www.samajalive.in
Sunday, December 7, 2025
15.1 C
Bhubaneswar

ଅତାବିରା ସହର ପାଇଁ ଗଠିତ ଭିଜିଲାନ୍ସ କମିଟିକୁ ମିଳିଲା ଅନୁମୋଦନ

ରେଙ୍ଗାଲିକେମ୍ପ : ଅତାବିରା ସହର/ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ନୂତନ ଭାବରେ ଗଠିତ ୧୭ଜଣିଆ ଭିଜିଲାନ୍ସ କମିଟି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅଧିନସ୍ଥ ଓଡ଼ିଶା ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନର ନିୟମ-୧୯ ଅନୁଯାୟୀ ଚିଠି ନମ୍ୱର୍ ୧୭୫୨/୨୬/୨/୨୧ ଅନୁସାରେ ଅନୁମୋଦିତ ହୋଇଛି। ଏହି କମିଟିର ଅଧ୍ୟକ୍ଷା ହେଉଛନ୍ତି ଏନ୍ ଏ ଅଧ୍ୟକ୍ଷା ଦୀପାଞ୍ଜଳୀ ଭୋରାସାଗର୍, ସଂଯୋଜକ ଏନ୍ ଏ ସି କାର୍ୟ୍ୟନିର୍ବାହୀ ଅଧିକାରୀ ସୋର୍ୟ୍ୟରଞ୍ଜନ ମିଶ୍ର ରହିଥିବା ବେଳେ ବରଗଡ଼ର ସଂସଦ ପ୍ରତିନିଧି ସଞ୍ଜୀବ ପରିଜା, ଅତାବିରା ନିର୍ବାଚନ ମଣ୍ଡଳୀର ବିଧାୟିକାଙ୍କ ପ୍ରତିନିଧି ଯତୀନ କୁମାର ଦାଶ(ଟଙ୍କ ଦାଶ), ବରଗଡ଼ ଉପଜିଲ୍ଲାପାଳ ଶୁଭେନ୍ଦୁ ସାମଲ, ଅତାବିରା ସ୍ବାସ୍ଥ୍ୟ ଅଧିକାରୀ, ୱାର୍ଡ ନଂ ୨ କାଉନସିଲର ରଘୁନାଥ ବାରିକ୍, ୱାର୍ଡ ନଂ ୪ ର କାଉନସିଲର ତ୍ରିବିକ୍ରମ ଦାସ, ୱାର୍ଡ ନଂ ୫ର କାଉନସିଲର ଜ୍ୟୋତିର୍ମୟୀ , ଅତାବିରା ମାରୱାଡ଼ି ଯୁବା ମଞ୍ଚର ପ୍ରତିନିଧି ଉମେଶ ଅଗ୍ରୱାଲ, ମାଣିକ୍ୟ ଦାଶ, ମହିଳା ଖାଉଟି କାର୍ଡର ସବିତା ଭୁଏ, ସବିତା ମଲ୍ଲିକ (ଅନୁସୂଚିତ ଜାତି), ସଂଯୁକ୍ତା ଭୋଇ (ଜନଜାତି), ବରଗଡ଼ ସଦର ସହକାରୀ ଖାଉଟି ଅଧିକାରୀ, ମାର୍କେଟିଂ ଇନ୍ସପେକ୍ଟର ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସଦସ୍ୟ ଭାବରେ ରହିଛନ୍ତି। ଏହି ଭିଜିଲାନ୍ସ ଦଳ ସହରର ବା ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଆସୁଥିବା ସମସ୍ତ ସରକାରୀ ଖାଉଟି ସାମଗ୍ରୀର ଦକ୍ଷତା, ସୁବଣ୍ଟନ, ଉପଯୋଗିତା ଏବଂ ପରିମାଣ ଆଦିକୁ ତଦାରଖ କରି ତାର ରିପୋର୍ଟ ପ୍ରତି ତିନି ମାସରେ ଥରେ ବୈଠକରେ ଉପସ୍ଥାପନ କରିବେ।

ବର୍ଷକୁ ଚାରି ଥର ଏହି କମିଟିର ବୈଠକ କରାଯିବା ପାଇଁ ସ୍ଥିର ହୋଇଛି। ଏହି ସମସ୍ତ ବୈଠକରେ ଉପସ୍ଥାପିତ ରିପୋର୍ଟକୁ ସମୀକ୍ଷା କରାଯାଇ ଫଳାଫଳ ଅତିରିକ୍ତ ଜିଲ୍ଲାପାଳଙ୍କୁ କମିଟିର ଅଧ୍ୟକ୍ଷା ଜଣାଇବେ। ଅତିରିକ୍ତ ଜିଲ୍ଲାପାଳ ଏହାକୁ ଗ୍ରିଭେନ୍ସ ଆକାରରେ ଜିଲ୍ଲାପାଳଙ୍କୁ ଜଣାଇବେ।ଜିଲ୍ଲାପାଳ ଉକ୍ତ ସମସ୍ୟାକୁ ତର୍ଜମା କରି ତାର ସମାଧାନ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ । ଏହାଦ୍ବାରା ସରକାରଙ୍କ ପ୍ରଣୋଦିତ ଯୋଜନାଗୁଡିକ ଠିକ ଭାବରେ ପ୍ରତ୍ୟେକ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ ବୋଲି ଆଶା କରାଯାଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories