www.samajalive.in
Monday, December 8, 2025
27.1 C
Bhubaneswar

ସାମୁଦ୍ରିକ ଢେଉରେ ଉଛୁଳୁଛି ବୈତରଣୀ ଓ ସାଳନ୍ଦୀ ନଦୀ ; ଦୃବଳ ନଦୀବନ୍ଧକୁ ନେଇ ଆତଙ୍କିତ ଚାଷୀକୂଳ

ଆରଡି : ସାମୁଦ୍ରିକ ବାତ୍ୟା ଅମ୍ପନକୁ ନେଇ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ସମଗ୍ର ଅଞ୍ଚଳକୁ ହାଇଆର୍ଲଟ ଜାରି କରାଯିବା ସହିତ ଉକ୍ତ ବ୍ଲକରେ ଥିବା ତଳିଆ ଅଞ୍ଚଳ ଭାବେ ପରିଚିତ ଆରଡି, ନାନ୍ଦପୁର, ଓଳଗ, ସୁନ୍ଦରପୁ ଓ ତେନ୍ତୁଲିଡିହ ପଞ୍ଚାୟତର ଥିବା ସମସ୍ତ ନଈକୂଳିଆ ଅଞ୍ଚଳରେ ହାଇଆର୍ଲଟ ଜାରି କରିଛି ପ୍ରଶାସନ। ଏପରିକି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବାତ୍ୟା ମୁକାବିଲା ନିମନ୍ତେ ଘନଘନ ବୈଠକ ବସିବା ସହିତ ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ନିକଟସ୍ଥ ବିଦ୍ୟାଳୟ କୋଠା ଓ ବାତ୍ୟାଆଶ୍ରୟସ୍ଥଳିକୁ ସ୍ଥାନାନ୍ତରିତ ହେବା ପାଇଁ ଡାକବାଜି ଯନ୍ତ୍ର ଦ୍ୱାରା ସୂଚନା ଦିଆଯାଇଛି। ଅନ୍ୟପଟେ ଆଗକୁ ଅମାବାସ୍ୟା ତିଥି ରହିଥିବା ବେଳେ ବାତ୍ୟା ଅମ୍ଫନ ପ୍ରଭାବରେ ନିକଟସ୍ଥ ଧାମାର ସମୁଦ୍ର ମୁହାଣ ନକଟରେ ସମୁଦ୍ର ଅଶାନ୍ତ ହୋଇ ପଡିବା ସହିତ ଉଚ୍ଚ ଜୁଆର ଯୋଗୁଁ ଉଭୟ ବୈତରଣୀ ଓ ସାଳନ୍ଦୀ ନଦୀ ଉଛୁଳିବାରେ ଲାଗିଛି।

ସେହିପରି ମଙ୍ଗଳବାର ମଧ୍ୟାହ୍ନ ସମୟରୁ ଝିପିଝିପି ବର୍ଷା ସାଙ୍ଗକୁ ହାଲକା ପବନ ବହିବା ଦ୍ୱାରା ଭୟଭିତ ହୋଇ ପଡିଛନ୍ତି ନଈକୂଳିଆ ବାସୀ। ଏପରିକି ତଳିଆ ଅଞ୍ଚଳ ସମେତ ନଦୀକୂଳରେ ବସବାସ କରୁଥିବା ପ୍ରାୟ ୧୨୦ ପରିବାରଙ୍କୁ ମଙ୍ଗଳବାର ସଂଧ୍ୟା ସୁଧା ସ୍ଥାନାନ୍ତରିତ କରାଯିବ ବୋଲି ସମସ୍ତ ପଞ୍ଚାୟତ ପକ୍ଷରୁ ପ୍ରକାଶ ପାଇଛି। ଏଥିପାଇଁ ବ୍ଲକ ନୋଡାଲ ଅଫିସରଙ୍କ ସହ ସମସ୍ତ ପଞ୍ଚାୟତ ଅଧିକାରୀଙ୍କ ପକ୍ଷରୁ ବାତ୍ୟାଆଶ୍ରୟସ୍ଥଳ ସମେତ ୨ମହଲା ବିଶିଷ୍ଟ ବିଦ୍ୟାଳୟ ଗୃହକୁ ଲୋକଙ୍କ ଆଶ୍ରୟ ନିମନ୍ତେ ପ୍ରସ୍ତୁତ ରଖାଯାଇଥିବା ଚାନ୍ଦବାଲି ତହସିଲିଦାର ଓ ବିଡିଓ ପ୍ରକାଶ କରିଛନ୍ତି। ଏପଟେ ଦୀର୍ଘମାସ ହେବ ଜଳସେଚନ ବିଭାଗର ଖାମଖିଆଲି ମନଭାବ ଯୋଗୁଁ ବୈତରଣୀ ଓ ସାଳନ୍ଦୀ ନଦୀର ବହୁ ସ୍ଥାନରେ ନଦୀବନ୍ଧ ଦୃବଳ ରହିଥିଲେ ମଧ୍ୟ ମରାମତି ହୋଇ ନଥିବାରୁ ଯଦି ବାତ୍ୟା ଅମ୍ପନ ପ୍ରଭାବରେ ନଈର ଜଳସ୍ତର ବଢେ ତାହାଲେ ଚଳିତବର୍ଷ ଶହଶହ ହେକ୍ଟର ସାରଦ ଧାନତଳି ନଷ୍ଟ ହେବ ଚାଷୀମାନେ ପ୍ରକାଶ କରିଛନ୍ତି।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories