www.samajalive.in
Monday, December 8, 2025
27.1 C
Bhubaneswar

ଆଲିଆଙ୍କୁ କରୋନା

ମୁମ୍ବଇ: ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏବେ ସେ ହୋମ୍‌ କ୍ବାରେଣ୍ଟାଇନରେ ଅଛନ୍ତି। ଏନେଇ ଆଲିଆ ନିଜେ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି।

ସେ ଲେଖିଛନ୍ତି, ‘‘ମୋର କରୋନା ରିପୋର୍ଟ ପଜିଟିଭ୍‌ ଆସିଛି। ଏହା ଜଣାପଡ଼ିବା ପରେ ସଙ୍ଗେ ସଙ୍ଗେ ମୁଁ ସମସ୍ତଙ୍କଠୁ ନିଜକୁ ଅଲଗା ରଖିଛି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସମସ୍ତ ସାବଧାନତା ଅବଲମ୍ବନ କରୁଛି। ଆପଣମାନଙ୍କ ସ୍ନେହ ଓ ସଦିଚ୍ଛା ପାଇଁ  ମୁଁ କୃତଜ୍ଞ। ସୁରକ୍ଷିତ ହୁଅନ୍ତୁ ଏବଂ ନିଜର ଯତ୍ନ ନିଅନ୍ତୁ’’।

- Advertisement -

ବିଗତ ଦିନରେ ଆଲିଆ ଭଟ୍ଟଙ୍କ ପୁରୁଷ ବନ୍ଧୁ ରଣବୀର କପୁର କରୋନା ସଂକ୍ରମିତ ହୋଇଥିଲେ। ସେ ନିଜକୁ ହୋମ୍ କ୍ୱାରେଣ୍ଟାଇନ୍ କରିବା ସହ ଘରେ ରହି ଚିକିତ୍ସିତ ହେଉଥିଲେ। ଏବେ ରଣବୀରଙ୍କ ରିପୋର୍ଟ ନେଗେଟିଭ୍ ଆସିସାରିଛି। କିଛିଦିନ ତଳେ ଆଲିଆ-ରଣବୀରଙ୍କ ସହ ମୁମ୍ବଇର ଜୁହୁରେ ନଜର ଆସିଥିଲେ। ଆଲିଆ-ରଣବୀର ଅୟାନ ମୁଖାର୍ଜୀଙ୍କ ଫିଲ୍ମ ବ୍ରହ୍ମାସ୍ତ୍ର ଫିଲ୍ମରେ ଏକାଠି କାମ କରୁଛନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories