ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଅମୃତ’ ଯୋଜନାର ଦକ୍ଷତା ଓ ସଫଳ ରୂପାୟନ ନିମନ୍ତେ ଓଡ଼ିଶା ଚଳିତ ବର୍ଷ ଦେଶରେ ଶୀର୍ଷ ସ୍ଥାନ ଅଧିକାର କରିଥିବାରୁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ଥାୟୀ ଓ ସହନଶୀଳ ସହରାଞ୍ଚଳ ଭିତ୍ତିଭୂମି ନିର୍ମାଣ ସାଙ୍ଗକୁ ଆନୁଷଙ୍ଗିକ କ୍ଷେତ୍ରର ଉନ୍ନତି କରି ସହରର ଅର୍ଥନୈତିକ ଅଭିବୃଦ୍ଧି, ନିରନ୍ତର ବିକାଶଯୋଗ୍ୟ ଏବଂ ପରିଚ୍ଛନ୍ନତାସଂପନ୍ନ ବସତି ସ୍ଥାପନ ପାଇଁ ଅଗ୍ରାଧିକାର ଦିଆଯାଉଛି। ‘ଅମୃତ’ ଯୋଜନାରେ ସଫଳତା ଅର୍ଜନ କରି ଆମ ରାଜ୍ୟ ପୂର୍ବରୁ ତୃତୀୟ ସ୍ଥାନ ହାସଲ କରିଥିବାବେଳେ ୨୦୧୮ ମସିହାରେ ଦ୍ୱିତୀୟ ସ୍ଥାନକୁ ଆସିଥିଲା ଏବଂ ୨୦୧୯ରୁ ଏହା ପ୍ରଥମ ସ୍ଥାନରେ ରହିଆସୁଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି।
Popular Categories



