www.samajalive.in
Monday, December 8, 2025
27.1 C
Bhubaneswar

କଂଗ୍ରେସରେ ଯୋଗଦେବେ ‘ରାମାୟଣ’ର ରାମ!

ନୂଆଦିଲ୍ଲୀ : ବିଗ୍‍ବସ୍‍ ଏକାଦଶ ସଂସ୍କରଣର ବିଜେତା ଏବଂ ‘ଅଙ୍ଗୁରୀ ଭାଭୀ’ ନାମରେ ପ୍ରସିଦ୍ଧ ଶିଳ୍ପା ସିନ୍ଧେ କଂଗ୍ରେସରେ ଯୋଗଦେବା ପରେ ଏବେ ଟିଭିର ରାମ ଅର୍ଥାତ ଅରୁଣ ଗୋଭିଲ କଂଗ୍ରେସରେ ଯୋଗଦେବାକୁ ଯାଉଛନ୍ତି। କୁହାଯାଉଛି ଯେ ସେ ଇନ୍ଦୋର ଲୋକସଭା ଆସନରୁ ନିର୍ବାଚନ ଲଢିବେ। କଂଗ୍ରେସ ଦଳର ପାର୍ଥୀ ଭାବେ ସେ ବଜେପିର ବରିଷ୍ଠ ନେତ୍ରୀ, ୮ଥରର ସାଂସଦ ତଥା ଲୋକସଭା ବାଚସ୍ପତି ସୂମିତ୍ରା ମହାଜନଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବେ।
ମଧ୍ୟପ୍ରଦେଶରେ ଅରୁଣ ଗୋଭିଲ ବହୁତ ଲୋକପ୍ରିୟ ଚେହେରା ଭାବେ ଜଣାଶୁଣା। ରାମାନନ୍ଦ ସାଗରଙ୍କ ‘ରାମାୟଣ’ ସିରିଆଲରେ ‘ରାମ’ ଭୂମିକାରେ ଅଭିନୟ କରି ସେ ଘରେ ଘରେ ନାମ କମାଇଛନ୍ତି। ସେ ବଲିଉଡ଼ର ଅନେକ ଚଳଚ୍ଚିତ୍ରରେ କାର୍ଯ୍ୟ କରିଥିଲେ ବି ରାମୟଣରୁ ପ୍ରସିଦ୍ଧ ହୋଇଥିଲେ।
ପ୍ରକାଶଯୋଗ୍ୟ ଯେ ଅରୁଣ ଗୋଭିଲଙ୍କ ଜନ୍ମ ଉତ୍ତରପ୍ରଦେଶର ରାମନଗରରେ ହୋଇଥିଲା। ସେ ଉତ୍ତରପ୍ରଦେଶରେ ପ୍ରାଥମିକ ଶିକ୍ଷା ଲାଭ କରିଥିଲେ। ସେ ସରକାରୀ ଚାକିରି କରନ୍ତୁ ବୋଲି ତାଙ୍କ ବାପା ଚାହୁଁଥିଲେ। ନାଟକରେ ଅଭିନୟ କରିବା ପରେ ଅଭିନୟ ଦୁନିଆରେ ନାମ କମାଇବାକୁ ସେ ମୁମ୍ବଇ ପଳାଇଥିଲେ। ସେତେବେଳେ ତାଙ୍କୁ ମାତ୍ର ୧୭ ବର୍ଷ ବୟସ ହୋଇଥିଲା। ସେଠାରେ ଲଲୁରାମ ଚଳଚ୍ଚିତ୍ରରୁ ସେ ନିଜ ବଲିଉଡ଼ ଜୀବନ ଆରମ୍ଭ କରିଥିଲେ। ଏହାପରେ ସେ ରାଜଶ୍ରୀ ପ୍ରଡକ୍ସନର ପାରିବାରିକ ଚଳଚ୍ଚିତ୍ରରେ କାର୍ଯ୍ୟ କରିଥିଲେ। ତେବେ ରାମାନନ୍ଦ ସାଗରଙ୍କ ନିର୍ଦେଶିତ ରାମାୟଣ ସରିଆଲରେ ରାମଙ୍କ ଭୂମିକାରୁ ସେ ଲୋକପ୍ରିୟତା ଲାଭ କରିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories