www.samajalive.in
Monday, December 8, 2025
27.1 C
Bhubaneswar

ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ଅରୁଣ ଜେଟଲୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ନୂଆଦିଲ୍ଲୀ : ଦିବଗଂତ ବିଜେପି ନେତା ଅରୁଣ ଜେଟଲୀଙ୍କର ଆଜି ଜୟନ୍ତୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ତାଙ୍କର ଉଜ୍ଜ୍ୱଳ ବ୍ୟକ୍ତିତ୍ୱ, ବୁଦ୍ଧିମତ୍ତା, ଆଇନଗତ ଜ୍ଞାନ ଏବଂ ସବୁଠାରେ ଉପସ୍ଥିତି ପାଇଁ ତାଙ୍କୁ ସମସ୍ତେ ମନେ ରଖିଛନ୍ତି। ସେ ସମସ୍ତଙ୍କର ଅତି ନିକଟତର ଥିଲେ।
ଅନ୍ୟପକ୍ଷରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ଅରୁଣ ଜେଟଲୀଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅରୁଣ ଜେଟଲୀଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତା ଥିଲା । ସେ ଜଣେ ଯୁକ୍ତି ସଙ୍ଗତ ନେତା ଥିଲେ। ତାଙ୍କ ପାଖରେ ପ୍ରତ୍ୟେକ ପ୍ରଶ୍ନର ସଠିକ୍ ଉତ୍ତର ଥିଲା।

ଶାହା ଜେଟଲୀଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରି କହିଛନ୍ତି, ଯେ ଏହା ମୋର ଏକ ଗୌରବ ଓ ଖୁସିର ବିଷୟ ଏବଂ ଆନନ୍ଦିତ ଯେ, ମୁଁ ଏଠାରେ ପିରୋଜ ଶାହା କୋଟଲା ଷ୍ଟାଡିୟମରେ ଅଛି, ଯାହା ଅତୀତରେ ଅନେକ ଐତିହାସିକ କ୍ରିକେଟ୍ ମୁହୂର୍ତ୍ତ ଦେଖିଛି। ଜେଟଲୀଙ୍କ ସଂପର୍କରେ ବର୍ଣ୍ଣନା କରି ସେ କହିଛନ୍ତି,  ଜଣେ ସାଂସଦ ଓ ମନ୍ତ୍ରୀ ଭାବେ ଜେଟଲୀ କେବେ ମଧ୍ୟ ଗୃହର ଗାରିମା ଭଙ୍ଗ କରି ନାହାନ୍ତି। ସେ ଜଣେ ଯୁକ୍ତିଯୁକ୍ତ ନେତା ଥିଲେ। ଅରୁଣ ଜେଟଲୀ ମହାଶୟ ଦୃଢ ଯୁକ୍ତି ସହିତ ଯେ କୌଣସି ପ୍ରସଙ୍ଗରେ ଆବଶ୍ୟକ ତାକୁ ବିରୋଧ କରୁଥିଲେ। ଦେଶରେ ଜରୁରୀକାଳୀନ ପରିସ୍ଥିତି ଏକ କଳା ଅଧ୍ୟାୟ ଥିଲା, ଅରୁଣ ଜେଟଲୀ ତାହା ବିରୋଧରେ ଲଢି ଜେଲ ଯାଇଥିଲେ। ବିରୋଧୀ ଦଳରେ ଥିବାବେଳେ ତାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିବାରୁ ମୋଦୀ ସରକାର ୨୦୧୪ରେ କ୍ଷମତାକୁ ଆସିଥିଲେ, ସେ ଜଣେ ଦୃଢ ଓ ଶକ୍ତିଶାଳୀ ଅର୍ଥମନ୍ତ୍ରୀ ଥିଲେ।

- Advertisement -

ଜେଟଲୀଙ୍କୁ ସ୍ମରଣ କରି ଗୃହମନ୍ତ୍ରୀ କହିଛନ୍ତି, “ବିନା ଦ୍ୱନ୍ଦ୍ୱରେ ସେ ଏକ ଶକ୍ତିଶାଳୀ ଆଇପିଏଲର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଆଜି ଆଇପିଏଲ ଟ୍ରାକରେ ଅଛି ଏବଂ କ୍ରିକେଟ୍ ହଜାର ହଜାର ଯୁବକମାନଙ୍କ ପାଇଁ ରୋଜଗାରର ଆଧାର ପାଲଟିଛି। ଯେତେବେଳେ ମୋ ଜୀବନରେ ଏକ ସଙ୍କଟ ଦେଖାଦେଇଥିଲା, ଅରୁଣ ଜୀ ଏହାର ସମାଧାନ ବାହାର କରିଥିଲେ।
ସୂଚନା ଯୋଗ୍ୟ ଜେଟଲୀ ବହୁ ବର୍ଷ ଧରି ବିଜେପିର ସବୁଠାରୁ ଉଚ୍ଚକୋଟୀର ନେତାଙ୍କ ମଧ୍ୟରେ ଜଣେ ଥିଲେ ଏବଂ ଅତି ସୂକ୍ଷ୍ମ ରାଜନୈତିକ ବୁଝାମଣା ସହ ସେ ଜଣେ ନେତା ଭାବରେ ବିବେଚିତ ହୋଇଥିଲେ। ସେ ୧୯୫୨ରେ ଜନ୍ମଗ୍ରହଣ କରିଥିଲେ। ଗତ ବର୍ଷ ଅଗଷ୍ଟରେ ତାଙ୍କର ପରଲୋକ ଘଟିଥିଲା।
ଜେଟଲୀଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି, ’ମୁଁ ମୋର ବନ୍ଧୁ ଅରୁଣ ଜେଟଲୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ସ୍ମରଣ କରୁଛି। ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ୱ, ବୁଦ୍ଧିମତ୍ତା, ଆଇନକୁ ବୁଝିବା ଏବଂ ସବୁଠାରେ ଉପସ୍ଥିତି ଯୋଗୁଁ ସମସ୍ତଙ୍କ ପାଖରେ ସ୍ମରଣୀୟ। ସେ ଭାରତର ଅଗ୍ରଗତି ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories