www.samajalive.in
Monday, December 8, 2025
27.1 C
Bhubaneswar

ପ୍ରଦୂଷଣ ବଳୟରେ ଦିଲ୍ଲୀ ଏନସିଆର; ସକାଳ ଓ ରାତିର ବାୟୁ ସର୍ବାଧିକ ବିଷାକ୍ତ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ଏବେ ପ୍ରଦୂଷଣ ବଳୟରେ ରହିଛି। ସକାଳ ଏବଂ ରାତି ସମୟରେ ସହରର ବାୟୁ ସବୁଠାରୁ ଅଧିକ ବିଷାକ୍ତ ଅବସ୍ଥାରେ ରହୁଛି। ଦିଲ୍ଲୀ-ଏନସିଆରରେ ମଙ୍ଗଳବାରଠାରୁ ଗ୍ରେଡେଡ୍‌ ରେସପନ୍ସ ଆକ୍ସନ ପ୍ଲାନ(ଗ୍ରାପ) ଲାଗୁ ହେବା ସତ୍ବେ ବାୟୁର ଗୁଣବତ୍ତା ସୂଚକାଙ୍କ(ଏକ୍ୟୁଆଇ) ଅତ୍ୟନ୍ତ ଖରାପ ସ୍ଥିତିରେ ରହିଛି। ଏନସିଆରରେ କରନାଲ ସବୁଠାରୁ ପ୍ରଦୂଷିତ ଅଞ୍ଚଳ ବୋଲି ଜଣାପଡ଼ିଛି। ଏଠାରେ ଏକ୍ୟୁଆଇ ୩୪୩ ରହିଥିଲା। ଏନସିଆର ଅନ୍ତର୍ଗତ ନୋଏଡାରେ ଏକ୍ୟୁଆଇ ୩୦୫ ଏବଂ ଦିଲ୍ଲୀରେ ୨୭୦ ରହିଛି। ଗାଜିଆବାଦ ସହର ମଙ୍ଗଳବାର ପ୍ରଦୂଷିତ ସହର ତାଲିକାର ୪ର୍ଥ ସ୍ଥାନରେ ରହିଥିଲା। ସହରର ଏକ୍ୟୁଆଇ ରେଡ୍‌ ଜୋନ ୩୦୮ରେ ରହିଛି, ଯାହା ସାଧାରଣ ମାନକଠାରୁ ୩ଗୁଣ ଅଧିକ।

ଏନସିଆର ଅନ୍ତର୍ଗତ ଗାଜିଆବାଦରେ ମଙ୍ଗଳବାର ପ୍ରଦୂଷଣ ସ୍ତର ବୃଦ୍ଧି ପାଇଥିଲା। ସୋମବାର ତୁଳନାରେ ମଙ୍ଗଳବାର ଏଠାରେ ପ୍ରଦୂଷଣ ମାତ୍ରା ଅଧିକ ରହିଥିଲା। ସୋମବାର ସହରର ଏକ୍ୟୁଆଇ ୨୨୭ ରହିଥିଲାବେଳେ ମଙ୍ଗଳବାର ୩୦୮ରେ ପହଞ୍ଚିଥିଲା। ନିର୍ଦ୍ଧାରିତ ମାନଦଣ୍ଡ ଅନୁସାରେ ଏକ୍ୟୁଆଇ ୧୦୦ ରହିବା ଉଚିତ। କିନ୍ତୁ ବର୍ତ୍ତମାନ ସମୟରେ ଦିଲ୍ଲୀରେ ଏକ୍ୟୁଆଇ ୩ଗୁଣା ଅଧିକ ରହୁଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories