www.samajalive.in
Tuesday, December 9, 2025
16.1 C
Bhubaneswar

୫ଦଫା ଦାବିରେ ଆଶା କର୍ମୀମାନଙ୍କ ନିରବ ପ୍ରତିବାଦ

ଖୁଣ୍ଟା: ମୟୁରଭଞ୍ଜ ଜିଲା ଖୁଣ୍ଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ କାର୍ୟ୍ୟରତ ଆଶା କର୍ମୀ ମାନେ ଗୁରୁବାର ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ନିଜର ୫ ଦଫା ଦାବି ପାଇଁ ନିରବ ପ୍ରତିବାଦ କରିଥିଲେ। ସିଆଇଟିୟୁ ପକ୍ଷରୁ ମେ’ ୧୪ ତାରିଖକୁ ସର୍ବ ଭାରତୀୟ ଦାବି ଦିବସ ଭାବେ ପାଳନ କରାଯାଇ ଆସୁଥିବା ଅବସରରେ ଆଶା କର୍ମୀଙ୍କ ଦ୍ୱାରା ଉକ୍ତ ଦାବି ପତ୍ର ପ୍ରଦାନ କରାଯାଇଥିଲା।

କୋଭିଡ୧୯ କାର୍ଯ୍ୟରେ ସେମାନଙ୍କୁ ସାମିଲ କରାଯାଇଥିବା ବେଳେ ସୁବିଧା ସୁଯୋଗ ପ୍ରଦାନ ବାବଦରେ ସରକାର ଅନ୍ୟମାନଙ୍କ ତୁଳନାରେ ସେମାନଙ୍କୁ ସମ୍ପୂର୍ଣ୍ଣ ଉପେକ୍ଷା କରିଥିବା ଅଭିଯୋଗ କରିଛନ୍ତି। ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପରି ସେମାନଙ୍କୁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଆର୍ଥିକ ଓ ଅନ୍ୟାନ୍ୟ ସୁବିଧା ପରିସରଭୂକ୍ତ କରିବା ସହ ସମସ୍ତ ସୁରକ୍ଷା ଉପକରଣ ଯୋଗାଇ ଦେବାକୁ ଦାବି ଉପସ୍ଥାପନ କରିଥିଲେ। ସେହିପରି ସେମାନଙ୍କୁ ଦୈନିକ ଓ ମାସିକିଆ ସ୍ୱତନ୍ତ୍ର ଆର୍ଥିକ ସହାୟତା ପାଇଁ ଦାବିରେ ଉଲେଖ କରିଛନ୍ତି। କୋରନା ପରିପ୍ରେକ୍ଷୀରେ ଗ୍ରାମରେ ବିଭିନ୍ନ ଲୋକଙ୍କୁ ଭେଟିବା ସମୟରେ ଲୋକଙ୍କ ଆକ୍ରମଣ ଓ ବିରୋଧର ସମ୍ମୁଖୀନ ହେଉଥିବାରୁ ସେମାନଙ୍କ ସୁରକ୍ଷା ନିଶ୍ଚିତ କରାଯିବାକୁ ଦାବି କରିଛନ୍ତି। ଆଶା କର୍ମୀ ମାନଙ୍କ ମଧ୍ୟରେ ରେବତୀ ପରିଡା, ସୁକେଶିନୀ ବାରିକ, ସୁଜାତା ବେହେରା, ଶକୁନ୍ତଳା ବେହେରାଙ୍କ ସହିତ ଅନ୍ୟମାନେ ୫ଦଫା ସମ୍ବଳିତ ଦାବି ପତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ ଅନୁଭବ ପଟ୍ଟନାୟକଙ୍କୁ ପ୍ରଦାନ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories