ନୂଆଦିଲ୍ଲୀ : ଲକ୍ଡାଉନ କାଳରେ କରାଯାଇଥିବା ସମସ୍ତ ଘରୋଇ ଓ ଆନ୍ତର୍ଜାତିକ ଉଡ଼ାଣ ଟିକେଟ୍ କ୍ୟାନସଲ ପାଇଁ ଯଦି ଯାତ୍ରୀମାନେ ଆବେଦନ କରନ୍ତି, ତେବେ ବିମାନସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ଟିକେଟ୍ର ସମ୍ପୂର୍ଣ୍ଣ ମୂଲ୍ୟ ଫେରସ୍ତ କରିବେ । ଦୁଇଟିଯାକ ପର୍ଯ୍ୟାୟର ଲକ୍ଡାଉନ ସମୟରେ ବିମାନ ଯାତ୍ରା ପାଇଁ କରାଯାଇଥିବା ଟିକେଟ୍ ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦେଶର ସମସ୍ତ ଏୟାରଲାଇନ୍ସକୁ ଏ ସଂକ୍ରାନ୍ତ
ନିର୍ଦ୍ଦେଶାବଳୀ ଜାରି କରିଛି ।
ମନ୍ତ୍ରଣାଳୟ କହିଛି, ଯଦି ପ୍ରଥମ ପର୍ଯ୍ୟାୟ ଲକ୍ଡାଉନ ଅବଧି ମାର୍ଚ୍ଚ ୨୫ରୁ ଏପ୍ରିଲ୍ ୧୪ କିମ୍ବା ମେ ୩ ତାରିଖ
ମଧ୍ୟରେ ଜଣେ ଯାତ୍ରୀ ଟିକେଟ୍ କରିଛନ୍ତି ତେବେ କୌଣସି କ୍ୟାନସଲେସନ ଚାର୍ଜ ନ କାଟି ଏୟାର୍ଲାଇନ୍ସଗୁଡ଼ିକ ଟିକେଟ୍ ବାବଦ ସମସ୍ତ ଅର୍ଥ ଫେରସ୍ତ କରିବେ । ଟିକେଟ୍ କ୍ୟାନସଲ ପାଇଁ ଆବେଦନ କରାଯିବାର ୩ ସପ୍ତାହ ମଧ୍ୟରେ ଏହି ପଇସା ଫେରାଇବାକୁ ପଡ଼ିବ ବୋଲି ମନ୍ତ୍ରଣାଳୟ କହିଛି ।



