www.samajalive.in
Sunday, December 7, 2025
13.1 C
Bhubaneswar

ବିଶ୍ବ ଧଳାବାଡି ସପ୍ତାହର ଉଦଯାପନୀ ଦିବସ

 ଆଠଗଡ: ଆଠଗଡ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସୋମବାର ବିଶ୍ଵ ଧଳାବାଡି ସପ୍ତାହର ଉଦଯାପନୀ ଦିବସ  ଧରିତ୍ରୀ ଦିବ୍ୟାଙ୍ଗ ସ୍ଵୟଂ ସହାୟକ ଗୋଷ୍ଠୀ ଓ ରାଷ୍ଟ୍ରୀୟ ଦୃଷ୍ଟିହୀନ ସଂଘ ତରଫରୁ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେପି ନେତା ଅଭୟ କୁମାର ବାରିକ ମୁଖ୍ୟଅତିଥି, ସହକାରୀ ଜିଲ୍ଲାପାଳ ମାନସ ରଞ୍ଜନ ବେହେରା, ବିଡ଼ିଓ ବିଜୟ କେତନ ଚୌଧୁରୀ, ଆଇନଜୀବୀ ଜ୍ଞାନରଞ୍ଜନ ମହାପାତ୍ର, ଆଇନଜୀବୀ ପ୍ରମୋଦ କୁମାର ଜେନା, ରାଷ୍ଟ୍ରୀୟ ଦୃଷ୍ଟିହୀନ ସଂଘ ଓଡ଼ିଶା ଶାଖାର ସମ୍ପାଦକ ହରେକୃଷ୍ଣ ବେହେରା ଏବଂ ଓଡ଼ିଶା ଦୃଷ୍ଟିହୀନ ସଂଘର ପୂର୍ବତନ କାର୍ଯ୍ୟାଳୟ ସମ୍ପାଦକ କପିଳ ଚରଣ ସ୍ବାଇଁ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଉଦବୋଧନ ଦେଇଥିଲେ ।
ବିଶ୍ଵ ଧଳାବାଡି ଦିବସ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆୟୋଜକ ଦୃଷ୍ଟିବାଧିତ ସଂଘର କର୍ମକର୍ତ୍ତା ଆଲୋକପାତ କରିଥିଲେ । ଦୃଷ୍ଟିବାଧିତଙ୍କ ବିଭିନ୍ନ ସମସ୍ୟା ଓ ସେମାନଙ୍କର  ଅଧିକାର ଉପରେ ଆଲୋଚନା କରାଯାଇଥିଲା । ଧଳାବାଡି ଦୃଷ୍ଟିବାଧିତ ବ୍ୟକ୍ତିଙ୍କ ପରିଚୟ ଓ ସାହାରା ବୋଲି ଅତିଥିଗଣ କହିବା ସହ ସେମାନଙ୍କୁ ସହଯୋଗର ହାତ ବଢାଇ ମୁଖ୍ଯସ୍ରୋତରେ ସାମିଲ କରିବା ଆମ ସମସ୍ତଙ୍କର ସାମାଜିକ ଦାୟିତ୍ବ ଓ ନୈତିକ କର୍ତ୍ତବ୍ଯ ବୋଲି ମତପ୍ରକାଶ କରିଥିଲେ । ଦୃଷ୍ଟିବାଧିତଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ମୁଖ୍ୟ ଅତିଥି ଶ୍ରୀ ବାରିକ ପ୍ରତିଶୃତି ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର କୋଣ ଅନୁକୋଣରୁ ବହୁସଂଖ୍ୟାରେ ଦୃଷ୍ଟିବଧିତ ବ୍ୟକ୍ତି ଯୋଗଦାନ କରିଥିଲେ । ସଭାକାର୍ଯ୍ୟ ଶେଷରେ ବିଶ୍ୱ ଧଳାବାଡି ସପ୍ତାହରେ ଜନସଚେତନତା ନିମନ୍ତେ ଦୃଷ୍ଟିବାଧିତଙ୍କର ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories