www.samajalive.in
Monday, December 8, 2025
27.1 C
Bhubaneswar

ଅମ୍ରିତ୍‌ ଋତୁରାଜ କନ୍ଧମାଳ ଜିଲାପାଳ

ଫୁଲବାଣୀ: କନ୍ଧମାଳ ଜିଲାର ନୂତନ ଜିଲାପାଳ ଭାବେ ଅମ୍ରିତ ଋତୁରାଜ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଦାୟିତ୍ୱ ନେବା ପରେ ଆଜି ବହୁ ଜିଲାସ୍ତରୀୟ ଅଧିକାରୀ , ବିଭିନ୍ନ ସଂଗଠନ, ସାଧାରଣ ବ୍ୟକ୍ତି ବିଶେଷ, ବରିଷ୍ଠ ନାଗରିକ, ଏକାଧିକ ରାଜନୈତିକ ଦଳ ସମେତ ବହୁ ସଂଗଠନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିବାବେଳେ ଜିଲାର ଜନସାଧାରଣଙ୍କୁ ଉପଯୁକ୍ତ ସେବା ଯୋଗାଇଦେବା ତାଙ୍କର ପ୍ରାଥମିକା ବୋଲି ଜିଲାପାଳ ପ୍ରକାଶ କରିଛନ୍ତି । ସେହିଭଳି ଜିଲାର ଦୁର୍ଗମ ଏବଂ ଅପହଞ୍ଚ ଅଞ୍ଚଳଗୁଡ଼ିକରେ ବିକାଶ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଜିଲାପାଳ ପ୍ରକାଶ କରିଥିବା ବେଳେ ଦାୟିତ୍ୱ ଗ୍ରହଣ ପରେ ଅପରାହ୍ନରେ ସମସ୍ତ ଜିଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକରେ ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ଅବଲମ୍ବନ ଉପରେ ଗୁରୁତ୍ଵ ଦେଇଥିଲେ । ଅତିରିକ୍ତ ଜିଲାପାଳ ଅଶୋକ କୁମାର ଭୋଇ, ରମେଶ ଚନ୍ଦ୍ର ଜେନା, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ରତ୍ନାକର ସାହୁଙ୍କ ସମେତ ଅନ୍ୟ ଅଧିକାରୀମାନେ ନୂତନ ଜିଲାପାଳଙ୍କୁ ସ୍ୱାଗତ କରିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories