www.samajalive.in
Monday, December 8, 2025
27.1 C
Bhubaneswar

ତୃଣମୂଳ ଗଡ଼ରେ ଗର୍ଜିଲେ ଶାହା: ତୁଷ୍ଟୀକରଣ ରାଜନୀତି କରୁଛନ୍ତି ମମତା ବାନାର୍ଜୀ

କଲକତା: ତୃଣମୂଳ ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୁଷ୍ଟୀକରଣ ରାଜନୀତି କରୁଛନ୍ତି । ଏହା ରାଜ୍ୟର ସମୃଦ୍ଧ ପରମ୍ପରାର ପରିପନ୍ଥୀ ବୋଲି ଅଭିଯୋଗ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ।

ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା ଶ୍ରୀ ଶାହା ୨୦୨୧ ନିର୍ବାଚନ ନିମନ୍ତେ ଦଳୀୟ ପ୍ରସ୍ତୁତି ଅନୁଧ୍ୟାନ କରିବାକୁ କଲକତାରେ ପହଞ୍ଚିଛନ୍ତି । ଗତକାଲି ସେ ବାଙ୍କୁରାଠାରେ ଏକ ସମାବେଶରେ ମମତା ବାନାର୍ଜୀଙ୍କ କଟୁ ସମାଲୋଚନା କରିଥିଲେ। ସେହିପରି ଦଳୀୟ କର୍ମକର୍ତାଙ୍କ ସହ ଆଲୋଚନା ଓ ସଙ୍ଗଠନ ସୁଦୃଢ଼ୀ କରଣ କରିବା ସହ ଆଗାମୀ ନିର୍ବାଚନରେ ଦଳକୁ ୨୦୦ ଆସନରେ ବିଜୟୀ ହେବା ନିମନ୍ତେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ପରେ ସେ ଜଣେ ଆଦିବାସୀଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଥିଲେ ।

- Advertisement -

ଏହାପରେ ଆଜି ମଧ୍ୟ ଶ୍ରୀ ଶାହା ତୃଣମୂଳ ସରକାର ଓ ମମତା ବାନାର୍ଜୀଙ୍କୁ ନିଶାଣ କରିଛନ୍ତି । ଦକ୍ଷିଣକାଳୀ ମନ୍ଦିରରେ ପୂଜାର୍ଚନା କରିବା ପରେ ଶ୍ରୀ ଶାହା କହିଛନ୍ତି ଯେ ଦେଶର ସାମଗ୍ରିକ କଲ୍ୟାଣ ଓ ବିକାଶ ନିମନ୍ତେ ସେ ଦେବୀଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ସ୍ବାମୀ ବିବେକାନନ୍ଦ, ଋଷି ଅରବିନ୍ଦ, ପ୍ରଣବାନନ୍ଦଙ୍କ ପରି ଆଧ୍ୟାତ୍ମିକ ପୁରୁଷମାନଙ୍କର ଭୂମି ହେଉଛି ପଶ୍ଚିମବଙ୍ଗ । ସେମାନଙ୍କ ଆଦର୍ଶ ଓ ଆଧ୍ୟାତ୍ମିକ ପରମ୍ପରାକୁ ଏବେ ନଷ୍ଟ କରାଯାଉଛି ।ବଙ୍ଗଳା ମହାନ ବ୍ୟକ୍ତିଙ୍କ ଦେଶ ଏବଂ ମୁଁ ରାଜ୍ୟବାସୀଙ୍କୁ ଅନୁରୋଧ କରୁଛି ଯେ ସେହି ଗୌରବମୟ ଦିନ ଫେରାଇ ଆଣିବା ପାଇଁ ସେମାନଙ୍କ ପଥ ଅନୁସରଣ କରନ୍ତୁ। ପରେ ଶାହା ଦକ୍ଷିଣ କୋଲକାତାର ଶାସ୍ତ୍ରୀୟ ଗାୟକ ପଣ୍ଡିତ ଅଜୟ ଚକ୍ରବର୍ତୀଙ୍କ ବାସସ୍ଥାନ ତଥା ଅନୁଷ୍ଠାନ ’ଶ୍ରୁତିନନ୍ଦନ’ରେ ପହଞ୍ଚିଥିଲେ। ଅନୁଷ୍ଠାନର ଛାତ୍ରମାନେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିକଟରେ ସେମାନଙ୍କର କଳା ପ୍ରଦର୍ଶନ କରିଥିଲେ ଯେଉଁଠାରେ ଅନ୍ୟ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିଓ ମଧ୍ୟ ଉପସ୍ଥିତ ଥିଲେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories