଶ କୁମାର ଭାମୁ ପ୍ରକାଶ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories