www.samajalive.in
Sunday, December 7, 2025
15.1 C
Bhubaneswar

ଯବାନଙ୍କ ଗୁଳିମାଡ଼ରେ ୨ ସହକର୍ମୀ ମୃତ, ୫ ଆହତ; ନିଜେ ବି କଲେ ଆତ୍ମହତ୍ୟା

ଇମ୍ଫାଲ: ହିଂସାଗ୍ରସ୍ତ ମଣିପୁରରେ ନିୟୋଜିତ ଆସାମ ରାଇଫଲ୍ସର ଜଣେ ଯବାନ ନିଜ ସହର୍କମୀଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇବା ପରେ ନିଜକୁ ଗୁଳି କରି ଦେଇଛନ୍ତି। ଏଥିରେ ୨ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କ ଚିକିତ୍ସା ଜାରି ରହିଛି ଏବଂ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ମଣିପୁର ଚନ୍ଦେଲ ଜିଲାର ସାଜିକ୍ ତମ୍ପାକ ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ବୁଧବାର ପୁଲିସ ଏନେଇ ସୂଚନା ଦେଇଛି। ତେବେ ଆସାମ ରାଇଫଲ୍ସ ଦୁଇ ଯବାନଙ୍କ ମୃତ୍ୟୁ ନେଇ ଏପର୍ଯ୍ୟନ୍ତ ନିଶ୍ଚିତ ସୂଚନା ଦେଇନାହିଁ। ଅପରପକ୍ଷେ, ଏହି ଦୁର୍ଭାଗ୍ୟଜନକ ଘଟଣାକୁ ଜାରି ରହିଥିବା ଜାତୀୟ ବିବାଦ ସହ ଯୋଡ଼ିବା ଉଚିତ ନୁହେଁ ବୋଲି କହିଛି ମଣିପୁର ପୁଲିସ।

ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ମଣିପୁରର ଚନ୍ଦେଲ ଜିଲାର ସାଜିକ୍ ତମ୍ପାକସ୍ଥିତ ରାନାଟପ୍‌ ପୋଷ୍ଟରେ ନିୟୋଜିତ ୧୫ ଆସାମ ରାଇଫଲ୍ସର ଜଣେ ଯବାନ ହାବିଲଦାର ସାଙ୍ଗପି ବାଇଟ ଅତର୍କିତ ଗୁଳି ଚାଳନା କରିଥିଲେ। ଖବର ଅନୁସାରେ, ନିଜ ସହକର୍ମୀଙ୍କୁ ଗୁଳି କରିବା ପୂର୍ବରୁ ଶିବିର ସ୍ଥଳରେ ସେମାନଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। ଯୁକ୍ତିତର୍କ ସମୟରେ ସେ ହଠାତ୍ ତାଙ୍କ ସହକର୍ମୀଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଏଥିରେ ଆସାମ ରାଇଫଲ୍ସର ୫ ଜଣ ଯବାନ ଆହତ ହୋଇଛନ୍ତି। ଏଥିସହ ୨ ଜଣ ଯବାନଙ୍କ ମୃତ୍ୟ ଘଟିଥିବା ମଧ୍ୟ ଜଣାପଡ଼ିଛି। ତେବେ ଆସାମ ରାଇଫଲ୍ସ ପକ୍ଷରୁ ଆନୁଷ୍ଠାନିକ ଭାବେ ଏନେଇ ସୂଚନା ଦିଆଯାଇନାହିଁ। ପୁଲିସ ସୂତ୍ରରୁ ପ୍ରାପ୍ତ ଖବର ଅନୁଯାୟୀ, ପରେ ସେ ନିଜକୁ ମଧ୍ୟ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଆହତ ଯବାନମାନଙ୍କୁ ହେଲିକପ୍ଟର ଯୋଗେ ଅଧିକ ଚିକିତ୍ସା ପାଇଁ ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories