www.samajalive.in
Monday, December 8, 2025
17.1 C
Bhubaneswar

ଆଇପିଏଲ ନିଲାମ ପୂର୍ବରୁ ଅର୍ଜୁନ ତେନ୍ଦୁଲକରଙ୍କୁ ଝଟ୍‌କା, ମୁମ୍ବଇ ଟିମ୍‌ରେ ମିଳିଲାନି ସ୍ଥାନ

ଆଇପିଏଲ ୨୦୨୧ର ନିଲାମ ପ୍ରକ୍ରିୟା ପୂର୍ବରୁ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ବଡ଼ ଝଟ୍‌କା ଲାଗିଛି। ଆଗାମୀ ବିଜୟ ହଜାରେ ଟ୍ରଫି ପାଇଁ ଅର୍ଜୁନଙ୍କୁ ମୁମ୍ବଇ ଟିମ୍‌ରେ ସ୍ଥାନ ମିଳିନାହିଁ। ୨୨ ସଦସ୍ୟ ବିଶିଷ୍ଟ ମୁମ୍ବଇ ଟିମ୍‌ରେ ସ୍ଥାନ ପକ୍କା କରିବାରେ ସେ ବିଫଳ ହୋଇଛନ୍ତି। ଚଳିତ ମାସରେ ଆରମ୍ଭ ହେବାକୁ ଥିବା ବିଜୟ ହଜାରେ ଟ୍ରଫି ପାଇଁ ମୁମ୍ବଇ ଟିମ୍‌ ଶ୍ରେୟସ ଆୟାରଙ୍କୁ ଅଧିନାୟକ ଦାୟିତ୍ଵ ଦେଇଛି।

ସୂଚନାଯୋଗ୍ୟ, ବାମହାତୀ ଦ୍ରୁତ ବୋଲର ୨୧ ବର୍ଷୀୟ ଅର୍ଜୁନଙ୍କୁ ଚଳିତବର୍ଷ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ମୁମ୍ବଇ ଟିମ୍‌ ସୁଯୋଗ ଦେଇତିଲା। ଅର୍ଜୁନ ଏଲିଟ ଇ ଲିଗ୍‌ ଗ୍ରୁପ ମ୍ୟାଚରେ ନିଜର ପଦାର୍ପଣ କରିଥିଲେ ଏବଂ ସେ ୨ ଓଭର ବୋଲିଂ କରି ୨୧ ରନ୍‌ ବିନିମୟରେ ଗୋଟିଏ ଉଇକେଟ ହାସଲ କରିଥିଲେ।

- Advertisement -

ତେବେ ବିଜୟ ହଜାରେ ଟ୍ରଫି ପାଇଁ ମୁମ୍ବଇ ଟିମ୍‌ ନିଜର ୧୦୦ ସମ୍ଭାବ୍ୟ ଖେଳାଳିଙ୍କ ମଧ୍ୟରେ ଅର୍ଜୁନଙ୍କୁ ସାମିଲ କରିଥିଲା। କିନ୍ତୁ ଅଭ୍ୟାସ ମ୍ୟାଚରେ ତାଙ୍କ ପ୍ରଦର୍ଶନ ଖରାପ ରହିଥିଲା। ସେ ଟିମ୍‌ ତରଫରୁ ୪ଟି ମ୍ୟାଚ ଖେଳିଥିଲେ, ମାତ୍ର ଉଭୟ ବ୍ୟାଟିଂ ଏବଂ ବୋଲିଂରେ ସେ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲେ। ୪ଟି ମ୍ୟାଚରେ ସେ ୪ଟି ଉଇକେଟ୍‌ ନେଇଥିବାବେଳେ ୩ଟି ମ୍ୟାଚରେ ବ୍ୟାଟିଂ କରି ୭ରନ୍‌ କରିବାରେ ସଫଳ ହୋଇଥିଲେ।

ଅର୍ଜୁନଙ୍କୁ ମୁମ୍ବଇ ଟିମ୍‌ରେ ସ୍ଥାନ ମିଳି ନ ଥିବାରୁ ଆଇପିଏଲ ଖେଳିବା ଆଶା ସଫଳ ହେବ କି ନାହିଁ ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଜୟ ହଜାର ଟ୍ରଫିରେ ସେ ଭଲ ପ୍ରଦର୍ଶନ କରିଥିଲେ ତାଙ୍କୁ ଆଇପିଏଲରେ କୌଣସି ଦଳ ସୁଯୋଗ ଦେବାର ସମ୍ଭାବନା ସୃଷ୍ଟି ହୋଇଥାନ୍ତା।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories