www.samajalive.in
Monday, December 8, 2025
27.1 C
Bhubaneswar

ଆଠଗଡ ଅଞ୍ଚଳରେ ଉପରମୁହାଁ କରୋନା

ଗୁରୁଡିଝାଟିଆ: ଆଠଗଡ ବ୍ଲକର ବିଭିନ୍ନ ପଞ୍ଚାୟତରେ କରୋନା ବୃଦ୍ଧି ଅହେତୁକ ଭାବରେ ବଢିଚାଲିଛି। କେତେକ ଗାଁରେ କରୋନା ସ୍ଥିତି ବିସ୍ଫୋରକ ରୂପ ନେବାରେ ଲାଗିଛି। ଏପରିକି ଗତ ୨ ସପ୍ତାହ ଭିତରେ ୨୧୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଆଜି ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ୨୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରୁ ଜଣାପଡୁଛି କରୋନାର ପଞ୍ଝା ଚାରିଆଡକୁ ଲମ୍ବିଚାଲିଛି। ଏସବୁ ସତ୍ୱେ ଅମାନିଆମାନଙ୍କ ସଂଖ୍ୟା କିଛି କମ୍‍ ନାହିଁ। ବିଶେଷତଃ ପ୍ରଶାସନିକ କ୍ଷେତ୍ରରେ ଅନୁଶାସନ କମ ଥିବାରୁ ଗାଁ ଗହଳରେ ଲୋକମାନେ କରୋନା ନିୟମକୁ ସଠିକ୍‍ ଭାବରେପାଳନ କରୁନାହାନ୍ତି। ନା ମୁହଁରେ ଅଛି ତୁଣ୍ଡି, ନାଅଛି ସାମାଜିକ ଦୂରତା। ଗତ ବର୍ଷ କରୋନା ସମୟରେ ସହାରାଞ୍ଚଳରେ ଅଧିକମାତ୍ରାରେ କରୋନା ଦେଖାଦେଇଥିଲା। କିନ୍ତୁ କରୋନାର ୨ୟ ଲହରରେ ପ୍ରତ୍ୟେକ ଗାଁକୁ କରୋନା ତାର କାୟା ବିସ୍ତାର କରିଛି। ଛଅଗାଁ ରେ ୧୩ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି କୁମାରପୁର ରେ ୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏପରିକି ୩ ଓ ୬ବର୍ଷରୁ ଦୁଇଜଣ ଶିଶୁ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ରାଜ୍ୟ ସରକାର ତଥା ଆଠଗଡ ଉପଖଣ୍ଡ ପ୍ରଶାସନ ଗ୍ରାମାଞ୍ଚଳରେ କରେନା କଟକଣାକୁ ସଠିକ୍‍ ଭାବରେ ପରିଚାଳନା କରିବା କ୍ଷେତ୍ରରେ ବିହୀତ ପଦକ୍ଷେପ ନକଲେ ନେଡିଗୁଡ କହୁଣୀକୁ ବୋହିଯିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ସହଜେ କରୋନା ଟୀକା ନେବା ପାଇଁ ଦୈନିକ ୪୫ବର୍ଷରୁ ଊର୍ଦ୍ଧ୍ବ ଲୋକ ୨ୟପାନ ନେବା ପାଇଁ ଧାଡି ଲଗାଇ ନିରାଶରେ ଫେରୁଛନ୍ତି। ୧ମପାନ କଥା ପଚାରେ କିଏ?। ଏହା ବାଦ୍‍ ୧୮ ରୁ ୪୪ବର୍ଷ ଯୁବକମାନେ ମଧ୍ୟ ଅପେକ୍ଷାରେ ରହିଛନ୍ତି। ଗାଁ ଗାଁରେ କରୋନା କାୟା ବିସ୍ତାର କରିଥିବା ବେଳେ ଏବେ ମଧ୍ୟ ଗାଁ ମଣ୍ଡପରେ ଚାଲିଛି ତାସ ଖେଳ, ରାସ୍ତାରେ ଚାଲିଛି ଅମାନିଆଙ୍କ ଗାଡିଚାଳନା, କୌଣସି କାମ ନଥାଇ ବାଇକ ଧରି ଘୁରି ବୁଲିବା,ଚା ଓ ଜଳଖିଆ ଦୋକାନରେ ରୁଣ୍ଡ ହେବା ପରି କାର୍ଯ୍ୟ ନୀତିଦିନ ଚାଲୁଛି। ଏଭଳି କ୍ଷେତ୍ରରେ କରୋନା କିପରି କମିବ ତାହା ପ୍ରଶ୍ନ ହୋଇଛି।

- Advertisement -

ଯଦିଓ ଜନସାଧାରଣ ସଚେତନ ହେବା ଏକାନ୍ତ ଆବଶ୍ୟକ। ହେଲେ କରୋନା ନିୟମକୁ ମାନୁ ନଥିବା ଲୋକମାନଙ୍କୁ ଧାଡିକୁ ଆଣିବା ଅନୁଶାସନରେ ଆଣି ଅର୍ଗଳିରେ ପୁରାଇବା ପ୍ରଶାସନର ଦାୟିତ୍ୱ ନୁହେଁ କି?। ଆଠଗଡ ପ୍ରଶାସନ କଣ ପାଇଁ ଅନୁଶୀଳନ କରି ଯେଉଁ ଗାଁମାନଙ୍କରେ ଅଧିକ ସଂଖ୍ୟାରେ ସଂକ୍ରମିତ ରହିଛନ୍ତି ସେଠାରେ କେବଳ ଅତ୍ୟାବଶ୍ୟକ ସେବାକୁ ଛାଡି ଅନ୍ୟ ସମସ୍ତ କାର୍ଯ୍ୟକୁ ବାରଣ କରୁନାହାନ୍ତି। ସ୍ଥାନୀୟ ଥାନାମାନଙ୍କୁ ବିହୀତ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେବାରେ ଅସୁବିଧା କେଉଁଠି ରହିଛି।ମୋଟାମୋଟି କହିବାକୁ ଗଲେ ଗ୍ରାମାଞ୍ଚଳରେ କରୋନା ବୃଦ୍ଧି ପାଇବାର ଅନ୍ୟତମ କାରଣ ହେଉଛି ବ୍ୟବସ୍ଥାରେ କେଉଁଠି ଶିଥିଳତା ଓ ଅନୁଶାସନର ହାର କମ୍‍ ରହିଥିବାର ବୁଦ୍ଧିଜୀବିମାନେ ଆଲୋଚନା କରୁଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories