www.samajalive.in
Sunday, December 7, 2025
15.1 C
Bhubaneswar

ଓଡ଼ିଶାରେ ୮ ସୂଚନା କମିସନର ପଦ ଖାଲି ; ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ : ରାଜ୍ୟ ସୂଚନା କମିଶନରେ ପଦ ଖାଲି ପଡ଼ିବା ଘଟଣାରେ ଅସନ୍ତୋଷ ପ୍ରକାଶକରି ସୁପ୍ରିମକୋର୍ଟ ଓଡ଼ିଶା ସମେତ ଆଠଟି ରାଜ୍ୟକୁ ଜବାବ ତଲବ କରିଛନ୍ତି। ଓଡ଼ିଶାରେ ଦୀର୍ଘ ଦିନ ଧରି ୮ ଗୋଟି ପଦ ଖାଲି ପଡ଼ିବା ନେଇ ସୁପ୍ରିମକୋର୍ଟ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଓଡ଼ିଶା ସରକାର କେତେ ଦିନ ମଧ୍ୟରେ ନୂଆ ସୂଚନା କମିଶନର ନିଯୁକ୍ତି କରିବେ ଏବଂ ନିଯୁକ୍ତି ପ୍ରକ୍ରିୟା ସ୍ୱଚ୍ଛ ରହିବ କି ନାହିଁ ଏକ ସପ୍ତାହ ମଧ୍ୟରେ ସତ୍ୟପାଠ ଜରିଆରେ ଜଣାଇବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଆଜି ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, କେରଳ, ଗୁଜୁରାଟ, କର୍ଣ୍ଣାଟକ ଓ ତେଲେଙ୍ଗାନା ଆଦି ରାଜ୍ୟରେ ସୂଚନା କମିଶନର ପଦ ଖାଲି ଯୋଗୁଁ ମାମଲା ଫଇସଲା ହୋଇପାରୁନାହିଁ ବୋଲି ଏକ ମାମଲାର ଶୁଣାଣି ବେଳେ ସଂପୃକ୍ତ ରାଜ୍ୟ ଗୁଡ଼ିକରେ ସୂଚନା କମିଶନର ପଦ ବହୁଦିନ ଧରି ଖାଲି ପଡ଼ିଥିବା ଜଣାପଡ଼ିଥିଲା।
ଗତ ଅଗଷ୍ଟରେ ଓଡ଼ିଶା ସରକାରଙ୍କ ତରଫରୁ ସୁପ୍ରିମକୋର୍ଟରେ ଦାଖଲ ସତ୍ୟପାଠ ଅନୁଯାୟୀ ଓଡ଼ିଶା ରାଜ୍ୟ ସୂଚନା କମିଶନରେ ସମୁଦାୟ ୧୧ଟି ମଞ୍ଜୁର ପଦ ରହିଛି। ମୁଖ୍ୟ ସୂଚନା କମିଶନରଙ୍କ ସମେତ ତିନି ଜଣ ସୂଚନା କମିଶନର ଏବେ ଓଡ଼ିଶା ସୂଚନା କମିଶନର ଭାବେ କାର୍ଯ୍ୟ କରୁଛନ୍ତି। ରାଜ୍ୟ ସରକାର ଛଅ ମାସ ମଧ୍ୟରେ ଜଣେ ସୂଚନା କମିଶନଙ୍କୁ ନିଯୁକ୍ତି କରିବେ ବୋଲି ସତ୍ୟପାଠରେ ଜଣାଇଥିଲେ। କମିଶନରଙ୍କ ଅଭାବରୁ ଗତ ଅକ୍ଟୋବର ୨୦୧୭ ସୁଦ୍ଧା ୧୦ ହଜାରରୁ ଊର୍ଦ୍ଧ୍ବ ମାମଲାର ବିଚାର ହୋଇ ନପାରି ପଡ଼ିରହିଛି। ଏବେ ବିଚାରାଧୀନ ମାମଲା ସଂଖ୍ୟା ୧୫ ହଜାରରେ ଟପିଲାଣି ବୋଲି ସୋମବାର ଶୁଣାଣି ବେଳେ ପିଟିସନକାରୀଙ୍କ ଓକିଲ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ। ଓଡ଼ିଶାରେ ସୂଚନା ଅଧିକାର ସଂପର୍କିତ ଅଭିଯୋଗର ଫଇସଲା ପାଇଁ ବର୍ଷ ବର୍ଷ ଧରି ଅଭିଯୋଗକାରୀଙ୍କୁ ଅଯଥାରେ ଅପେକ୍ଷା କରିବାକୁ ପଡ଼ୁଛି ବୋଲି କୋର୍ଟରେ ପିଟିସନକାରୀଙ୍କ ଓକିଲ ଦର୍ଶାଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories