www.samajalive.in
Monday, December 8, 2025
20.1 C
Bhubaneswar

ତେଜିଲା ବିବାଦ, ଦଳ ଓ ଦଳୀୟ ଚିହ୍ନ ଦାବି କଲେ ଅଜିତ ପାୱାର

ଡେସ୍କ: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି)ର ଦଳୀୟ କ୍ଷମତା ଓ ଚିହ୍ନ ହାସଲ କରିବା ଲାଗି ଏନସିପି ନେତା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛନ୍ତି। ହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାର ଦୁଇ ଦିନ ପୂର୍ବରୁ ଅଜିତ ପାୱାର ଗତ ମାସ ୩୦ ତାରିଖ ଦିନ ଆୟୋଗଙ୍କୁ ଏହା ଲେଖିଥିଲେ। ସୂଚନା ଅନୁଯାୟୀ, ଏନସିପି ସାଂସଦ, ବିଧାୟକ ଏବଂ ବିଧାନ ପରିଷଦ ସଦସ୍ୟଙ୍କ ପାଖରୁ ୪୦ଟି ସତ୍ୟପାଠ ଏବଂ ଅଜିତ ପାୱାରଙ୍କୁ ଏନସିପି ସଭାପତି ଭାବରେ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିବା ଏକ ସଂକଳ୍ପ ନିର୍ବାଚନ ପ୍ୟାନେଲକୁ ଦିଆଯାଇଛି।

ଅନ୍ୟ ପକ୍ଷରେ, ଏନସିପି ମହାରାଷ୍ଟ୍ର ରାଜ୍ୟ ସଭାପତି ଜୟନ୍ତ ପାଟିଲଙ୍କ ଠାରୁ ଗତ ୩ ତାରିଖରେ ଏକ ଚେତାବନୀ ମଧ୍ୟ ଜାରି କରାଯାଇଥିଲା। ଶ୍ରୀ ପାଟିଲ ମଧ୍ୟ ନିର୍ବାଚନ କମିଶନଙ୍କୁ ୯ ଜଣ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାଇଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories