www.samajalive.in
Tuesday, December 9, 2025
16.1 C
Bhubaneswar

ଏଡିଆର ରିପୋର୍ଟ,ଲୋକ ସଭା ପ୍ରାର୍ଥୀଙ୍କ ମଧ୍ୟରେ ପିନାକୀ ମିଶ୍ର ଓ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ବବି ମହାନ୍ତି  ସବୁଠାରୁ ଧନୀ

ଭୁବନେଶ୍ୱର ..- ରାଜ୍ୟରେ ଏପ୍ରିଲ ୨୩ ତାରିଖରେ   ତୃତୀୟ ପର୍ଯ୍ୟାୟ ନିର୍ବାଚନ  ଅନୁଷ୍ଠିତ ହେବ । ୬ଟି ଲୋକ ସଭା ସହ ୪୨ଟି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ ।  ଏଥିରେ ବିଧାନସଭା ପାଇଁ ୩୫୬ ଜଣ ପ୍ରାର୍ଥୀ ଲୋକ ସଭା ପାଇଁ ୬୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦୀତା କରୁଛନ୍ତି ।

ବିଧାନ ସଭା ପ୍ରାର୍ଥୀଙ୍କ ମଧ୍ୟରେ ବଡମ୍ବାର ବବି ମହାନ୍ତି ସବୁଠାରୁ ଧନୀ ପ୍ରାର୍ଥୀ ବୋଲି ଏଡିଆର୍‌ ରିପୋର୍ଟରେ ଦର୍ଶାଯାଇଛି । ବବିଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୧୦୬ କୋଟି ୩୨ ଲକ୍ଷ ଟଙ୍କା ।  ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଦ୍ୱିତୀୟ ଧନୀ ପ୍ରାର୍ଥୀ ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୬୦ କୋଟି ଟଙ୍କା । ଚମ୍ପୁଆର ସ୍ୱାଧୀନ ପ୍ରାର୍ଥୀ ଶ୍ରୀମନ୍ତ କୁମାର ତ୍ରିପାଠୀ ତୃତୀୟ ଧନୀ । ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୪୬ କୋଟି ଟଙ୍କା ।

- Advertisement -

ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ ପିନାକୀ ମିଶ୍ର ସବୁଠାରୁ ଧନୀ  । ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୧୧୭ କୋଟି ଟଙ୍କା  । ସେ ପୁରୀ ଲୋକ ସଭା ଆସନପାଇଁ ବିଜେଡି ପ୍ରାର୍ଥୀ । ନୀତିଶ ଗଙ୍ଗ ଦେବ ଦ୍ୱିତୀୟ ଧନୀ ପ୍ରାର୍ଥୀ ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୨୬ କୋଟି ଟଙ୍କା । ସେ ସମ୍ବଲପୁର ଲୋକ ସଭା ଆସନ ପାଇଁ ବିଜେପି ପ୍ରାର୍ଥୀ । କାମାକ୍ଷା ପ୍ରସାଦ ସିଂଦେଓ ତୃତୀୟ ଧନୀ ପ୍ରାର୍ଥୀ ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୧୫ କୋଟି ଟଙ୍କା । ଢେଙ୍କାନାଳ ଲୋକସଭା ଆସନ ପାଇଁ ସେ କଂଗ୍ରେସର ପ୍ରାର୍ଥୀ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories