www.samajalive.in
Monday, December 8, 2025
17.1 C
Bhubaneswar

ଭାରତ ସମେତ ୧୧ ରାଷ୍ଟ୍ର ଶରଣରେ ଆଫଗାନ ନାଗରିକ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନର କ୍ଷମତା ଦଖଲ ପରେ ଦେଶବାସୀ ଏବେ ଭୟରେ ଅନ୍ୟ ଦେଶକୁ ଚାଲିଯାଉଛନ୍ତି। ଦେଶ ଛାଡିବାକୁ ଆଫଗାନବାସୀ କେତେ ଯେ ବ୍ୟାକୁଳ ତାହା କାବୁଲ ଆନ୍ତର୍ଜାତିକ ବିମାନବନ୍ଦରର ଦୃଶ୍ୟରୁ ବେଶ ଅନୁମେୟ। ଏପରିକି ନିଜ ସନ୍ତାନଙ୍କୁ ତାଲିବାନ କବଳରୁ ବଞ୍ଚାଇବା ଲାଗି ଆଫଗାନ ନାଗରିକମାନେ ବିମାନବନ୍ଦରର କଣ୍ଟା ବାଡ ଉପର ଦେଇ ଫୋପାଡୁଥିବାର ଦୃଶ୍ୟ ଦେଖାଯାଇଛି। ତେବେ ଭାରତ, ଆମେରିକା, ପାକିସ୍ତାନ, ବ୍ରିଟେନ, କାନାଡା ସମେତ ୧୧ଟି ରାଷ୍ଟ୍ର ଆଫଗାନ ନାଗରିକଙ୍କୁ ନିଜ ଦେଶରେ ଶରଣାର୍ଥୀ ଭାବେ ଆଶ୍ରୟ ଦେଉଛନ୍ତି। ଜାତିସଂଘ ଶରଣାର୍ଥୀ ଉଚ୍ଚାୟୁକ୍ତ (ୟୁଏନ୍ଏଚସିଆର) ମୁଖପାତ୍ର ସବିୟା ମାଣ୍ଟୁ କହିଛନ୍ତି ଯେ ଆଫଗାନିସ୍ତାନର ସଙ୍କଟକୁ ଦେଖି ପଡୋଶୀ ରାଷ୍ଟ୍ରଗୁଡିକ ସେମାନଙ୍କୁ ଶରଣାର୍ଥୀ ଭାବେ ଆଶ୍ରୟ ଦେଉଛନ୍ତି। ବର୍ତ୍ତମାନ ସୁଦ୍ଧା ଆଫଗାନିସ୍ତାନରୁ ପ୍ରାୟ ୨୬ଲକ୍ଷ ଶରଣାର୍ଥୀ ବିଦେଶ ପଳାୟନ କରିଛନ୍ତି। ଏମାନଙ୍କ ମଧ୍ୟରୁ ୯୦% ଶରଣାର୍ଥୀଙ୍କୁ ପାକିସ୍ତାନ ଓ ଇରାନ ଯାଇଛନ୍ତି। ସେହିପରି ଆମେରିକା ବର୍ତ୍ତମାନ ସୁଦ୍ଧା ୧୨୦୦ ଆଫଗାନଙ୍କୁ ଶରଣ ଦେଇଛି। ସେହିପରି କାନାଡା ୨୦ହଜାର ଆଫଗାନଙ୍କୁ ଶରଣ ଦେବାକୁ ଘୋଷଣା କରିଛି। ଭାରତ ସରକାର ୧୯୫୧ ଶରଣାର୍ଥୀ ରାଜିନାମାରେ ସ୍ବାକ୍ଷର କରିଛି। ଏହା ସହିତ ୧୯୬୭ ଶରଣାର୍ଥୀ ମାନ୍ୟତା ପ୍ରଦାନ ବ୍ୟବସ୍ଥାରେ ସ୍ବାକ୍ଷର କରିଛି। ଏହି ଆଧାରରେ ଭାରତ ମଧ୍ୟ ଆଫଗାନ ନାଗରିକଙ୍କୁ ଶରଣ ଦେଉଛି। ଆଫଗାନଙ୍କୁ ଶରଣ ଦେବା ଲାଗି ଭାରତ ସରକାର ସ୍ବତନ୍ତ୍ର ଭିସା ବ୍ୟବସ୍ଥା କରିଛନ୍ତି। ଇ-ଭିସାକୁ ଯାଞ୍ଚ କରି ଭାରତ ଆଫଗାନ ନାରିକଙ୍କୁ ଶରଣ ଦେବ। ଅନ୍ୟ ରାଷ୍ଟ୍ର ମଧ୍ୟରେ ଇରାନ, ଉଜ୍‌ବେକିସ୍ତାନ, ମାସିଡୋନା, ଉଗାଣ୍ଡା, ତୁର୍କୀ ଓ ଆଲବାନିଆ ଆଫଗାନ ନାଗରିକଙ୍କୁ ଶରଣ ଦେବାକୁ ଘୋଷଣା କରିଛନ୍ତି। ଆମେରିକାର ଅନୁରୋଧ କ୍ରମେ ଉଗାଣ୍ଡା ୨୦୦୦ ଆଫଗାନଙ୍କୁ ଶରଣ ଦେବାକୁ ସମ୍ମତି ପ୍ରଦାନ କରିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories