www.samajalive.in
Tuesday, December 9, 2025
17.1 C
Bhubaneswar

୭ ମାସ ବିତିଲା, ନିର୍ମାଣ ଶ୍ରମିକଙ୍କୁ ମିଳିନି କରୋନା ସହାୟତା

ଆଳି: ମହାମାରୀ କରେନା ପ୍ରଭାବରୁ ଲକ୍‌ଡ଼ାଉନ୍‌ ଓ ସଟ୍‌ଡ଼ାଉନ୍‌ ଯୋଗୁଁ କାମଧନ୍ଦା ଅଭାବରୁ ବିଶେଷ କରି ନିର୍ମାଣ ଶ୍ରମିିକମାନେ ପ୍ରଭାବିତ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି ସରକାର ନିର୍ମାଣ ଶ୍ରମିକଙ୍କୁ ‘କରେନା’ ସହାୟତା ବାବଦରେ ୧୫୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଘୋଷଣା କରିଥିଲେ। ଇତିମଧ୍ୟରେ ୭ ମାସ ବିତିଯାଇଥିଲେ ବି ଆଳି ବ୍ଲକ ଅନ୍ତର୍ଗତ ଏକମାଣିଆ ଗ୍ରାମପଞ୍ଚାୟତର ଶ୍ରମ ବିଭାଗରେ ପଞ୍ଜିକୃତ ହୋଇଥିବା ୪୦ରୁ ଊର୍ଦ୍ଧ୍ବ ନିର୍ମାଣ ଶ୍ରମିକ ଏହି ଆର୍ଥିକ ସହାୟତାରୁ ବଞ୍ଚିତ ହୋଇ ମୁଖ୍ୟମନ୍ତ୍ରୀ, ଶ୍ରମମନ୍ତ୍ରୀ, ଶ୍ରମ କମିଶନର ଓ କେନ୍ଦ୍ରାପଡ଼ା ଜିଲା ଶ୍ରମ ଅଧିକାରୀଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି। ୨ ମାସ ତଳେ ଏକମାଣିଆ ପଞ୍ଚାୟତର ନିର୍ମାଣ ଶ୍ରମିକମାନେ ଏ ସମ୍ପର୍କରେ ଆଳି ବିଡ଼ିଓଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ସରକାର ଘୋଷଣା କରିଥିବା ସହାୟତା ରାଶି ସେମାନଙ୍କୁ ପ୍ରଦାନ କରାଯାଇ ନ ଥିବା ଅଭିଯୋଗ କରି ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିବେଦନ କରିଛନ୍ତି। ନିବେଦନପତ୍ରରେ ସେମାନେ ଦର୍ଶାଇଛନ୍ତି ଯେ , ଏକମାଣିଆ ପଞ୍ଚାୟତର ଚତୁପାର୍ଶ୍ବକୁ ଘେରି ରହିଛି ଖରସ୍ରୋତା ଓ ବ୍ରାହ୍ମଣୀ ନଦୀ। ହୁଲି ଡ଼ଙ୍ଗାରେ ପାର ହୋଇ ୪୦ କିଲୋମିଟର ରାସ୍ତା ଅତିକ୍ରମ କଲେ ଆଳି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିବାକୁ ପଡେ। କରେନା ପ୍ରଭାବରୁ ସେମାନେ ଘରୁ ବାହାରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିପାରୁ ନାହାନ୍ତି କି ପ୍ରଶାସନିକ ଅଧିକାରୀଙ୍କୁ ଭେଟି ସରକାର ଘୋଷଣା କରିଥିବା ସହାୟତା ରାଶି ସମ୍ପର୍କରେ ଦାବି କରିପାରୁ ନାହାନ୍ତି। ଏପରିକି କାମଧନ୍ଦା ନ ପାଇ ଏହି ଶ୍ରମିକମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ସେମାନଙ୍କର ଆର୍ଥିକ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ତେଣୁ ତୁରନ୍ତ ସେମାନଙ୍କୁ ସହାୟତା ରାଶି ପ୍ରଦାନ କରିବାକୁ ଏକମାଣିଆ ପଞ୍ଚାୟତର ହରିଶ୍ଚନ୍ଦ୍ର ରାଉତ, ମଞ୍ଜୁଲତା ବିଶ୍ୱାଳ, ଅଭୟକୁମାର ବିଶ୍ୱାଳ, ଚିନ୍ମୟକୁମାର ରାଉତ, ଯଶୋଦା ନାୟକ, ନକୁଳଚରଣ ସ୍ୱାଇଁ, ନୀଳାଞ୍ଚଳ ବାରିକ, ରଶ୍ମିତା ଚୌଧୁରି, ନିଲିମା ଦାସ, କବିତା କରଣ ପ୍ରମୁଖ ୪୦ରୁ ଊର୍ଦ୍ଧ୍ବ ନିମାଣ ଶ୍ରମିକ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଆକର୍ଷଣ କରି ପ୍ରଶାସନିକ ଅଧିକାରୀଙ୍କ ନିକଟରେ ସହାୟତା ପ୍ରଦାନ କରିବାକୁ ନିବେଦନ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories