www.samajalive.in
Saturday, December 6, 2025
23.1 C
Bhubaneswar

ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ : ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହ ପବିତ୍ର ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ଵିଟ ଜରିଆରେ କହିଛନ୍ତି, “ମୁଁ ରଥଯାତ୍ରାର ପବିତ୍ର ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି । ମହାପ୍ରଭୁ ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ଖୁସି ଓ ସମୃଦ୍ଧି ପ୍ରଦାନ କରନ୍ତୁ । ମହାପ୍ରଭୁ ଆମ ସମସ୍ତଙ୍କ ଉପରେ ତାଙ୍କ ଆଶୀର୍ବାଦ ବର୍ଷା କରନ୍ତୁ ଓ ଖୁବଶୀଘ୍ର ଦେଶକୁ କାରୋନା ମହାମାରୀ କବଳରୁ ମୁକ୍ତ କରନ୍ତୁ । ଜୟ ଜଗନ୍ନାଥ । ”

- Advertisement -

ଗତ କାଲି ଶ୍ରୀ ଅମିତ ଶାହ ମାନ୍ୟବର ସୁପ୍ରିମ କୋର୍ଟ ପୁରୀ ରଥ ଯାତ୍ରା ସଂପର୍କରେ ଦେଇଥିବା ରାୟକୁ ସ୍ୱାଗତ କରି ନିଜର ପ୍ରତିକ୍ରିୟାରେ କହିଥିଲେ, “ ଆଜି ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ, ବିଶେଷ କରି ଓଡ଼ିଆ ଭଉଣୀ ଓ ଭାଇମାନଙ୍କ ପାଇଁ ତଥା ମହାପ୍ରଭୁ ଶ୍ରୀ ଜଗନ୍ନାଥ ଜୀଙ୍କ ଭକ୍ତଗଣଙ୍କ ସକାଶେ ଏହା ଅତି ମହତ୍ତ୍ୱପୂର୍ଣ୍ଣ ଦିବସ । ସମଗ୍ର ଦେଶ ମାନ୍ୟବର ସୁପ୍ରିମ କୋର୍ଟ ରଥ ଯାତ୍ରା ଅନୁଷ୍ଠିତ ହେବା ପାଇଁ ଦେଇଥିବା ନିଷ୍ପତ୍ତିରେ ଉଲ୍ଲସିତ । ଏହା ମୋତେ ତଥା ଭାରତର କୋଟି କୋଟି ଭକ୍ତଙ୍କୁ ଖୁସି କରିଛି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେବଳ ଭକ୍ତମାନଙ୍କ ଭାବାବେଗକୁ ହୃଦୟଙ୍ଗମ କରି ନାହାନ୍ତି ଅପରନ୍ତୁ ଏହି ମହାନ ପରମ୍ପରା ସହ ଜଡ଼ିତ ଆମର ଦେଶରେ କିଭଳି ଭାବେ ରଥ ଯାତ୍ରା ସଂପାଦିତ ହେବ ସେ ସଂପର୍କରେ ମଧ୍ୟ ଆଲୋଚନାକୁ ସୁନିଶ୍ଚିତ କରିଥିଲେ ।”

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories