www.samajalive.in
Tuesday, December 9, 2025
17.1 C
Bhubaneswar

ଆଡପ ମଣ୍ଡପକୁ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ : ପାରମ୍ପରିକ ନୀତିକାନ୍ତି ସହ ଶୁକ୍ରବାର ଶରଧାବାଲିରୁ ଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପକୁ ଦାରୁଦିଅଁ ବିଜେ କରିଛନ୍ତି । ସନ୍ଧ୍ୟାଧୂପ ସରିବା ପରେ  ବିଜେ କାହାଳୀ ବାଜିଥିଲା। ଏହା ପରେ ଚତୁର୍ଦ୍ଧା ବିଗ୍ରହ ଗୋଟି ପହଣ୍ଡିରେ ଯାଇ ଜନ୍ମବେଦି ଅବା ଆଡପମଣ୍ଡପରେ ବିଜେ କରିଛନ୍ତି। ପ୍ରତିକୂଳ ପାଗ ସତ୍ତ୍ବେ ପହଣ୍ଡି ଦେଖିବା ପାଇଁ ପ୍ରବଳ ଜନ ସମାଗମ ହୋଇଥିଲା। ଶନିବାର ଠାରୁ ଆଡପ ଅଭଡା ମହାପ୍ରଭୁଙ୍କ ପାଖରେ ଲାଗିହେବ ଓ ଭକ୍ତମାନଙ୍କୁ ମିଳିବ।

ଅନୁକୂଳ ପାଗ ଓ ସଅଳ ନୀତିକାନ୍ତି ଯୋଗୁଁ ଗୁରୁବାର ନିର୍ଦ୍ଧାରିତ ସମୟ ପୂର୍ବରୁ ଶରଧାବାଲିରେ ତିନି ରଥ ପହଞ୍ଚିଥିଲେ । ଗତକାଲି ସାରା ରାତି ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଆଜି ମଧ୍ୟ ରଥ ଉପରେ ଠାକୁରଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା।

- Advertisement -

 

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories