www.samajalive.in
Monday, December 8, 2025
13.1 C
Bhubaneswar

ରାଧାଗୋବିନ୍ଦପୁରରେ ପାନୀୟଜଳ ସମସ୍ୟା,ସମାଧାନ ପାଇଁ ଡେପୁଟି କଲେକ୍ଟରଙ୍କୁ ଦାବିପତ୍ର ପ୍ରଦାନ

ଆଠଗଡ: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଆରମ୍ଭ ନ ହେଉଣୁ ଆଠଗଡରେ ପାନୀୟଜଳ ସମସ୍ୟା ଉତ୍କଟ ରୂପ ଧାରଣ କଲାଣି। ଗ୍ରାମ୍ୟ ପାନୀୟଜଳ ବିଭାଗୀୟ ଅଧିକାରୀଙ୍କୁ ଏ ବିଷୟରେ ଗ୍ରାମବାସୀ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆଠଗଡ ବ୍ଲକ ଅନ୍ତର୍ଗତ ରାଧାଗୋବିନ୍ଦପୁର ପଞ୍ଚାୟତର ମାରୁତି ବିହାର ଅଞ୍ଚଳରେ। ଏହି ଅଞ୍ଚଳଟି ଏକ ଟାଙ୍ଗରା ତଥା ଜଳକ୍ଲୀଷ୍ଟ ଅଞ୍ଚଳ ଅଟେ। ଏଠାରେ ରହୁଥିବା ଅଧିବାସୀ ମାନେ ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗ ଦ୍ବାରା ପାଇପ୍ ଯୋଗେ ଜଳ ଯୋଗାଣ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଏଠାରେ ଦୈନିକ ଦୁଇ ଥର ଜଳ ଯୋଗାଇ ଦିଆଯାଉଥିଲା।

ମାତ୍ର ଗତ ତିନି ମାସ ହେବ ଏଠାରେ ଥରେ ମାତ୍ର ଜଳ ଯୋଗାଇ ଦିଆଯାଉଛି ଏବଂ ତାହା ପୁଣି ମାତ୍ର ଅଧଘଣ୍ଟା । ପମ୍ପ ହାଉସରୁ ଜଳ ଯୋଗାଣ ପାଇଁ ଏଠାରେ ଦୁଇଜଣ ଅପରେଟରଙ୍କ ମଧ୍ଯରୁ ମାତ୍ର ଜଣେ ଥିବାରୁ ଜଳ ଯୋଗାଣ ପାଇଁ ଏଭଳି ସମସ୍ୟା ଉପୁଜୁଛି। ଏ ବିଷୟରେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ସ୍ଥାନୀୟ ଅଧିବାସୀମାନେ ଅଭିଯୋଗ କରିବା ପରେ ବି ସେମାନେ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଅଞ୍ଚଳବାସୀ ଉପଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଉପଜିଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ଅଭିସ୍ପା ମହାନ୍ତିଙ୍କୁ ଦାବିପତ୍ର ପ୍ରଦାନ କରି ତୁରନ୍ତ ଏହାର ସମାଧାନ ପାଇଁ ନିବେଦନ କରିଛନ୍ତି। ଦାବି ମୁତାବକ ଯଥାଶୀଘ୍ର ପାନୀୟଜଳ ଯୋଗାଣ ସମସ୍ୟା ସମାଧାନ କରାନଗଲେ ମାରୁତି ବିହାର ଓ ରାଧାଗୋବିନ୍ଦପୁର ବାସୀ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବାକୁ ବାଧ୍ୟ ହେବେ ବୋଲି ଚେତାଇ ଦେଇଛନ୍ତି ।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories