www.samajalive.in
Tuesday, December 9, 2025
15.1 C
Bhubaneswar

ବନ୍ୟାରେ ଭାସିଗଲା ଚାଷୀଙ୍କ ଉଠାଜଳସେଚନ ପାଇପ ଓ ବିଦ୍ୟୁତ ତାର

ଆଗଲପୁର:ଚଳିତ ବନ୍ୟାରେ ନଈ ଓ ନାଳମାନଙ୍କରେ ଥିବା ଚାଷୀଙ୍କ ଉଠାଜଳସେଚନ ଗୁଡିକର ପାଇପ, ବିଦ୍ୟୁତ ତାର, ତଥା ଅନ୍ୟାନ୍ୟ ଯନ୍ତ୍ରାଂଶ ଗୁଡିକ ବନ୍ୟାପାଣିରେ ଭାସି ଯାଇଛି। ଆଗଲପୁର ବ୍ଲକର ଚାରିପଟେ ନଈନାଳ ଘେରି ରହିଥିବାରୁ ଚାଷୀମାନେ ଚାଷ କରିବା ପାଇଁ ନଦୀଖଣ୍ଡିରେ ସରକାରୀ , ଘରୋଇ ଉଠାଜଳସେଚନ ପଏଣ୍ଟ ଗୁଡିକ ବସାଇ ଚାଷ କରି ଆସୁଛନ୍ତି। ଗତ ୨୫ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ଆଗଲପୁର ବ୍ଲକ ଅଞ୍ଚଳରେ ପ୍ରବଳ ବର୍ଷା ହେବାରୁ ଉକ୍ତ ବ୍ଲକ ଅଞ୍ଚଳ ପାଣି ଘେରରେ ରହି ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଥିଲା।

ଏହି ବର୍ଷାରେ ବଡଧରଣର ବନ୍ୟାସୃଷ୍ଟି ହୋଇଥିଲା। ଏହି ବନ୍ୟାରେ କୁଶଳେଶ୍ୱର ପାଣି ପଞ୍ଚାୟତ ବାଗଝୁଲା, ତ୍ରିବେଣି କୃଷକ ସଂଘ ବଣ୍ଡାବାହାଲ,ମାଁଦୁର୍ଗା କୃଷକସଂଘ ବଣ୍ଡାବାହଲ,ମହାଲକ୍ଷ୍ମି କୃଷକ ସଂଘ ବଣ୍ଡାବାହାଲ, ରିନବଚନ, ଆଗଲପୁର, ବାଞ୍ଜିପାଲି, ବାବୁଫାସଡ, ଘୁଚେପାଲି, ତେଲନପାଲି, ଲାଟସର, କଣ୍ଠିପାଲି, ନଅଗାଁ(କ) ଚାଷୀମାନେ ମୋଟର ଗୁଡିକ ଖୋଲି ଆଣିଥିବାବେଳେ କାଭାଁ କେତେକ ଚାଷୀଙ୍କ ମୋଟର ଗୁଡିକ ପାଣିରେ ବୁଡି ରହିଥିଲା। ବନ୍ୟାରେ ମୋଟରମାନଙ୍କରେ ବିଦ୍ୟୁତ ସଂଯୋଗ ହୋଇଥିବାରୁ ବିଦ୍ୟୁତ ତରା,ବିଦ୍ୟୁତ ଖୁଣ୍ଟ ଗୁଡିକ ଟଲିପଟି ବନ୍ୟାପଣିରେ ଭାସି ଯାଇଥିଲା। କେତେକ ସ୍ଥାନରେ ଚାଷକୁ ଜଳ ଯୋଗାଣ ହେଉଥିବା ପାଇପ ଗୁଡିକ ଭାସି ଯାଇଥିବାର ଚାଷୀମାନେ ଅଭିଯୋଗ କରିଛନ୍ତି। ଚଳିତବର୍ଷ ମହାମାରୀ କରୋନା ପାଇଁ ଚାଷୀମାନଙ୍କର ଆର୍ଥିକ ସ୍ଥତି ଭୂଷୁଡି ପଡିଛି। ଫଳରେ ଚାଷୀମାନେ ନିଜଖର୍ଚ୍ଚରେ ଏହି ସମସ୍ତ ଜିନିଷ ଯୋଗାଡ କରି ଉଠାଜଳପଏଣ୍ଟ ଗୁଡିକ ଚଳାଇବା ଅସମ୍ଭବ ହୋଇପଡିଛି। ଏଣୁ ବିଭାଗିୟ ତରଫରୁ ତଥା ପ୍ରଶାସନ ତରଫରୁ ଏହାର ତଦନ୍ତକରି ଉଠାଜଳସେଚନ ପଏଣ୍ଟ ଗୁଡିକର ଭାସିଯାଇଥିବାର ବିଦ୍ୟୁତ ତାର, ବିଦ୍ୟୁତ ଖୁଣ୍ଟ, ଚାଷଜମିକୁ ଜଳଯୋଗାଣ ହେଉଥିବା ପାଇପ ଗୁଡିକ ଯୋଗାଣ କରିବା ସହିତ ସମ୍ପୁର୍ଣ୍ଣ ବିଦ୍ୟୁତ ବିଲ ଛାଡ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି।

- Advertisement -

ଚଳିତ ବନ୍ୟାରେ ଧୋଇ ହୋଯାଇଥିବା ରାସ୍ତା ଗୁଡିକ ମରାମତି କରିବା ପାଇଁ ଦାବି ହୋଇଛି। ଗତ ୨୫ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାରୁ ଚାରିପଟେ ଜଳ ମଗ୍ନ ହୋଇଯାଇଥିଲା। ଏହି ଜଳମଗ୍ନ ସମୟରେ ଯେଉଁ ରାସ୍ତନିକଟରେ ଜଳସ୍ରୋତ ପ୍ରଖର ଥିଲା ଉକ୍ତ ରାସ୍ତା ଗୁଡିକ ଧୋଇ ହୋଇଯାଇଥିବାର ଦେଖିବାକୁ ମିଳୁଛି। ଉକ୍ତ ରାସ୍ତାରେ ଯିବା ଆସିବା କରିବା ପାଇଁ ଜନସାଧାରଣ ନାହିଁନଥିବାର ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏଣୁ ପ୍ରଶାସନ ତରଫରୁ ଏହାର ରାସ୍ତାଗୁଡିକ ମରାମତି କରିବା ପାଇଁ ଦାବି ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories