www.samajalive.in
Wednesday, November 12, 2025
19.1 C
Bhubaneswar

ରାଜଧାନୀରୁ ଟ୍ରାଫିକ ସମସ୍ୟା ଦୂର ପାଇଁ ଭୁବନେଶ୍ବର ସାଂସଦଙ୍କ ଉଦ୍ୟମ

ଭୁବନେଶ୍ଵର: ଦୂର ହେବାକୁ ଯାଉଛି ଭୁବନେଶ୍ବର ପଳାଶୁଣିରେ ଦୀର୍ଘ ବର୍ଷର ଟ୍ରାଫିକ୍ ସମସ୍ୟା। ଗଙ୍ଗୁଆ ନାଳ ଉପରେ ୬ ଲେନ୍ ବିଶିଷ୍ଟ ରାସ୍ତା ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ଦିଲ୍ଲୀ ଗସ୍ତରେ ଥିବା ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ପଳାଶୁଣି ଗଙ୍ଗୁଆ ନାଳ ଉପରେ ଥିବା ବ୍ରିଜର ପ୍ରଶସ୍ତିକରଣ ତଥା ପଳାଶୁଣିରେ ଟ୍ରାଫିକ୍ ସମସ୍ୟାର ଦୂରୀକରଣ ନେଇ ୬ ଲେନ୍ ବିଶିଷ୍ଟ ରାସ୍ତା ପ୍ରକଳ୍ପରେ ମୋହର ବାଜିଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ସାଂସଦ।

ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ପ୍ରମୁଖ ପ୍ରବେଶ ଦ୍ବାର ହେଉଛି ପଳାଶୁଣି ଓ ରସୁଲଗଡ଼। କଟକରୁ ଭୁବନେଶ୍ବରକୁ ସଂଯୋଗର ପ୍ରମୁଖ ପ୍ରବେଶ ମଧ୍ୟ ପଳାଶୁଣି। ପ୍ରତ୍ୟକ ଦିନ ଏହି ରାସ୍ତାରେ ସକାଳେ ଓ ସନ୍ଧ୍ୟାରେ ପ୍ରବଳ ଟ୍ରାଫିକ୍ ସମସ୍ୟାର ସାମ୍ନା କରିଥାନ୍ତି ରାଜଧାନୀବାସୀ। ଏହାର ଦୂର କରିବାକୁ ବିଭିନ୍ନ ସମୟରେ ଶତାଧିକ ଲୋକଙ୍କ ପକ୍ଷରୁ ରାସ୍ତା ପ୍ରଶସ୍ତିକରଣ ତଥା ଗଙ୍ଗୁଆ ନାଳ ଉପର ବ୍ରିଜର ପ୍ରଶସ୍ତିକରଣ ନେଇ ଦାବି ହୋଇ ଆସୁଥିଲା। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏହି ପ୍ରକଳ୍ପ ପାଇଁ ୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଭୁବନେଶ୍ବର ସାଂସଦଙ୍କ ପ୍ରସ୍ତାବ ଅନୁସାରେ ପଳାଶୁଣିରେ ଥିବା ୪ ଥାକିଆ ରାସ୍ତାକୁ ୬ ଥାକିଆ କରାଯିବ। ବର୍ତ୍ତମାନ ଗଙ୍ଗୁଆ ନାଳ ଉପରେ ୪ ଥାକିଆ ପୋଲ ରାସ୍ତା ରହିଛି। ଏହା ଦେଇ ଯାଇଥିବା ଏନଏଚ ୧୬ର ଟ୍ରାଫିକ୍ ସମସ୍ୟାକୁ ଏହା ଦୂର କରିପାରୁନି। ତେଣୁ ଭୁବନେଶ୍ବର ସାଂସଦଙ୍କ ଅନ୍ୟତମ ଡ୍ରିମ୍ ପ୍ରୋଜେକ୍ଟ ଭାବରେ ଏଠାରେ ଏକ ୬ ଥାକିଆ ଲେନ୍ ବିଶିଷ୍ଟ ରାସ୍ତା କରାଯିବ। ୪ ଥାକିଆ ରାସ୍ତାରେ ଉଭୟ ବାମ ଓ ଦକ୍ଷିଣ ପାର୍ଶ୍ବରେ ଆଉ ଗୋଟିଏ ଲେଖାଏ ଲେନ୍ ରାସ୍ତା ବାହାର କରାଯିବ। ୨୪୦ ମିଟର ଲମ୍ବ ବିଶିଷ୍ଟ ପୋଲ ଉପରେ ଆଉ ଦୁଇଟି ଅତିରିକ୍ତ ଲେନ୍ ପୋଲ ରାସ୍ତା ନିର୍ମାଣ କରାଯିବା ନେଇ ଭୁବନେଶ୍ବର ସାଂସଦ ସୂଚନା ଦେଇଛନ୍ତି। ଏହି ପ୍ରକଳ୍ପକୁ ମଞ୍ଜୁରି ଦେଇଥିବାରୁ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି ଭୁବନେଶ୍ବର ସାଂସଦ।

- Advertisement -

ଏହି ଅବସରରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀଙ୍କ ସହିତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଚର୍ଚ୍ଚା ହୋଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଗତମାସରେ ପଳାଶୁଣିରେ ଭୁବନେଶ୍ବର ସାଂସଦଙ୍କ ଉଦ୍ୟମରେ ଏକ ଫୁଟ୍ ଓଭର ବ୍ରିଜର ମଧ୍ୟ ଲୋକାର୍ପଣ ହୋଇଥିଲା। ଯାହାକି ସ୍ଥାନୀୟ ଲୋକଙ୍କର ଦୀର୍ଘ ବର୍ଷର ଦାବି ରହିଥିଲା। ଏବେ ପଳାଶୁଣିରେ ୪ ଲେନ୍ ରାସ୍ତାକୁ ୬ ଲେନ୍ ବିଶିଷ୍ଟକୁ ପ୍ରଶସ୍ତିକରଣ କରାଗଲେ, ବାସ୍ତବରେ ପଳାଶୁଣିରେ ବହୁ ମାତ୍ରାରେ ଟ୍ରାଫିକ୍ ଜାମରୁ ନିସ୍ତାର ମିଳିବ ବୋଲି ଆଶା କରାଯାଉଛି।

Hot this week

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସୌମ୍ୟା ସ୍ୱାମୀନାଥନ

ଭୁବନେଶ୍ୱର :  ପ୍ରଖ୍ୟାତ ବୈଜ୍ଞାନିକ ତଥା ଏମ.ଏସ. ସ୍ୱାମୀନାଥନ ଫାଉଣ୍ଡସନର ଅଧ୍ୟକ୍ଷା...

ନଓ୍ବାଦାରେ ମତଦାନ ସମୟରେ ଦୁଇ ଦଳର ସମର୍ଥକ ମୁହାଁମୁହିଁ

ନଓ୍ବାଦା: ବିହାରରେ ମଙ୍ଗଳବାର ଭୋଟିଂ ସମୟରେ ନଓ୍ବାଦା ଜିଲାରେ ବାରିସଲିଗଞ୍ଜ ଅଞ୍ଚଳରେ...

ଏଭଳି ଟଙ୍କାବଣ୍ଟା ନିର୍ବାଚନ ଜୀବନରେ ଦେଖି ନ ଥିଲି: ଶ୍ରୀକାନ୍ତ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ବିଜେପି...

ଖଟିଆରେ ଆସି ମତଦାନ କଲେ ୧୧୦ ବର୍ଷୀୟା କାଲିୟା ଦେବୀ

କୈମପୁର : କୈମପୁର ଜିଲାର ମୋହନିୟା ବିଧାନସଭା କ୍ଷେତ୍ରର ଅମରପୁରାରେ ଜଣେ...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ଅନୁସନ୍ଧାନ କରିବ ସିବିଆଇ

ଭୁବନେଶ୍ୱର: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ତଦନ୍ତ କରିବ କେନ୍ଦ୍ରୀୟ ଅନୁସନ୍ଧାନ...

Related Articles

Popular Categories