www.samajalive.in
Sunday, December 7, 2025
15.1 C
Bhubaneswar

ବାଲାନ୍ସ ନ ଥାଇ ଉଠାଣ କଲେ ପଡ଼ିବ ଏଟିଏମ୍‌ ଚାର୍ଜ, ଏସଏମ୍‌ଏସ୍‌ ଆଲର୍ଟ ଏଣିକି ଦେୟମୁକ୍ତ

ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍‌ବିଆଇ) ଏହାର କେତେକ ଏଟିଏମ୍‌ରୁ ଟଙ୍କା ଉଠାଣ ନିୟମରେ ପରିବର୍ତ୍ତନ ଆଣିଛି। ପରିବର୍ତ୍ତିତ ନିୟମ ଅନୁଯାୟୀ, ଏସ୍‌ବିଆଇ ମେଟ୍ରୋ ସହରର ସଞ୍ଚୟ ଜମା ଖାତାଧାରୀଙ୍କୁ ଏଟିଏମ୍‌ରୁ ମାସକରେ ୮ ଥର ଓ ଗ୍ରାମାଞ୍ଚଳରେ ୧୦ଥର ମାଗଣା ଟଙ୍କା ଉଠାଣ ଅନୁମତି ରହିଛି। ଏଥିରୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ୫ ଥର ଏସବିଆଇ ଏଟିଏମରୁ ଓ ଅବଶିଷ୍ଟ ଥର ଯେ କୌଣସି ବ୍ୟାଙ୍କର ଏଟିଏମ୍‌ରୁ ଉଠାଣ ସୁବିଧା ରହିଛି। ଏହି ମାଗଣା ଉଠାଣ ସୀମା ଅତିକ୍ରମ କଲେ ଗ୍ରାହକଙ୍କ ଉପରେ ପ୍ରତିଟି ଉଠାଣ ବାବଦକୁ ଦେୟ (ଚାର୍ଜ) ଲାଗିବ। ଯଦି ଗ୍ରାହକଙ୍କ ଖାତାରେ ଅଧିକ ବାଲାନ୍ସ ନ ଥିବା କାରଣରୁ କାରବାର ବିଫଳ(ଟ୍ରାଞ୍ଜାକ୍‌ସନ୍‌ ଫେଲ୍‌) ହୋଇଯାଏ, ତେବେ ଖାତାଧାରୀଙ୍କଠାରୁ ଶୁଳ୍କ ବାବଦକୁ ୨୦ ଟଙ୍କା ସହିତ ଜିଏସଟି ମଧ୍ୟ ଆଦାୟ କରାଯିବ। ଏ ସମ୍ପର୍କରେ ଏସ୍‌ବିଆଇ ଏହାର ୱେବସାଇଟରେ ସୂଚନା ଦେଇଛି। ଏହାସହ ନୂଆ ନିୟମ ଅନୁଯାୟୀ, ଭାରତୀୟ ​‌ଷ୍ଟେଟ୍‌ ବ୍ୟାଙ୍କ ଗ୍ରାହକଙ୍କୁ ଏସ୍‌ଏମ୍‌ଏସ୍‌ ଆଲର୍ଟ ପାଇଁ କୌଣସି ପ୍ରକାର ଚାର୍ଜ ଦେବାକୁ ପଡିବନାହିଁ। କାରଣ ଏସ୍‌ବିଆଇ ଏହାର ଖାତାଧାରୀଙ୍କ ପଞ୍ଜିକୃତ ମୋବାଇଲ ନମ୍ବରକୁ ଅାସୁଥିବା ଏସ୍‌ଏମ୍‌ଏସ୍‌ ଆଲର୍ଟ ଚାର୍ଜ ଶେଷ କରିଦେଇଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories