www.samajalive.in
Monday, December 8, 2025
27.1 C
Bhubaneswar

ଭାରତୀୟ ନୌସେନାର ନୂତନ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଆଡମିରାଲ ଆର ହରିକୁମାର

ନୂଆଦିଲ୍ଲୀ: ଭାରତୀୟ ନୌସେନାର ନୂତନ ମୁଖ୍ୟ ଭାବରେ ଆଡମିରାଲ ଆର ହରିକୁମାର ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଆଡମିରାଲ କେ ବି ସିଂହଙ୍କ ସ୍ଥାନରେ ଏହି ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଡମିରାଲ କେ ବି ସିଂହ ୩୦ ମାସ ନୌସେନା ମୁଖ୍ୟ ଭାବରେ କାର୍ଯ୍ୟ କରିବା ପରେ ମଙ୍ଗଳବାର ଅବସର ନେଇଛନ୍ତି । ସାଉଥ ବ୍ଲକଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନୂତନ ସେନାମୁଖ୍ୟଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଆଡମିରାଲ ଆର ହରିକୁମାର କହିଥିଲେ ଯେ, ଭାରତୀୟ ନୌସେନାର ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରି ସେ ନିଜକୁ ଗର୍ବିତ ମନେ କରୁଛନ୍ତି । ଦେଶର ସାମୁଦ୍ରିକ ସ୍ୱାର୍ଥରକ୍ଷା ଏବଂ ବିପଦଗୁଡିକର ମୁକାବିଲାକୁ ଭାରତୀୟ ନୌସେନା ପ୍ରାଥମିକତା ଦେଉଛି ବୋଲି ଆଡମିରାଲ କୁମାର କହିଥିଲେ । ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ସେ ପଶ୍ଚିମ ନାଭାଲ କମାଣ୍ଡରେ ଫ୍ଲାଗ ଅଫିସର କମାଣ୍ଡିଂ ଇନ ଚିଫ ଭାବରେ କାର୍ଯ୍ୟ କରୁଥିଲେ । ୧୯୬୨ ଏପ୍ରିଲ ୧୨ ତାରିଖରେ ଜନ୍ମିତ ଆଡମିରାଲ କୁମାର ନୌସେନାର ଏକଜିକ୍ୟୁଟିଭ ଶାଖାରେ ୧୯୮୩ ଜାନୁଆରୀ ୧ରେ ଯୋଗଦେଇଥିଲେ । ସେ ନୌବାହିନୀର ବିଭିନ୍ନ ପଦ ପଦବୀ ଓ ଦାୟିତ୍ୱରେ ୩୯ ବର୍ଷ ଧରି କାର୍ଯ୍ୟ କରିଛନ୍ତି । ଆଡମିରାଲ କୁମାର ଆଇଏନଏସ ନିଶଙ୍କ, ଆଇଏନଏସ କୋରା, କ୍ଷେପଣାସ୍ତ୍ର ବିଧ୍ୱଂସିକାରୀ ଆଇଏନଏସ ରଣବୀରର କମାଣ୍ଡିଂ ଦାୟିତ୍ୱ ତୁଲାଇଛନ୍ତି । ତାହାସହିତ ବିମାନବାହୀ ଯୁଦ୍ଧଜାହାଜ ବିରାଟର କମାଣ୍ଡିଂ ଦାୟିତ୍ୱ ମଧ୍ୟ ସେ ନିର୍ବାହ କରିସାରିଛନ୍ତି । ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ଓ ସେବା ପାଇଁ ତାଙ୍କୁ ପରମ ବିଶିଷ୍ଟ ସେବା ପଦକ, ଅତି ବିଶିଷ୍ଟ ସେବା ପଦକ ଏବଂ ବିଶିଷ୍ଟ ସେବା ପଦକ ପ୍ରଦାନ କରାଯାଇଛି ।

Hot this week

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

Related Articles

Popular Categories