www.samajalive.in
Monday, December 8, 2025
27.1 C
Bhubaneswar

କୋହଲି, ରୁଟ୍‌ଙ୍କ ନେତୃତ୍ବ ଉପରେ ସମସ୍ତଙ୍କ ନଜର

ଚେନ୍ନଇ: ଭ୍ରମଣକାରୀ ଇଂଲଣ୍ଡ ଓ ଘରୋଇ ଭାରତୀୟ କ୍ରିକେଟ୍‌ ଦଳ ମଧ୍ୟରେ ଖେଳାଯିବାକୁ ଥିବା ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ଜୋ ରୁଟ୍‌ ଓ କୋହଲି କିପରି ଭାବେ ନିଜ ନିଜ ଦଳର ନେତୃତ୍ବ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି। କିଛିଦିନ ତଳେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ଟେଷ୍ଟ ସିରିଜ୍‌ ଜିତି ଫେରିଛି। ଅଧିନାୟକ କୋହଲି ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳି ସ୍ବଦେଶ ଫେରିଥିବା ବେଳେ ବାକି ୩ଟିରେ ଦଳର ନେତୃତ୍ବ ନେଇଥିଲେ ଅଜିଙ୍କ୍ୟ ରାହାଣେ। କୋହଲି ଖେଳିଥିବା ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ପରାସ୍ତ ହୋଇଥିଲା।

ଅନ୍ୟପକ୍ଷରେ ରାହାଣେଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଦ୍ବିତୀୟ ଟେଷ୍ଟ ଜିତିଥିବା ବେଳେ ତୃତୀୟ ଟେଷ୍ଟ ମ୍ୟାଚ୍‌ ଡ୍ର ରଖିଥିଲା। ଚତୁର୍ଥ ଟେଷ୍ଟ ମ୍ୟାଚ୍‌ ଜିତି ଭାରତୀୟ ଦଳ ସିରିଜ୍‌ ଜିିତିବାକୁ ସକ୍ଷମ ହୋଇଥିଲା। ଇଂଲଣ୍ଡ ବିପକ୍ଷ କ୍ରିକେଟ୍‌ ସିରିଜ୍‌ରେ ଭାରତୀୟ ଦଳର ନେତୃତ୍ବ ନେବେ କୋହଲି। ଘରୋଇ ମାଟିରେ ଇଂଲଣ୍ଡକୁ ଟେଷ୍ଟ ସିରିଜ୍‌ରେ ପରାସ୍ତ କରିବାକୁ କୋହଲିଙ୍କ ଉପରେ ଚାପ ରହିବା ନିଶ୍ଚିତ। ଗତବର୍ଷ କରୋନା ସଂକ୍ରମଣଜନିତ ପରିସ୍ଥିତି ଯୋଗୁଁ କୋହଲି ମାତ୍ର ୩ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିବା ବେଳେ ତାଙ୍କ ପ୍ରଦର୍ଶନ ଏତେଟା ଭଲ ନ ଥିଲା। ତେଣୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ବ୍ୟକ୍ତିଗତ ପ୍ରଦର୍ଶନରେ ଉନ୍ନତି ଆଣିବାକୁ କୋହଲି ନିଶ୍ଚିତ ଭାବେ ଚେଷ୍ଟା କରିବେ।

- Advertisement -

ଅନ୍ୟପକ୍ଷରେ ଜୋ ରୁଟ୍‌ଙ୍କ ନେତୃତ୍ବାଧୀନ ଦଳ ଶ୍ରୀଲଙ୍କାକୁ ତା’ ମାଟିରେ ଟେଷ୍ଟ ସିରିଜ୍‌ ହରାଇ ଭାରତକୁ ଆସିଛି। ରୁଟ୍‌ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ରେ ଉଚ୍ଚକୋଟିର ପ୍ରଦର୍ଶନ କରିଥିଲେ। ସେ ମୋଟ୍‌ ୪୨୬ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ଗୋଟିଏ ଦ୍ବିଶତକ ରହିଥିବା ବେଳେ ଅନ୍ୟଟି ୧୮୫ ରନ୍‌ର ଇନିଂସ। ରୁଟ୍‌ ବେଶ୍‌ ଭଲ ଫର୍ମରେ ଥିବାରୁ ସେ ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରହିଛି। ସେହିପରି ଶ୍ରୀଲଙ୍କା ଗସ୍ତରେ ଯାଇନଥିବା ଇଂଲଣ୍ଡର ତାରକା ଅଲରାଉଣ୍ଡର ବେନ୍ ଷ୍ଟୋକ୍‌ସ, ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଓ ରୋରି ବର୍ନସ୍‌ ପ୍ରମୁଖ ଭାରତ ବିପକ୍ଷ ସିରିଜ୍‌ ଖେଳିବେ। ତେଣୁ ଇଂଲଣ୍ଡର ଶକ୍ତି ବୃଦ୍ଧି ପାଇବା ନିଶ୍ଚିତ। ଭାରତ ମାଟିରେ ଇଂଲଣ୍ଡ ଦଳର ସ୍ପିନରମା​‌େ​‌ନ କିପରି ପ୍ରଦର୍ଶନ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ।

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories