www.samajalive.in
Monday, December 8, 2025
17.1 C
Bhubaneswar

ଆଉ ୧୬୪୧ କରୋନା ଆକ୍ରାନ୍ତ ସୁସ୍ଥ : ୪୮ ହଜାର ଟପିଲା ଆରୋଗ୍ୟଙ୍କ ସଂଖ୍ୟା

ଭୁବନେଶ୍ବର : ଗୁରୁବାର ରାଜ୍ୟରୁ ଆଉ ୧୬୪୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ଆରୋଗ୍ୟଙ୍କ ସଂଖ୍ୟା ୪୮ ହଜାର ଅତିକ୍ରମ କରିଛି । ଏହି ୧୬୪୧ କରୋନା ଆକ୍ରାନ୍ତ ସୁସ୍ଥ ହେବା ସହ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୪୮ ହଜାର ୫୭୬କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଅଯାଇଛି ।

ଆଜି ଗଞ୍ଜାମରୁ ସର୍ବାଧିକ ୩୬୫, ଖୋର୍ଦ୍ଧାରୁ ୩୫୭, ସୁନ୍ଦରଗଡ଼ରୁ ୯୧, ଯାଜପୁରରୁ ୮୬, ଗଜପତିରୁ ୬୫,  କଟକ ଓ କୋରାପୁଟରୁ ୬୩ ଜଣ ଲେଖାଏଁ, ମୟୂରଭଞ୍ଜରୁ ୬୦, କନ୍ଧମାଳରୁ ୫୦ ଏବଂ ରାୟଗଡାରୁ ୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

- Advertisement -

ସେହିପରି ନୟାଗଡ଼ରୁ ୪୧, ମାଲକାନଗିରିରୁ ୩୯, ବଲାଙ୍ଗୀରରୁ ୩୫, ଢେଙ୍କାନାଳ ଓ ଜଗତସିଂହପୁରରୁ ୩୩ ଜଣ ଲେଖାଏଁ, ବାଲେଶ୍ବରରୁ ୩୧, କେନ୍ଦୁଝରରୁ ୨୯, ବରଗଡ଼ରୁ ୨୫,  ଭଦ୍ରକରୁ ୨୪, ଝାରସୁଗୁଡା ଓ ପୁରୀରୁ ୨୧ ଜଣ ଲେଖାଏଁ, ସମ୍ବଲପୁରରୁ ୨୦, କଳାହାଣ୍ଡି ଓ କେନ୍ଦ୍ରାପଡାରୁ ୧୬ ଜଣ ଲେଖାଏଁ ଏବଂ ନବରଙ୍ଗପୁରରୁ ୧୧ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ଅନ୍ୟ ପକ୍ଷରେ ଦେବଗଡ଼ରୁ ୨, ଅନୁଗୋଳ ଏବଂ ବୌଦ୍ଧରୁ ଜଣେ ଲେଖାଏଁ କରୋନା ସଂକ୍ରମିତ  ସୁସ୍ଥ ହୋଇଛନ୍ତି। ଏଥି ସହ ରାଜ୍ୟରେ ସମୁଦାୟ  ଆରୋଗ୍ୟଙ୍କ ସଂଖ୍ୟା ୪୮ ହଜାର ୫୭୬କୁ ବୃଦ୍ଧି ପାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories